ଜେଲ୍ ରେ ରହିବେ ରିୟା; କାଟ୍ ଖାଇଲା ଜାମିନ ଆବେଦନ

ଓଡ଼ିଆ ଗସିପ୍ ବ୍ୟୁରୋ: ଖୋଲା ଆକାଶର ସୂର୍ଯ୍ୟୋଦୟ ଦେଖିପାରିବେନି ମାୟାନଗରୀର ମାୟାବିନୀ ରିୟା ଚକ୍ରବର୍ତ୍ତୀ । ସୁଶାନ୍ତ ସିଂ ମୃତ୍ୟୁ ମାମଲାର କ୍ରାଇମ୍ ସିନର ପ୍ରାଇମ ସସପେକ୍ଟ ରିୟା ଏବେ ଜେଲ୍ ରେ ରହିବେ କାହିଁକିନା ରିୟାଙ୍କ ଜାମିନ ଆବେଦନ ଖାରଜ ହୋଇଛି । ରିୟାଙ୍କୁ ଏବେ ମୁମ୍ବାଇର ବାୟକୁଲ୍ଲା ଜେଲରେ ରଖାଯାଇଛି । ଗତ ଗୁରୁବାରକୁ ରିୟାଙ୍କ ଜାମିନ୍ ଖାରଜ ହୋଇଥିଲା । ତେବେ ରିୟାଙ୍କୁ ଜେଲ ହେବ ନା ତାଙ୍କୁ ବେଲ ମିଳିବ ଏହାର
 

ଓଡ଼ିଆ ଗସିପ୍ ବ୍ୟୁରୋ: ଖୋଲା ଆକାଶର ସୂର୍ଯ୍ୟୋଦୟ ଦେଖିପାରିବେନି ମାୟାନଗରୀର ମାୟାବିନୀ ରିୟା ଚକ୍ରବର୍ତ୍ତୀ । ସୁଶାନ୍ତ ସିଂ ମୃତ୍ୟୁ ମାମଲାର କ୍ରାଇମ୍ ସିନର ପ୍ରାଇମ ସସପେକ୍ଟ ରିୟା ଏବେ ଜେଲ୍ ରେ ରହିବେ କାହିଁକିନା ରିୟାଙ୍କ ଜାମିନ ଆବେଦନ ଖାରଜ ହୋଇଛି । ରିୟାଙ୍କୁ ଏବେ ମୁମ୍ବାଇର ବାୟକୁଲ୍ଲା ଜେଲରେ ରଖାଯାଇଛି । ଗତ ଗୁରୁବାରକୁ ରିୟାଙ୍କ ଜାମିନ୍ ଖାରଜ ହୋଇଥିଲା । ତେବେ ରିୟାଙ୍କୁ ଜେଲ ହେବ ନା ତାଙ୍କୁ ବେଲ ମିଳିବ ଏହାର ଶୁଣାଣି ଉପରେ ସମସ୍ତଙ୍କ ନଜର ରହିଥିବା ବେଳେ ଶୁକ୍ରବାରକୁ କୋର୍ଟ ଶୁଣାଣି କରି ଜାମିନ ଆବେଦନ ଖାରଜ କରିଛନ୍ତି । ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀ ମଧ୍ୟ ଜାମିନ ପାଇଁ ଆବେଦନ କରିଛନ୍ତି ଯାହା ଖାରଜ ହୋଇଛି । ଖବର ଅନୁସାରେ ରିୟା ୨୨ ସେପ୍ଟେମ୍ବର ପର୍ଯ୍ୟନ୍ତ ଜେଲରେ ରହିବେ ।

