ଷ୍ଟେସନରୁ ଜବତ ହେଲା ୨କୋଟି ୨୩ ଲକ୍ଷ ଟଙ୍କା, ୩ ଗିରଫ

ରାଉରକେଲା: ରାଉରକେଲା ଷ୍ଟେସନରୁ ରେଳବାଇ ପୋଲିସ ହାତରେ ଲାଗିଛି ୨କୋଟି ୨୩ ଲକ୍ଷ ଟଙ୍କା । ଏହି ଟଙ୍କାକୁ ପୋଲିସ ଜବତ କରିବା ସହ ଏଥିରେ ସମ୍ପୃକ୍ତ ୩ ଜଣଙ୍କୁ ଗିରଫ କରିଛି । ସେମାନେ ହେଲେ ସଞ୍ଜୟ ଗୁପ୍ତା, ସୁନୀଲ କୁମାର ଓ ରାଜନ ଶ୍ରୀବାସ୍ତବ । ଅଭିଯୁକ୍ତ ମାନେ ଏତେ ପରିମାଣର ଟଙ୍କା କେଉଁଠୁ ଆଣିଲେ ? କିଏ ଦେଇଥିଲା ଏତେ ଟଙ୍କା ? କୁଆଡେ ନେଇ ଯାଉଥିଲେ ଏତେ ଟଙ୍କା ? ଏସବୁ
 

ରାଉରକେଲା: ରାଉରକେଲା ଷ୍ଟେସନରୁ ରେଳବାଇ ପୋଲିସ ହାତରେ ଲାଗିଛି ୨କୋଟି ୨୩ ଲକ୍ଷ ଟଙ୍କା । ଏହି ଟଙ୍କାକୁ ପୋଲିସ ଜବତ କରିବା ସହ ଏଥିରେ ସମ୍ପୃକ୍ତ ୩ ଜଣଙ୍କୁ ଗିରଫ କରିଛି । ସେମାନେ ହେଲେ ସଞ୍ଜୟ ଗୁପ୍ତା, ସୁନୀଲ କୁମାର ଓ ରାଜନ ଶ୍ରୀବାସ୍ତବ ।

ଅଭିଯୁକ୍ତ ମାନେ ଏତେ ପରିମାଣର ଟଙ୍କା କେଉଁଠୁ ଆଣିଲେ ? କିଏ ଦେଇଥିଲା ଏତେ ଟଙ୍କା ? କୁଆଡେ ନେଇ ଯାଉଥିଲେ ଏତେ ଟଙ୍କା ? ଏସବୁ ଦିଗ ଉପରେ ରେଳବାଇ ପୋଲିସ ତଦନ୍ତ ଚଳାଇଥିବା ଜଣାପଡିଛି ।

ତେବେ ପ୍ରାଥମିକ ତଦନ୍ତରୁ ପୋଲିସ ଜାଣିବାକୁ ପାଇଛି କି, କିଛି ଦିନତଳେ କୋଲକାତାର ଜଣେ ବ୍ୟବସାୟୀ ଗୌରବ କୁମାର ଟ୍ରେନରେ ଏକ ବ୍ୟାଗରେ ୩କୋଟି ୩୦ ଲକ୍ଷ ଟଙ୍କା ନେଇ ଯାଉଥିବା ବେଳେ ଝାରସୁଗୁଡ଼ାରୁ ରାଉରକେଲା ଭିତରେ ତାହା ଚୋରି ହୋଇଯାଇଥିଲା ।

ଟଙ୍କା ଚୋରି ହୋଇଯାଇଥିବା ନେଇ ବ୍ୟବସାୟୀ ଜଣଙ୍କ ଝାରସୁଗୁଡ଼ା ରେଳବାଇ ଥାନାରେ ଏକ ଏତଲା ଦାୟାର କରିଥିଲେ । ତେଣୁ ଜବତ ହୋଇଥିବା ଟଙ୍କା ସେହି ଚୋରି ଟଙ୍କା ସହ କିଛି ଲିଙ୍କ ଅଛି କି ନାହିଁ ତାହା ଉପରେ ପୋଲିସ ତଦନ୍ତ ଚଳାଇଥିବା କହିଛି ।