ମଝି ରାସ୍ତା ଯୁବତୀଙ୍କୁ ଉଲଗ୍ନ କଲା ଯୁବକ, ସବୁ ଦେଖି ଚୁପ୍‌ ରହିଲା ମା’, ପଲିଥିନରେ ଘୋଡାଇଲେ ସ୍ଥାନୀୟ ମହିଳା

Hyderabad man strips woman on road, in front of his mother arrested
 
ମଝି ରାସ୍ତା ଯୁବତୀଙ୍କୁ ଉଲଗ୍ନ କଲା ଯୁବକ, ସବୁ ଦେଖି ଚୁପ୍‌ ରହିଲା ମା’, ପଲିଥିନରେ ଘୋଡାଇଲେ ସ୍ଥାନୀୟ ମହିଳା

ଓଡ଼ିଆ ଗସିପ୍ ବ୍ୟୁରୋ: ଜଣେ ମଦ୍ୟପ ବ୍ୟକ୍ତି ରାସ୍ତାରେ ତାଙ୍କ ମାଙ୍କ ସାମ୍ନାରେ ଜଣେ ମହିଳାଙ୍କୁ ନିବସ୍ତ୍ର କରିଦେଇଥିବା ଘଟଣାଟି ସିସିଟିଭିରେ ଧରାପଡିଥିଲା। ଯୁବତୀଙ୍କ ପୋଷାକ ଫାଡିଚାଲିଥିଲେ ଯୁବକ । ସବୁ ଦେଖି ପୁଅ ସାଙ୍ଗରେ ମା’ ଥାଇ ମଧ୍ୟ ଚୁପ୍‌ ରହିଲା । ସ୍ଥିତି ଏଭଳି ହେଲା ଯେ, ଯୁବତୀଙ୍କୁ ପଲିଥିନରେ ଘୋଡାଇଲେ ସ୍ଥାନୀୟ ମହିଳା । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଗିରଫ କରିଛି ।

ରାସ୍ତା ଉପରେ ଯୁବତୀଙ୍କୁ ଉଲଗ୍ନ କଲା ଯୁବକ। ଆଉ ସବୁ ଦେଖି ଚୁପ୍‌ ରହିଲା ଯୁବକର ମା’ । ଏମିତି ଲଜ୍ଜାଜନକ ଘଟଣା ହାଇଦ୍ରାବାଦରେ ଘଟିଛି । ଘଟଣାଟି ସିସିଟିଭିରେ କଏଦ ହୋଇଛି । ଯାହା ଏବେ ଭାଇରଲ ହେବାରେ ଲାଗିଛି । ପୋଲିସରେ ଏହାକୁ ନେଇ ଏତଲା ଦାଏର ହେବା ପରେ ଅଭିଯୁକ୍ତ ଯୁବକକୁ ଗିରଫ କରାଯାଇଛି ।

ଅଧିକ ପଢନ୍ତୁ : ଭେଣ୍ଡିଆ ପୁଅର ସ୍ତନବୃଦ୍ଧି ସମସ୍ୟା! କାହିଁକି ଏମିତି ହେଉଛି, କଣ କଲେ କମିବ ସ୍ତନର ଆକାର ଜାଣନ୍ତୁ

ଖବର ମୁତାବକ, ହାଇଦ୍ରାବାଦର ଜବାହର ନଗରରେ ରବିବାର ରାତି ୮ଟାରେ ଜଣେ ଯୁବତୀ ଡ୍ରେସ ଦୋକାନରୁ ଫେରୁଥିବା ସମୟରେ ଯୁବକ ଜଣକ ଖରାପ ମନୋଭାବ ନେଇ ତାଙ୍କୁ ଛୁଇଁଥିଲେ । ଯୁବତୀ ଜଣକ ଆପତ୍ତି କରିବା ପରେ ଯୁବକ ଆକ୍ରତ୍ମକ ହୋଇ ମହିଳାଙ୍କ ପୋଷାକୁ ଚିରି ରାସ୍ତାରେ ନିବସ୍ତ୍ର କରିଦେଇଥିଲେ । ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଉଛି, ଘଟଣା ସମୟରେ ଯୁବକଙ୍କ ମା’ ତାଙ୍କ ସାଥିରେ ରହିଥିଲେ କିନ୍ତୁ ସେ ଯୁବକଙ୍କୁ ଅଟକାଇ ନଥିଲେ ।

ଅଧିକ ପଢନ୍ତୁ : ଜୀବନରେ ସେକ୍ସ ନିହାତି ଆବଶ୍ୟକ କାହିଁକି ? ଜାଣନ୍ତୁ ସୁସ୍ଥ ଯୌନ ସମ୍ପର୍କର ୭ଟି ଉପକାରିତା ବିଷୟରେ 

ଏହି ଘଟଣା ସମୟରେ ଆଉ ଜଣେ ମହିଳା ଯାଉଥିବା ବେଳେ ଦେଖି ଯୁବକଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ । କିନ୍ତୁ ସେହି ମହିଳାଙ୍କ ଉପରେ ଯୁବକ ଜଣକ ଆକ୍ରାତ୍ମକ ହୋଇଥିଲେ । ଏହା ମଧ୍ୟରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଯୁବକଙ୍କୁ ଗିରଫ କରିବା କରିଥିଲା । ଆଉ ଉଲଗ୍ନ ଯୁବତୀଙ୍କୁ କିଛି ମହିଳା ନୀଳ ପ୍ଲାଷ୍ଟିକ ଜରିରେ ଘୋଡାଇ ଦେଇଥିଲେ ।

ପୋଲସ ଏହି ମାମଲାକୁ ନେଇ ଧାରା ୩୫୪(ବି), ୫୦୬, ୩୨୩ ଅଧିନରେ ମାମଲା ରୁଜୁ କରିଛି । ଏଥିରେ ମା’ ପୁଅକୁ ରୋକିବାରେ ବିଫଳ ରହିଥିବା ଦୋଷ ମଧ୍ୟ ଲଗାଯାଇଛି । ଏଭଳି ଘଟଣାକୁ ନେଇ ସ୍ଥାନୀୟ ଲୋକେ ନିନ୍ଦା କରିଛନ୍ତି । ଆଉ ଗିରଫ ଅଭିଯୁକ୍ତ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ କହିଛନ୍ତି ।