ରକ୍ତାକ୍ତ ହେଲା ସାକ୍ଷୀଗୋପଲ ଛକ, ତିନି ଭାଇଙ୍କୁ ଗୋଡ଼ାଇ ହାଣିଲେ, କାରଣ ଅସ୍ପଷ୍ଟ

ପୁରୀ: ସୁନାବେଶର ଗୋଟିଏ ଦିନ ପରେ ପୁରୀରେ ନାରକୀୟ କାଣ୍ଡ । ପୁରୀ ସତ୍ୟବାଦୀ ଥାନା ଅନ୍ତର୍ଗତ ପଟ୍ଟନାୟିକା ଛକରେ ରବିବାର ସନ୍ଧ୍ୟାରେ ଟ୍ରିପଲ୍ ମର୍ଡର ହୋଇଥିବା ସୂଚନା ମିଳିଛି । ଗୋଟିଏ ପରିବାରର ୨ ଭାଇ ଓ ଅନ୍ୟ ଜଣଙ୍କୁ ର୍ନିମମ ହତ୍ୟା କରଯାଇଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟା ହୋଇଥିବା ସନ୍ଦେହ କରାଯାଉଛି । ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଂଚି ମୃତଦେହ ଜବତ କରିିଛି । ଭୁବନେଶ୍ୱର-ପୁରୀ ମୁଖ୍ୟ
 

ପୁରୀ: ସୁନାବେଶର ଗୋଟିଏ ଦିନ ପରେ ପୁରୀରେ ନାରକୀୟ କାଣ୍ଡ । ପୁରୀ ସତ୍ୟବାଦୀ ଥାନା ଅନ୍ତର୍ଗତ ପଟ୍ଟନାୟିକା ଛକରେ ରବିବାର ସନ୍ଧ୍ୟାରେ ଟ୍ରିପଲ୍‌ ମର୍ଡର ହୋଇଥିବା ସୂଚନା ମିଳିଛି । ଗୋଟିଏ ପରିବାରର ୨ ଭାଇ ଓ ଅନ୍ୟ ଜଣଙ୍କୁ ର୍ନିମମ ହତ୍ୟା କରଯାଇଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟା ହୋଇଥିବା ସନ୍ଦେହ କରାଯାଉଛି । ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଂଚି ମୃତଦେହ ଜବତ କରିିଛି ।

ଭୁବନେଶ୍ୱର-ପୁରୀ ମୁଖ୍ୟ ରାସ୍ତା ଠାରୁ ଅଳ୍ପ ଦୂରରେ ଏହି ଘଟଣା ଘଟିଥିବାରୁ ଯାନବାହାନ ଚଳାଚଳ ପ୍ରଭାବିତ ହୋଇଛି । ସୂଚନା ଅନୁସାରେ ବିଚ୍‌ ରାସ୍ତାରେ ୩ ଭାଇଙ୍କୁ ଆଜି ଅଭିଯୁକ୍ତମାନେ ଗୋଡାଇ ଗୋଡାଇ ହାଣିବା ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି । ପୁଲିସ ଚେକ୍‌ ପୋଷ୍ଟ ସମ୍ମୁଖରେ ଏହି ହତ୍ୟାକାଣ୍ଡ ହୋଇଥିଲେ ମଧ୍ୟ ଦୃବୃର୍ତ୍ତଙ୍କ ଟେର ପାଇନାହିଁ । ଉତ୍ତ୍ୟକ୍ତ ଲୋକ ଘଟଣାସ୍ଥଳରେ ପୋଡାଜଳା କରୁଥିବା ବେଳେ ପୁଲିସ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି । ରିପୋର୍ଟ ଲେଖାଯିବା ବେଳକୁ ରାସ୍ତାର ଉଭୟ ପାର୍ଶ୍ୱରେ ଶତାଧିକ ଯାନବାହାନ ଅଟକି ରହିଛି ।