ମା’ଙ୍କ ସହ ପାଟିତୁଣ୍ଡ, ପରେ ମୁଣ୍ଡକୁ ପିତ ଚଢିବାରୁ ନିଜକୁ ଗୁଳି କଲେ ଯୁବକ

ବରଗଡ: ବରଗଡ ଜିଲ୍ଲାରେ ଆଜି ଏକ ଲୋମଟାଙ୍କୁରା ଘଟଣା ଘଟିଛି । ପ୍ରଥମେ ମାଙ୍କ ସହ ପାଟିତୁଣ୍ଡ ଓ ପରେ ମୁଣ୍ଡକୁ ପିତ ଚଢିବାରୁ ଯୁବକ ଜଣକ ଗୁଳି କରି ନିଜ ଜୀବନ ନେଇଛନ୍ତି । ଘଟଣାଟି ଘଟିଛି ଅମ୍ବା ଥାନା ଅଧିନ କଲମୀ ଗାଁରେ । ଖବର ପାଇ ପୋଲିସ ଘଟଣାକୁ ଆତ୍ମହତ୍ୟା ରୁପ ଦେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି । ମୃତ ଯୁବକ ଜଣକ ହେଲେ ରାକେଶ ବେହେରା (୨୪) ।
 

ବରଗଡ: ବରଗଡ ଜିଲ୍ଲାରେ ଆଜି ଏକ ଲୋମଟାଙ୍କୁରା ଘଟଣା ଘଟିଛି । ପ୍ରଥମେ ମାଙ୍କ ସହ ପାଟିତୁଣ୍ଡ ଓ ପରେ ମୁଣ୍ଡକୁ ପିତ ଚଢିବାରୁ ଯୁବକ ଜଣକ ଗୁଳି କରି ନିଜ ଜୀବନ ନେଇଛନ୍ତି । ଘଟଣାଟି ଘଟିଛି ଅମ୍ବା ଥାନା ଅଧିନ କଲମୀ ଗାଁରେ । ଖବର ପାଇ ପୋଲିସ ଘଟଣାକୁ ଆତ୍ମହତ୍ୟା ରୁପ ଦେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି ।

ମୃତ ଯୁବକ ଜଣକ ହେଲେ ରାକେଶ ବେହେରା (୨୪) । ସେ ଡ୍ରାଇଭର ଭାବେ କାମ କରୁୁଥିବା ବେଳେ ନିଜ ମାମୁଁ ଘର କଲମୀ ଗାଁରେ ମାଙ୍କ ସହିତ ରହୁଥିଲେ ।

ମିଳିଥିବା ସୂଚନା ଅନୁ୍ଯାୟୀ ଗତକାଲି ରାତିି ପ୍ରାୟ ୯ଟା ବେଳେ ରାକେଶ ତାଙ୍କ ସାଙ୍ଗ ସହିତ ଘରକୁ ଯାଇଥିଲେ । ସେଠାରେ ରାକେଶ କୌଣସି ଏକ କଥାକୁ ନେଇ ମା’ଙ୍କ ସହ ପାଟିତୁଣ୍ଡ କରିଥିଲେ । ଏଥିରେ ରାକେଶ ରାଗିଯାଇ ନିଜ ମୁଣ୍ଡରେ ପିସ୍ତଲ ଲଗାଇ ଗୁଳି ଫୁଟାଇଥିଲେ । ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ସେଠାରୁ ପୋଲିସ ଗୋଟିଏ ଜୀବନ୍ତ ଗୁଳି ଜବତ କରିଥିବା ସୂଚନା ମିଳିଛି ।

ଅନ୍ୟପଟରେ ପଚରାଉଚରା ବେଳେ ରାକେଶଙ୍କ ସାଙ୍ଗ କହିଛନ୍ତି ଯେ, ସେ ଖରାପ କାର୍ଯ୍ୟରେ ଲିପ୍ତ ଥିବାରୁ ତାଙ୍କ ମା’ ତାଙ୍କୁ ତାଗିଦ୍ କରିଥିଲେ । ଏଥିରେ ରାଗିଯାଇ ସେ ନିଜ ଜୀବନ ନେଇଥିଲେ ।