ସାଂସଦ ଅନୁଭବ ମହାନ୍ତିଙ୍କ ବିରୋଧରେ ନବୀନ ନିବାସ ଆଗରେ ଧାରଣା ଦେଲେ ମହିଳା

ଭୁବନେଶ୍ୱର: ସାଂସଦ ଅନୁଭବ ମହାନ୍ତି ଏବେ ବଡ଼ ଅଡୁଆରେ ପଡିଛନ୍ତି । ସାଂସଦଙ୍କ ନାମରେ ମହିଳା ଜଣଙ୍କ ଆଣିଥିବା ଅସଦାଚରଣ ତଥା ଗାଳି ଗୁଲଜ ଅଭିଯୋଗ ସିଧା ଆସି ନବୀନ ନିବାସରେ ପହଁଚିଛି । ସମ୍ପୃକ୍ତ ମହିଳା ଆଜି ନ୍ୟାୟ ଦାବି କରି ନବୀନ ନିବାସ ସାମ୍ନାରେ ଧାରଣା ଦେଇଥିଲେ । ତେବେ ଶେଷ ଖବର ସୁଧା ପୋଲିସ ତାଙ୍କୁ ସେଠାରୁ ଉଠାଇ ନେଇଥିଲା । ମିଳିଥିବା ସୂଚନା ଅନୁସାରେ, ମହିଳା ଜଣଙ୍କ କଟକ ପୁରୀଘାଟ ଥାନାରେ
 

ଭୁବନେଶ୍ୱର: ସାଂସଦ ଅନୁଭବ ମହାନ୍ତି ଏବେ ବଡ଼ ଅଡୁଆରେ ପଡିଛନ୍ତି । ସାଂସଦଙ୍କ ନାମରେ ମହିଳା ଜଣଙ୍କ ଆଣିଥିବା ଅସଦାଚରଣ ତଥା ଗାଳି ଗୁଲଜ ଅଭିଯୋଗ ସିଧା ଆସି ନବୀନ ନିବାସରେ ପହଁଚିଛି । ସମ୍ପୃକ୍ତ ମହିଳା ଆଜି ନ୍ୟାୟ ଦାବି କରି ନବୀନ ନିବାସ ସାମ୍ନାରେ ଧାରଣା ଦେଇଥିଲେ । ତେବେ ଶେଷ ଖବର ସୁଧା ପୋଲିସ ତାଙ୍କୁ ସେଠାରୁ ଉଠାଇ ନେଇଥିଲା ।

ମିଳିଥିବା ସୂଚନା ଅନୁସାରେ, ମହିଳା ଜଣଙ୍କ କଟକ ପୁରୀଘାଟ ଥାନାରେ ଗତ କିଛି ଦିନ ତଳେ ସାଂସଦ ଅନୁଭବ ଓ ତାଙ୍କ ଭାଇ ଅନୁପ୍ରାସ ମହାନ୍ତିଙ୍କ ବିରୋଧରେ ଗୁରୁତର ଅଭିଯୋଗ କରିଥିଲେ । ମହିଳା ଜଣଙ୍କ ଦର୍ଶାଇଥିଲେ ସାଂସଦ ଅନୁଭବ ଏବଂ ତାଙ୍କ ଭାଇ ତାଙ୍କୁ ଗାଳି ଗୁଲଜ କରିବା ସହ ଦୁର୍ବ୍ୟବହାର ପ୍ରଦର୍ଶନ କରିଛନ୍ତି । ଅଭିଯୋଗକୁ ଭିତିକରି ପୁରୀଘାଟ ପୁଲିସ ଏକ ମାମଲା ରୁଜୁ କରିଛି । ହେଲେ ପୁଲିସ କେବଳ ମାମଲା ୠଜୁକରି ବସିଛି । ଏଯାଏଁ ଅନୁଭବଙ୍କ ବିରୋଧରେ କୌଣସୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିବା ମହିଳା ଜଣଙ୍କ ଅଭିଯୋଗ କରିଛନ୍ତି । ଏପରିକି ତାଙ୍କ ଜୀବନ ପ୍ରତି ବିପଦ ଥିବା ମଧ୍ୟ ସେ କହିଛନ୍ତି ।

ଏଣୁ ଏଥିପାଇଁ ସେ ନ୍ୟାୟ ପାଇବା ଆଶାରେ ଆଜି ନବୀନ ନିବାସ ସମ୍ମୁଖରେ ଧାରଣାରେ ବସିଥିଲେ । ମହିଳା ଜଣଙ୍କ ଧାରଣା ଦେବା ପରେ ସେଠାରେ ଥିବା ପୁଲିସ କର୍ମଚାରୀ ତାଙ୍କୁ ବସିବାକୁ ଦେଇନଥିଲେ । ପୁଲିସ ତାଙ୍କୁ ସେଠାରୁ ଉଠାଇ ନେଇଥିଲା । ଘଟଣାଟି ଏବେ ଗୁରୁତର ଆଡକୁ ଗତି କରିଥିବା ଜଣାପଡିଛି । ଖବର ନବୀନ ନିବାସରେ ପହଂଚି ଥିବାରୁ ଅନୁଭବଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି କି ନାହିଁ ତାହା ଦେଖିବା କୁ ବାକି ରହିଲା ।