ମାମଲା ରଫାଦଫା କରିବା ପାଇଁ ୫୦ହଜାର ଲାଞ୍ଚ ନେଇ ଗିରଫ ହେଲେ ଜଟଣୀ ଥାନା ଅଧିକାରୀ, କୋର୍ଟ ଚାଲାଣ ବେଳେ ପ୍ରବଳ ବିରୋଧ

ଭୁବନେଶ୍ୱର: କମିଶନରେଟ ପୁଲିସ ଅଧୀନରେ ଥିବା ଜଟଣୀ ଥାନା ଅଧିକାରୀ ଲାଞ୍ଚ ନେବା ଘଟଣା ପୁରା ରାଜଧାନୀବାସୀଙ୍କୁ ବିରକ୍ତ ଭାବର ଖୋରାକ ଯୋଗାଇଛି । ଖବର ପ୍ରଘଟ ହେବା ମାତ୍ରେ ଚାରିଆଡ଼େ ବିରୋଧର ବାତାବରଣ ଉପୁଜିଛି । ଖରାପ ଭାଷାରେ ଗାଳିଗୁଳଜ କରିବା ସହ ଥାନା ଲାଞ୍ଚୁଆ ଥାନା ଅଧିକାରୀଙ୍କ ଏହି ମନ୍ଦ କାମକୁ ଛି ଛି କରିଛନ୍ତି । ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଲୋକେ ଦାବି କରିଛନ୍ତି । ଲାଞ୍ଚ
 
ଭୁବନେଶ୍ୱର: କମିଶନରେଟ ପୁଲିସ ଅଧୀନରେ ଥିବା ଜଟଣୀ ଥାନା ଅଧିକାରୀ ଲାଞ୍ଚ ନେବା ଘଟଣା ପୁରା ରାଜଧାନୀବାସୀଙ୍କୁ ବିରକ୍ତ ଭାବର ଖୋରାକ ଯୋଗାଇଛି । ଖବର ପ୍ରଘଟ ହେବା ମାତ୍ରେ ଚାରିଆଡ଼େ ବିରୋଧର ବାତାବରଣ ଉପୁଜିଛି । ଖରାପ ଭାଷାରେ ଗାଳିଗୁଳଜ କରିବା ସହ ଥାନା ଲାଞ୍ଚୁଆ ଥାନା ଅଧିକାରୀଙ୍କ ଏହି ମନ୍ଦ କାମକୁ ଛି ଛି କରିଛନ୍ତି । ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଲୋକେ ଦାବି କରିଛନ୍ତି ।
ଲାଞ୍ଚ ନେବା ବେଳେ ଜଟଣୀ ଥାନା ଅଧିକାରୀ ସଞ୍ଜୀବ ମହାନ୍ତି ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି । ସୋମବାର ଦିନ ରାତି ୮ଟା ବେଳେ ଭିଜିଲାନ୍ସର ଦୁଇଜଣିଆ ଟିମ ଶ୍ରୀ ମହାନ୍ତିଙ୍କୁ ଗିରଫ କରିବାରେ ସଫଳ ହୋଇଛନ୍ତି । ଥାନା ଅଧିକାରୀ କେନ୍ଦ୍ରାପଡାରେ ଥିବା ସମୟରେ ଟିଟୋକୁ ସଂପୂର୍ଣ୍ଣ ସହାୟତା କରୁଥିଲେ ବୋଲି ଜଣାପଡିଛି । ଥାନା ଅଧିକାରୀଙ୍କ ଛତ୍ରଛାୟା ତଳେ ଟିଟୋ ତାର ସାମ୍ରାଜ୍ୟ ବଢ଼ାଇ ଚାଲିଥିଲା । ଶ୍ରୀ ମହାନ୍ତି ଗିରଫ ହେବା ପରେ ଲକ୍ଷ ଲକ୍ଷ ଟଙ୍କାର କଳାଧନକୁ ଭିଜିଲାନ୍ସ ଖୋଳତାଡ କରିବ ବୋଲି ସୂଚନା ଦେଇଛି ।
