ସମୁଦ୍ରକୁଳରେ ମନେ ମନେ ଲଭରର ବଦମାସୀ; ବାପାଙ୍କ ସାମ୍ନାରେ ଝିଅର ଫଟୋ ଉଠାଉଥିଲା, ନାଦି ଦେଲେ ସାହି ଲୋକ

 


ଓଡ଼ିଆ ଗସିପ୍ ବ୍ୟୁରୋ: ଗତ ରବିବାର ପୁରୀରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଜଣେ ଯୁବତୀଙ୍କୁ ସମୁଦ୍ରକୁଳ ରାସ୍ତାରେ ହଇରାଣ ହରକତ କରିବାକୁ ଚେଷ୍ଟା କରୁଥିଲା ଯୁବକ । ହେଲେ ସ୍ଥାନୀୟ ଅଧିବାସୀ କିନ୍ତୁ ସଂପୃକ୍ତ ଯୁବକଙ୍କୁ ଧରି ବହେ ଛେଚିଛନ୍ତି । ପଢ଼ନ୍ତୁ ପୁରା ଖବର...

ରବିବାର ପୂର୍ବାହ୍ନରେ ପ୍ରାତଃଭ୍ରମଣରେ ଯାଉଥିବା ଛାତ୍ରୀ ଓ ତାଙ୍କ ବାପାଙ୍କ ଫଟୋ ଉଠାଇବା ସହିତ ତାଙ୍କୁ ହଇରାଣ ହରକତ କରୁଥିବା ରୋମିଓକୁ ସ୍ଥାନୀୟ ଲୋକେ ଧରି ନିସ୍ତୁକ ଛେଚିଛନ୍ତି । ଏହି ଅଭିଯୋଗରେ ସମୁଦ୍ରକୂଳ ଥାନା ପୁଲିସ ଉକ୍ତ ରୋମିଓକୁ ଗିରଫ ପରେ ନୋଟିସ ଦେଇ ଛାଡ଼ିଛି । ଅନ୍ୟପଟେ ଲକ୍‌ଡାଉନ୍‌ ସମୟରେ ବେଆଇନ ଭାବେ ପ୍ରାତଃଭ୍ରମଣରେ ଯାଇଥିବା ବାପ ଝିଅଙ୍କୁ ପୁଲିସ ଜରିମାନା ଆକାରରେ ଶହେ ଟଙ୍କା ଆଦାୟ କରିଛି ।

ଖବର ନେବାରେ ଜଣାପଡ଼ିଛି ଯେ ଶ୍ରୀକ୍ଷେତ୍ର କଲୋନୀର ବାପ ଝିଅ ଦୁହେଁ ରବିବାର ପୂର୍ବାହ୍ନରେ ପ୍ରାତଃଭ୍ରମଣରେ ଯାଉଥିଲେ । ଏହି ସମୟରେ ସିଦ୍ଧମହାବୀର ମାରୁତୀ ନଗରର ମୁନା ଓରଫ ସୁନୀଲ କୁମାର ବେହେରା (୨୬) ତାଙ୍କୁ ପିଛା କରି ମୋବାଇଲରେ ଫଟୋ ଉଠାଇଥିଲା ।

ଏହା ଦେଖି ବାପ ଝିଅ ଦୁହେଁ ତାଙ୍କ ଘରକୁ ଚାଲି ଆସିଥିଲେ । ମାତ୍ର ମୁନା ତାଙ୍କ ଘରକୁ ଯାଇ କବାଟ ବାଡ଼େଇଥିଲା । ଫଳରେ ଛାତ୍ରୀଙ୍କ ବାପା ଘରୁ ବାହାରକୁ ଆସି ଡାକ ପକାଇବାରେ ସ୍ଥାନୀୟ ଲୋକମାନେ ତାକୁ ଧରି ନିସ୍ତୁକ ଛେଚିଥିଲେ ।

ଖବର ପାଇ ସମୁଦ୍ରକୂଳ ଥାନା ପୁଲିସ ମୁନାକୁ ଧରିନେଇଥିଲା । ଏ ସଂକ୍ରାନ୍ତରେ ଛାତ୍ରୀ ଜଣକ ସମୁଦ୍ରକୂଳ ଥାନାରେ ଅଭିଯୋଗ କରିବାରୁ ପୁଲିସ ଏକ ମାମଲା ରୁଜୁ କରି ମୁନାକୁ ଗିରଫ ପରେ ନୋଟିସ ଦେଇ ଛାଡ଼ିଥିବା ଜଣାପଡ଼ିଛି ।

ତେବେ ମୁନାଠାରୁ ପୁଲିସ ତା’ର ମୋବାଇଲଟିକୁ ଜବତ କରିଛି । ଛାତ୍ରୀ ଜଣକ ଅଭିଯୋଗ କରିଛନ୍ତି ଯେ ଗତ କିଛି ଦିନ ହେବ ମୁନା ତାଙ୍କୁ ପିଛା କରୁଥିଲା । ଅନ୍ୟପଟେ ଆଜି ରବିବାର ଲକ୍‌ଡାଉନ କଟକଣା ସମୟରେ ପ୍ରାତଃଭ୍ରମଣରେ ଯାଇଥିବାରୁ ଛାତ୍ରୀଙ୍କ ବାପାଙ୍କଠାରୁ ପୁଲିସ ଶହେ ଟଙ୍କା ଜରିମାନା ଆଦାୟ କରିଛି ।