ସମାଜସେବୀ ଆଦିତ୍ୟଙ୍କ ମୃତ୍ୟୁ ଘଟଣାର ଗୁମର ଖୋଲିବ କି ସେବାଶ୍ରମ ଆର୍ଥିକ କାରବାର? ଥାନାରେ ହାଜର ହେବା ପାଇଁ ଆଶ୍ରମର ଦୁଇ ସଦସ୍ୟଙ୍କୁ ନୋଟିସ୍‌

ଓଡ଼ିଆ ଗସିପ୍ ବ୍ୟୁରୋ: ସମାଜସେବୀ ଆଦିତ୍ୟ ଦାସଙ୍କ ମୃତ୍ୟୁ ଘଟଣାରେ ଲାଗି ରହିଛି ସସ୍ପେନ୍ସ । ରେଳଲାଇନ୍ ରୁ ଆଦିତ୍ୟର ମୃତଦେହ ଉଦ୍ଧାର ହୋଇଥିବାରୁ ରେଳବାଇ ପୁଲିସ ଗତକାଲି ରେଳବାଇ କର୍ତ୍ତୃପକ୍ଷଙ୍କୁ ଘଟଣା ଦିନ ଯିବା ଆସିବା କରୁଥିବା ଟ୍ରେନ୍ ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଦେବା ପାଇଁ ନୋଟିସ୍ କରିଥିଲା । ଅନ୍ୟପଟେ ଏହି ହତ୍ୟା ମାମଲାକୁ ନେଇ ତଦନ୍ତ ଜୋର କରିଛି ରେଳବାଇ (ଜିଆରପି) ପୁଲିସ । କିଛି ଦିନ ତଳେ ଆଦିତ୍ୟଙ୍କ ଏକ ଡାଏରୀ
 

ଓଡ଼ିଆ ଗସିପ୍ ବ୍ୟୁରୋ: ସମାଜସେବୀ ଆଦିତ୍ୟ ଦାସଙ୍କ ମୃତ୍ୟୁ ଘଟଣାରେ ଲାଗି ରହିଛି ସସ୍‌ପେନ୍ସ । ରେଳଲାଇନ୍ ରୁ ଆଦିତ୍ୟର ମୃତଦେହ ଉଦ୍ଧାର ହୋଇଥିବାରୁ ରେଳବାଇ ପୁଲିସ ଗତକାଲି ରେଳବାଇ କର୍ତ୍ତୃପକ୍ଷଙ୍କୁ ଘଟଣା ଦିନ ଯିବା ଆସିବା କରୁଥିବା ଟ୍ରେନ୍ ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଦେବା ପାଇଁ ନୋଟିସ୍ କରିଥିଲା । ଅନ୍ୟପଟେ ଏହି ହତ୍ୟା ମାମଲାକୁ ନେଇ ତଦନ୍ତ ଜୋର କରିଛି ରେଳବାଇ (ଜିଆରପି) ପୁଲିସ ।

କିଛି ଦିନ ତଳେ ଆଦିତ୍ୟଙ୍କ ଏକ ଡାଏରୀ ପୁଲିସ ହାତରେ ଲାଗିଥିଲା । ଯାହାକୁ ନେଇ ପୁଲିସ ଡାଏରୀରେ ଉଲ୍ଲେଖ ରହିଥିବା ସେବାଶ୍ରମର ସଦସ୍ୟମାନଙ୍କୁ ପଚରାଉଚରା କରିବା ପାଇଁ ମନବଳେଇଛି । ମାନବପ୍ରେମୀ ଆଦିତ୍ୟ ଦାସ ଏକ ପିପୁଲ ଫର ସେବା ଆଶ୍ରମ ଚଳାଉଥିଲେ । ସେଥିରେ ବିକାଶ ଓ ପପୁ ଭଳି ଦୁଇ ଜଣଙ୍କ ନାଁ ଡାଏରୀରେ ରହିଥିବାରୁ ପୁଲିସ ସେମାନଙ୍କୁ ଜେରା କରିବ ବୋଲି ଜଣାପଡିଛି ।

ସେମାନଙ୍କୁ ଥାନାରେ ହାଜର ହେବା ପାଇଁ ପୁଲିସ ନୋଟିସ୍ କରିଥିବା ଜଣାପଡିଛି । ଏହି ଦୁଇ ଜଣ ସେବାଶ୍ରମର ସଦସ୍ୟ ପଦରେ ଥିବାରୁ ପୁଲିସ ସେବାଶ୍ରମର ଆର୍ଥିକ କାରବାରକୁ ନେଇ ଖୋଳତାଡ଼ ଆରମ୍ଭ କରିଛି । ସେପଟେ ଜୁନ୍ ୧ରୁ ଜୁଲାଇ ୬ତାରିଖ ପର୍ଯ୍ୟନ୍ତ ଆଦିତ୍ୟଙ୍କ କଲ ରେକର୍ଡ ଯାଞ୍ଚ ଆରମ୍ଭ କରିଛି ରେଳବାଇ ପୁଲିସ । ଏହି ଦିନ ଭିତରେ ଆଦିତ୍ୟ କାହାକାହା ସହ କଥା ହୋଇଥିଲେ ସମସ୍ତ ଦିଗକୁ ନେଇ ପୁଲିସ ତଦନ୍ତ ଆରମ୍ଭ କରିଦେଇଛି ।

ସୂଚନା ମିଳିଛି କି, ସେବାଶ୍ରମର ସଦସ୍ୟ ଓ ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ଯାହାକୁ ପୁଲିସ ଗୁରୁତର ସହ ନେଇଛି ଏବଂ ପତ୍ନୀଙ୍କ ଅଭିଯୋଗ ସେବାଶ୍ରମ ଟଙ୍କା ଉଠାଇବା ନେଇ ମାନବ ଚିନ୍ତାଗ୍ରସ୍ତ ଥିବା ପୁଲିସ ଏହି ଦିଗରେ ମଧ୍ୟ ତଦନ୍ତ ଚଳାଇଛି ।

ବିକାଶ ଓ ପପୁଙ୍କୁ ଜେରା ପରେ ଏହି ହତ୍ୟା ଘଟଣାର କିଛି ତଥ୍ୟ ପୁଲିସ ହାତରେ ଲାଗିବ ବୋଲି ଆଶା କରାଯାଉଛି ।