ଶିଳ୍ପପତି ମହିମା ମିଶ୍ରଙ୍କ ପୁଅ ଚର୍ଚ୍ଚିତ ଗିରଫ: ଏଯାଏ ୫ ଜଣଙ୍କୁ ବାନ୍ଧିଲାଣି ସିବିଆଇ

ଚର୍ଚ୍ଚିତଙ୍କୁ କଟକର ଓଡ଼ିଆ ବଜାରସ୍ଥିତ ଘରୁ ସିବିଆଇ ଗିରଫ କରିଛି

 

ଭୁବନେଶ୍ବର: ଶିଳ୍ପପତି ମହିମା ମିଶ୍ରଙ୍କ ଘରେ ସିବିଆଇ ଚଢ଼ାଉ ମାମଲାରେ ପୁଅ ଚର୍ଚ୍ଚିତ ମିଶ୍ର ଗିରଫ ହୋଇଥିବାର ଖବର ମିଳିଛି। ଆଜି ଚର୍ଚ୍ଚିତଙ୍କୁ କଟକର ଓଡ଼ିଆ ବଜାରସ୍ଥିତ ଘରୁ ସିବିଆଇ ଗିରଫ କରିଛି। ଏଯାବତ୍ ମୋଟ ୫ ଜଣଙ୍କୁ ଗିରଫ କରିସାରିଲାଣି ସିବିଆଇ।ସୂଚନାଯୋଗ୍ୟ ପୂର୍ବରୁ ଏହି ମାମଲାରେ ୪ଜଣଙ୍କୁ ଗିରଫ କରାଯାଇଛି। ଏହି ମାମଲାରେ ଜଣେ ବରିଷ୍ଠ ଅଧିକାରୀଙ୍କ ସହ ୪ ଜଣଙ୍କୁ ସିବିଆଇ ଗିରଫ କରିଥିବା ଜଣାଯାଇଛି।

ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରେ ପାରାଦୀପ ପୋର୍ଟ ଚିଫ୍ ମେକାନିକାଲ ଇଂଜିନିୟର ସରୋଜ ଦାସ, ଠିକାଦାର ସୁମନ୍ତ ରାଉତ ଓ କେସିଟି ଗ୍ରୁପର ଶଙ୍ଖଶୁଭ୍ର ମିତ୍ର ଓ ଓଏସଏଲର ଡିଜିଏମ୍ ସୂର୍ଯ୍ୟ ନାରାୟଣ ସାହୁ ଥିବା ଜଣାଯାଇଛି। ଏହାଛଡ଼ା କେସିଟି ଗ୍ରୁପର ଦେବପ୍ରିୟ ମହାନ୍ତି, ଓଏସଏଲର ଚର୍ଚ୍ଚିତ ମିଶ୍ରଙ୍କୁ ଅଭିଯୁକ୍ତ ଦର୍ଶାଯାଇଥିଲା। ଏଯାବତ୍ ସେମାନଙ୍କଠାରୁ ୮୪.୫ ଟଙ୍କା ଜବତ କରାଯାଇଛି।୨୫ ଲକ୍ଷ ଟଙ୍କା ଲାଞ୍ଚ ମାମଲାକୁ ନେଇ ୨୪ ଘଣ୍ଟାର ମାରାଥନ ଚଢ଼ାଉ ପରେ ସିବିଆଇ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏବେ ବି ମହିମା ମିଶ୍ରଙ୍କୁ ପଚରାଉଚରା ଜାରି ରହିଛି। ଏନେଇ ସିବିଆଇ ନୂଆଦିଲ୍ଲୀ ଅଫିସରେ ୩ ତାରିଖରେ ଏକ ମାମଲା ରୁଜୁ ହୋଇଥିଲା।

ଚଢ଼ାଉ ବେଳେ ସିବିଆଇ ହାତରେ କିଛି ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଓ ମହିମା ମିଶ୍ରଙ୍କ ବଡ଼ ପୁଅକୁ ମଧ୍ୟ ଟିମ ସାଥୀରେ ପଚରାଉଚରା ପାଇଁ ନେଇଥିଲେ। ପରେ ଆଜି ସକାଳ ସମୟରେ ମହିମା ମିଶ୍ରଙ୍କ ସାନ ପୁଅ ଚର୍ଚିତ ମିଶ୍ରଙ୍କୁ ଓଡ଼ିଆ ବଜାର ସ୍ଥିତ ଘରୁ ପଚାରଉଚରା ପାଇଁ ନେବା ପରେ ଗିରଫ କରିଥିବା ସୂଚନା ରହିଛି।