ଏବେ କଥା ହେଉଛି ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ରହସ୍ୟ ଉପରୁ ପର୍ଦ୍ଦା କେବେ ଉଠିବ? ନା ଏମିତି ଅନ୍ୟ ଖବର ଭଲି ସୁଶାନ୍ତ ସିଂ ମୃତ୍ୟୁ ମାମଲା ମଧ୍ୟ ରହସ୍ୟ ହୋଇ ରହସ୍ୟ ଘେରରେ ରହିଯିବ? କାହିଁକିନା ମାମଲା ଯେ, ଏବେ ଭିନ୍ନ ମୋଡ଼ ନେଇ ସାରିଲାଣି ଏକଥା ସମସ୍ତେ ଜାଣିସାରିଛନ୍ତି । ମିଡିଆର ଆଉ ଶୁଭୁନାହିଁ ସୁଶାନ୍ତଙ୍କୁ ନ୍ୟାୟ ପ୍ରଦାନ କରିବାକୁ ଦାବି ।

ଅଳ୍ପରେ ସୁଶାନ୍ତ

ରାଜପୁତ ୨୦୧୩ ମସିହାରେ ହିନ୍ଦୀ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ । ତାଙ୍କ ଅଭିନୀତ ପ୍ରଥମ ହିନ୍ଦୀ କଥାଚିତ୍ର ଥିଲା କାଇ ପୋ ଚେ!, ଯାହା ପାଇଁ ତାଙ୍କୁ ଫିଲ୍ମ ଫେୟାରରେ ଶ୍ରେଷ୍ଠ ନବାଗତ ନାୟକ ପାଇଁ ମନୋନୀତ ହୋଇଥିଲେ । ଏହାପରେ ସେ ସୁଦ୍ଧ୍ ଦେଶୀ ରୋମାନ୍ସ (୨୦୧୩), ଡିଟେକ୍ଟିଭ୍ ବ୍ୟୋମକେଶ ବକ୍ସି (୨୦୧୫) ଭଳି କଥାଚିତ୍ରରେ ଅଭିନୟ କରିଥିଲେ । ୨୦୧୪ ମସିହାରେ ସେ ହିନ୍ଦୀ କଥାଚିତ୍ର ଜଗତରେ ସର୍ବାଧିକ ଆୟ କରିଥିବା କଥାଚିତ୍ର ପିକେରେ ଏକ ସହକାରୀ ଭୂମିକାରେ ଅଭିନୟ କରିଥିଲେ । ସୁଶାନ୍ତ ସିଂ ରାଜପୁତ ୨୦୧୬ ମସିହାରେ ପୂର୍ବତନ ଭାରତୀୟ କ୍ରିକେଟ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ଜୀବନୀ ଉପରେ ଆଧାରିତ ଚଳଚ୍ଚିତ୍ର ଏମ୍.ଏସ୍. ଧୋନି: ଦ ଅନ୍‌ଟୋଲ୍ଡ ଷ୍ଟୋରୀରେ ଅଭିନୟ କରିଥିଲେ, ଯାହାପାଇଁ ସେ ଅନେକ ସଫଳତା ଓ ଲୋକପ୍ରିୟତା ସାଉଁଣ୍ଟିଥିଲେ । ପରବର୍ତ୍ତୀ ସମୟରେ ତାଙ୍କର ଅଭିନୟ ପାଇଁ ସେ ଫିଲ୍ମଫେୟାର ପୁରସ୍କାର ଉତ୍ସବରେ ଶ୍ରେଷ୍ଠ ଅଭିନେତା ଭାବରେ ମନୋନୀତ ହୋଇଥିଲେ ।୨୦୧୮ ମସିହାରେ ତାଙ୍କ ଅଭିନୀତ କଥାଚିତ୍ର କେଦାରନାଥ ଓ ୨୦୧୯ର ଚିଛୋରେ ବଡ଼ ବ୍ୟବସାୟିକ ସଫଳତା ପାଇବା ସହ ସେ ହିନ୍ଦୀ କଥାଚିତ୍ର ଜଗତର ଆଗଧାଡ଼ିର କଳାକାର ଭିତରେ ଗଣା ହେଲା ।