ସମ୍ପର୍କୀୟ ଭାଇର ହିଂସ୍ର କାଣ୍ଡ, ଚକୋଲେଟ୍‌ ଦେଇ ଦୁଇ ଭଉଣୀଙ୍କ ଇଜ୍ଜତ ସହ ଖେଳିଲେ

ବାଲେଶ୍ୱର: ବାଲେଶ୍ୱର ସୋରରେ ଜଣେ ସମ୍ପର୍କୀୟ ଭାଇର ହିଂସ୍ର କାଣ୍ଡ ପଦାକୁ ଆସିଛି l ଯାହା ପୁରା ଜିଲ୍ଲାରେ ଛି ଛି ର ସ୍ୱର ଉଠିଛି l ରକ୍ତ ସମ୍ପର୍କ ଭୁଲି ଚକୋଲେଟ୍ ଦେବା ବାହାନାରେ ଦୁଇ ଭଉଣୀଙ୍କୁ ନିଜ ଘରକୁ ଡାକି ନେଇ ଦାଦାପୁଅ ଭାଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏପରି ନିନ୍ଦନୀୟ ଘଟଣା ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ଅଞ୍ଚଳରେ ଘଟିଛି । ଜଣଙ୍କର ବୟସ ୧୧ ହୋଇଥିବା ବେଳେ ଅନ୍ୟ
 

ବାଲେଶ୍ୱର: ବାଲେଶ୍ୱର ସୋରରେ ଜଣେ ସମ୍ପର୍କୀୟ ଭାଇର ହିଂସ୍ର କାଣ୍ଡ ପଦାକୁ ଆସିଛି l ଯାହା ପୁରା ଜିଲ୍ଲାରେ ଛି ଛି ର ସ୍ୱର ଉଠିଛି l ରକ୍ତ ସମ୍ପର୍କ ଭୁଲି ଚକୋଲେଟ୍‌ ଦେବା ବାହାନାରେ ଦୁଇ ଭଉଣୀଙ୍କୁ ନିଜ ଘରକୁ ଡାକି ନେଇ ଦାଦାପୁଅ ଭାଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏପରି ନିନ୍ଦନୀୟ ଘଟଣା ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ଅଞ୍ଚଳରେ ଘଟିଛି । ଜଣଙ୍କର ବୟସ ୧୧ ହୋଇଥିବା ବେଳେ ଅନ୍ୟ ଜଣଙ୍କ ବୟସ ୭ ବର୍ଷ । ପୀଡ଼ିତାଙ୍କ ଅଭିଯୋଗ କ୍ରମେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।

ଗତ ମଙ୍ଗଳବାର ଦିନ ଦୁଇ ଭଉଣୀ ଖେଳୁଥିଲେ । ଏହି ସମୟରେ ସେମାନଙ୍କ ଦାଦାପୁଅ ଭାଇ ଚକୋଲେଟ ଦେବା ବାହାନାରେ ସେମାନଙ୍କୁ ନିଜ ଘରକୁ ଡାକି ନେଇଯାଇଥିଲା । ପ୍ରଥମେ ମୋବାଇଲ୍‌ରେ ଦୁଇ ଭଉଣୀଙ୍କୁ କାର୍ଟୁନ ଫିଲ୍ମ ଦେଖାଇଥିଲା । ପରେ ସେମାନଙ୍କୁ ଅଶ୍ଲୀଳ ଭିଡିଓ ଦେଖାଇଥିଲା ଅଭିଯୁକ୍ତ ଭାଇ । ତା’ପରେ ସେ ଉଭୟଙ୍କ ସହ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏ ସମ୍ପର୍କରେ କାହାକୁ କହିଲେ ଜୀବନରୁ ମାରିଦେବ ବୋଲି ସେ ଦୁଇ ଭଉଣୀଙ୍କୁ ଧମକ ଦେଇଥିଲା । ଏଥିରେ ଡରିଯାଇ ସେମାନେ ଏହି ଘଟଣା ସମ୍ପର୍କରେ କାହାକୁ କହିନଥିଲେ ।

ଗତକାଲି ରାତିରେ ଦୁଇ ଭଉଣୀ ପରିସ୍ରା କରିବାକୁ ଯାଇଥିଲେ । ସେହି ସମୟରେ ସେମାନଙ୍କ ଯୌନାଙ୍ଗରେ ପ୍ରବଳ ଯନ୍ତ୍ରଣା ହୋଇଥିଲା । ପରେ ମାଆ ପଚାରିବାରୁ ଦୁଇ ଭଉଣୀ ତାଙ୍କୁ ପୂରା ଘଟଣା କହିଥିଲେ । ପୀଡ଼ିତାଙ୍କ ମାଆ ଏ ସମ୍ପର୍କରେ ଅଭିଯୁକ୍ତଙ୍କୁ ପଚାରିଥିଲେ । ସେ ମଧ୍ୟ ନିଜ ଦୋଷ ସ୍ୱୀକାର କରିଥିବା ଜଣାପଡ଼ିଛି ।