'ଲୌହ ଦାନବର ରକ୍ତ ଭୋଜି' ମଣିଷର ହାତ ଅଛି କି? କାହିଁକି ରିପୋର୍ଟ 'ସାର୍ବଜନୀନ' ନ କରିବାକୁ ରେଳବାଇର ନିଷ୍ପତ୍ତି, ଉଠିଲା ପ୍ରଶ୍ନ

‘ବାହାନଗା ଟ୍ରେନ ଦୁର୍ଘଟଣର ସିଆରଏସ ରିପୋର୍ଟ ସାର୍ବଜନୀନ କରିବୁ ନାହିଁ’

 

ଓଡ଼ିଆ ଗସିପ୍ ବ୍ୟୁରୋ; ବାଲେଶ୍ୱର ବାହାନଗା ବଜାର ରେଳ ଦୁର୍ଘଟଣା ମନରୁ  ଲିଭିନଥିବା ବେଳେ ଏବେ ଏହାକୁ ନେଇ ପୁଣି ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଅନଅଫିସିଆଲ ଭାବେ 3ଶହରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେ ବି ଅନେକ ଶବ ଚିହ୍ନଟ ନ ହୋଇପାରି ଭୁବନେଶ୍ୱର ଏମ୍ସ ପରିସରରେ ରହିଛି । ଗୋଟିଏ ଗୋଟିଏ ଶବର ଅନେକ ଦାବିଦାର ରହିଥିବା ବେଳେ ଶବକୁ ନେଇ ଏବେ ବି ଛକା ପଞ୍ଛା ଲାଗି ରହିଛି । ସେପଟେ ଏବେ ଯେଉଁ ପ୍ରସଙ୍ଗକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ତାହା ହେଉଛି ବାହାନଗା ଟ୍ରେନ୍ ଟ୍ରାଜେଡି ପରର ତଦନ୍ତ ରିପୋର୍ଟ। ବର୍ତ୍ତମାନ ଏହି ମାମଲାରେ ସିବିଆଇ ତନାଘନା କରୁଛି ।

 

 

 

ସିବିଆଇ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ଷ୍ଟେସନ ସିଗନାଲ ଜେଇଙ୍କୁ ଜେରା କରିବା, ରେଳ ବାଇ ପକ୍ଷରୁ ଦକ୍ଷିଣ ପୂର୍ବ ରେଳବାଇର ଜେନେରାଲ ମ୍ୟାନେଜରଙ୍କୁ ଦାୟିତ୍ୱରୁ ଅପସାରଣ କରିଦିଆଯିବା ହିଁ ପ୍ରମାଣିତ କରୁଛି ଯେ, ଡାଲ୍ ମେ କୁଛ୍ କାଲା ହେ । ନଜର ପକାନ୍ତୁ ବର୍ତ୍ତମାନର ଅପଡେଟ ଉପରେ, ବାହାନଗା ଟ୍ରେନ୍ ଦୁର୍ଘଟଣାର ଆସିଛି ସିଆରଏସ୍ ରିପୋର୍ଟ । ରିପୋର୍ଟକୁ କିନ୍ତୁ ସାର୍ବଜନୀନ କରିବନି ଭାରତୀୟ ରେଳବାଇ । ସିବିଆଇ ତଦନ୍ତକୁ ପ୍ରଭାବିତ ନକରିବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଥିବା କଥା କୁହାଯାଉଛି ।

 

ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଟ୍ରେନ୍ ଚଳାଚଳ ପାଇଁ ଧାର୍ଯ୍ୟ କରାଯାଇଥିବା ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରକ୍ରିୟା ପାଳନ କରିବାରେ ଅଧିକାରୀମାନେ ବିଫଳ ହୋଇଛନ୍ତି ବୋଲି ଜଣେ ବରିଷ୍ଠ ଅଧିକାରୀ ପିଟିଆଇକୁ କହିଛନ୍ତି, ସିଆରଏସ୍ ରିପୋର୍ଟ ଉପରେ ଆମେ କୌଣସି ପ୍ରକାରର ଖୁଲାସା କରିବୁ ନାହିଁ, କାରଣ ଏହି ରିପୋର୍ଟ ଯେପରି କୌଣସି ପ୍ରକାରେ ଦ୍ୱିତୀୟ ତଦନ୍ତକୁ ପ୍ରଭାବିତ ନ କରେ ସେଥିପାଇଁ ସିବିଆଇର ନିରପେକ୍ଷ ତଦନ୍ତ ଜାରି ରହିଛି। ଘଟଣାର ତଦନ୍ତର ନେତୃତ୍ୱ ନେଉଥିବା ସିଆରଏସ୍ ଏ. ଏମ୍. ଚୌଧୁରୀ ଗୁରୁବାର ଦିନ ରେଳବାଇ ବୋର୍ଡକୁ ରିପୋର୍ଟ ପ୍ରଦାନ କରିଛନ୍ତି।

ଏଭଳି ରିପୋର୍ଟ ସାଧାରଣତଃ ଉପରିସ୍ଥ ଅଧିକାରୀଙ୍କ ପାଖରେ ଉପଲବ୍ଧ ହେଉଥିବା ବେଳେ କୌଣସି ଲିକେଜ୍ ଯେପରି ନ ହୁଏ ସେଥିପ୍ରତି ଧ୍ୟାନ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ସୂତ୍ରରୁ ପ୍ରକାଶ। ଜୁନ ଦୁଇ ତାରିଖରେ ତିନିଟି ଟ୍ରେନ୍ ଦୁର୍ଘଟଣା ସମ୍ମୁଖୀନ ହୋଇଥିଲେ। ଏହା ସବୁଠାରୁ ବଡ଼ ରେଳ ଦୁର୍ଘଟଣା ମଧ୍ୟରୁ ଅନ୍ୟତମ। ଜୁନ୍ ୨ରେ ହୋଇଥିବା ଏହି ଦୁର୍ଘଟଣାରେ ପାଖାପାଖି ୩୦୦ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୧୧୦୦ରୁ ଅଧିକ ଲୋକ ଆହତ ହୋଇଥିଲେ। ଜୁନ ଦୁଇ ତାରିଖରେ ତିନିଟି ଟ୍ରେନ୍ ଦୁର୍ଘଟଣା ସମ୍ମୁଖୀନ ହୋଇଥିଲେ। ଏହା ସବୁଠାରୁ ବଡ଼ ରେଳ ଦୁର୍ଘଟଣା ମଧ୍ୟରୁ ଅନ୍ୟତମ। ଜୁନ୍ ୨ରେ ହୋଇଥିବା ଏହି ଦୁର୍ଘଟଣାରେ ପାଖାପାଖି ୩୦୦ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୧୧୦୦ରୁ ଅଧିକ ଲୋକ ଆହତ ହୋଇଥିଲେ।