ପୁଣି ଅଡୁଆରେ ସଲମାନ ଖାନ, ଏହି କାରଣ ପାଇଁ କୋର୍ଟରେ ହାଜର ହେବେ ଭାଇଜାନ…

ମୁମ୍ୱାଇ (ଓଡ଼ିଆ ଗସିପ ବ୍ୟୁରୋ): ବଲିଉଡ୍ କଳା ଜଗତର ହସ୍ତୀ ତଥା ସୁପରଷ୍ଟାର ଭାଇଜାନ ସଲମାନ୍ ଖାନଙ୍କ ପାଇଁ ଏବେ ପୁଣି ଅଡ଼ୁଆ ବଢ଼ିବାରେ ଲାଗିଛି । କାରଣ ସେ କୋର୍ଟରେ ଖୁବଶୀଘ୍ର ହଜାର ହେବେ । କୃଷ୍ଣକାୟ ମୃଗ ଶିକାର ମାମଲାରେ ସଲମାନ ଖାନ୍ ଯୋଧପୁର କୋର୍ଟରେ ହାଜର ହେବେ ବୋଲି ସୂଚନା ମିଳିଛି । ଖବର ଅନୁଯାୟୀ, ରାଜସ୍ଥାନର ଯୋଧପୁରର ଜିଲ୍ଲା ଦୈରାଜଜ୍ କୋର୍ଟରେ ସଲମାନ୍ ଖାନଙ୍କୁ ୨୮ ଡିସେମ୍ୱରରେ ହାଜର ହେବାକୁ ପଡ଼ିବ
 

ମୁମ୍ୱାଇ (ଓଡ଼ିଆ ଗସିପ ବ୍ୟୁରୋ): ବଲିଉଡ୍ କଳା ଜଗତର ହସ୍ତୀ ତଥା ସୁପରଷ୍ଟାର ଭାଇଜାନ ସଲମାନ୍ ଖାନଙ୍କ ପାଇଁ ଏବେ ପୁଣି ଅଡ଼ୁଆ ବଢ଼ିବାରେ ଲାଗିଛି । କାରଣ ସେ କୋର୍ଟରେ ଖୁବଶୀଘ୍ର ହଜାର ହେବେ । କୃଷ୍ଣକାୟ ମୃଗ ଶିକାର ମାମଲାରେ ସଲମାନ ଖାନ୍ ଯୋଧପୁର କୋର୍ଟରେ ହାଜର ହେବେ ବୋଲି ସୂଚନା ମିଳିଛି ।

ଖବର ଅନୁଯାୟୀ, ରାଜସ୍ଥାନର ଯୋଧପୁରର ଜିଲ୍ଲା ଦୈରାଜଜ୍ କୋର୍ଟରେ ସଲମାନ୍ ଖାନଙ୍କୁ ୨୮ ଡିସେମ୍ୱରରେ ହାଜର ହେବାକୁ ପଡ଼ିବ । ଏହି ମାମଲାରେ ସୋମବାର ଜିଲ୍ଲା ଜଜ୍‌ଙ୍କ ଦ୍ୱାରା ଜାରି ଆଦେଶରେ ଏହା ଦର୍ଶାଯାଇଛି ।

ତେବେ ସୋମବାର ହୋଇଥିବା ମାମଲାର ଶୁଣାଣିରେ ସଲମାନଙ୍କ ଓକିଲ ହସ୍ତିମଲ ଶାରାଶ୍ୱତ ଅଦାଲତରେ ଉପସ୍ଥିତ ରହିଥିଲେ ।

ସୂଚନା ଯୋଗ୍ୟ ଯେ, ୧୯୯୮ ମସିହାରେ ଫିଲ୍ମ ‘ହମ୍ ସାଥ୍ ସାଥ୍‌ ହେଁ’ର ସୁଟିଂ ସମୟରେ ସଲମାନ୍ ଖାନ୍ ଏବଂ ତାଙ୍କ ଫିଲ୍ମରେ କାମ କରୁଥିବା ସେଫ୍ ଅଲ୍ଲୀ ଖାନ୍, ତବ୍ବୁ, ନୀଲମ୍, ସୋନାଲି ବିନ୍ଦ୍ରେ ଏବଂ ଦୁଷ୍ୟନ୍ତ ସିଂହ ଉପରେ କାଙ୍କଣି ଗାଁର ଏକ କୃଷ୍ଣକାୟ ହରିଣର ଶିକାର କରିଥିବା ଅଭିଯୋଗ ହୋଇଥିଲା । ଯାହା ଉପରେ କୋର୍ଟରେ ମାମଲା ଚାଲୁ ରହିଛି ।

ଏହି ମାମଲା ଚାଲଥିବା ଯୋଗୁଁ ସଲମାନ୍ ଖାନଙ୍କୁ ସମୟ ସମୟରେ କୋର୍ଟରେ ହାଜର ହେବାକୁ ପଡ଼ୁଛି ।

୨୦୧୮ ମସିହା ଅପ୍ରେଲ ୫ରେ ଯୋଧପୁର ସେସନ୍ କୋର୍ଟର ମୁଖ୍ୟ ନ୍ୟାୟିକ ମଜିଷ୍ଟ୍ରେଟ୍ ଦେବକୁମାର ଖତ୍ରି କୃଷ୍ଣକାୟ ହରିଣ ଶିକାର ମାମଲାରେ ସଲମାନଙ୍କୁ ଦୋଷୀ ସାବ୍ୟସ୍ତ କରିଥିବା ବେଳେ ତାଙ୍କୁ ୫ ବର୍ଷ ପାଇଁ ଜେଲ୍ ଦଣ୍ଡାଦେଶ ଶୁଣାଇଥିଲେ । ସଲମାନଙ୍କ ଉପରେ ୧୦ ହଜାର ଟଙ୍କା ଜରିମାନା ମଧ୍ୟ ଲଗାଯାଇଥିଲା ।