ଅନ୍ୟପଟରେ ଥାନା ଅଧିକାରୀଙ୍କ ବିରୋଧରେ ବିଭାଗୀୟ ତଦନ୍ତ ହେବ ବୋଲି ପୁଲିସ କମିଶନର ଯୋଗେଶ ବାହାଦୁର ଖୁରାନିଆ ସୂଚନା ଦେଇଛନ୍ତି । ମଙ୍ଗଳବାର ଶ୍ରୀ ମହାନ୍ତିଙ୍କୁ କୋର୍ଟ ଚାଲାଣ କରାଯାଇଥିଲା । ହେଲେ ସ୍ଥାନୀୟ କୋର୍ଟରେ ମଧ୍ୟ ଥାନା ଅଧିକାରୀଙ୍କୁ ଟଣାଓଟରା ଉଦ୍ୟମ କରିଥିବା ଦେଖାଯାଇଥିଲା । ଖାଲି ଏତିକି ନୁହେଁ ଥାନା ଅଧିକାରୀଙ୍କୁ ଘେରିଥିଲେ ଶତାଧିକ ଆଇନଜୀବୀ । ଖରାପ ଭାଷାରେ ଗାଳିଗୁଳଜ କରିବା ସହ ଅଭିଯୁକ୍ତ ପୁଲିସ ବାବୁଙ୍କୁ କୋର୍ଟ ରୁମରୁ ବାହାରକୁ ଯିବା ପାଇଁ ଦେଇନଥିଲେ । ଜଗତସିଂହପୁର ଓ ଜଟଣୀରେ କାର୍ଯ୍ୟରତ ଥିବା ସମୟରେ ଆଇନଜୀବୀଙ୍କୁ ଥାନା ଅଧିକାରୀ ଶ୍ରୀ ମହାନ୍ତି ଦୁର୍ବ୍ୟବହାର କରିବା ସହ ଲାଞ୍ଚ ମାଗିଥିବା ଅଭିଯୋଗ ହୋଇଛି । ତାଙ୍କ ଜାମିନ୍ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତ (ଝାରପଡ଼ା ଜେଲ)କୁ ପଠାଇ ଦିଆଯାଇଛି ।
ସୂଚନାଯୋଗ୍ୟ, ଜଟଣୀ ଥାନା କୁଦିଆରୀ ଗ୍ରାମର ସୁମିତ ମଙ୍ଗରାଜ ବିଭିନ୍ନ ଅପରାଧୀକ ମାମଲାରେ ବହୁ ଥର ଜେଲ ଯାଇଥିଲେ । କିଛି ଦିନ ତଳେ ଏକ ଗଣ୍ଡଗୋଳ ଘଟଣାରେ ତାଙ୍କ ନାଁରେ ଥାନାରେ ମାମଲା ହୋଇଥିଲା । ଜଟଣୀ ଥାନା ଅଧିକାରୀ ସଞ୍ଜୀବ ମହାନ୍ତି ସୁମିତକୁ ଥାନାକୁ ଡାକି ବୁଝାସୁଝା କରିବା ସହ ୫୦ ହଜାର ଟଙ୍କା ଦେବା ପାଇଁ ଲାଞ୍ଚ ମାଗିଥିଲେ । ସୁମିତ ଟଙ୍କା ଦେବାରେ ବିଳମ୍ବ କରିବାରୁ ତାକୁ ଥାନାକୁ ଡାକି ଥାନା ଅଧିକାରୀ ଧମକଚମକ ଦେବା ସହ ଟଙ୍କା ନ ଦେଲେ ତା’ ନାଁରେ ୱାଣ୍ଟେଡ ତାଲିକାରେ ବୁକ କରିବେ ବୋଲି ଚେତାବନୀ ଦେଇଥିଲେ ।
କୌଣସି ଉପାୟ ନପାଇ ସୁମିତ ଚତୁରତାର ସହ ଭିଜିଲାନ୍ସ ସହ ଯୋଗାଯୋଗ କରିଥିଲେ । ଗତକାଲି ରାତିରେ ଟଙ୍କା ଦେବାକୁ ସୁମିତ ଥାନାକୁ ଆସିଥିବା ବେଳେ ଥାନା ଅଧିକାରୀ ଭିଜିଲାନ୍ସ ଜାଲରେ ପଡ଼ିଥିଲେ । ତାଙ୍କ ବାସଭବନ ଓ କାର୍ଯ୍ୟାଳୟ ଯାଞ୍ଚ ବେଳେ ଭିଜିଲାନ୍ସ ୫ଲକ୍ଷ ଟଙ୍କା ଜବତ କରିଥିବା ଜଣାପଡିଛି । ଆହୁରି ଛାନଭିନ ଜାରି ରହିଥିବା ଜଣାପଡିଛି ।