ମେଡିକାଲ ପ୍ରବେଶିକା ପରୀକ୍ଷା ପ୍ରହସନ; ସୁରକ୍ଷା ଆଳରେ ଭିତର ଡ୍ରେସ ଖୋଲିବାକୁ କରାଯାଉଛି ବାଧ୍ୟ ନହେଲେ...

ଏହି କାରଣରୁ କୁହାଯାଉଛି ଖୋଲ ବ୍ରା ଆଉ....

 
321

ଓଡ଼ିଆ ଗସିପ୍ ବ୍ୟୁରୋ: କେରଳରେ ମେଡିକାଲ ପ୍ରବେଶିକା ପରୀକ୍ଷା ନିଟ୍ ଦେବାକୁ ଯାଇଥିବା ଅନେକ ଛାତ୍ରୀଙ୍କୁ ସୁରକ୍ଷା ଯାଞ୍ଚ ସମୟରେ ଅସମ୍ମାନଜନକ ପରିସ୍ଥିତିର ଶିକାର ହେବାକୁ ପଡ଼ିଛି। ସୂଚନା ଅନୁସାରେ ସୁରକ୍ଷା ଯାଞ୍ଚ ବେଳେ ସେମାନଙ୍କ ଅନ୍ତବସ୍ତ୍ରର ମେଟାଲିକ ହୁକ ଯୋଗୁ ଶବ୍ଦ ଶୁଣାଯାଉଥିବାରୁ ଉକ୍ତ ପରୀକ୍ଷା କେନ୍ଦ୍ର କର୍ତ୍ତୃପକ୍ଷ ଛାତ୍ରୀମାନଙ୍କୁ ଅନ୍ତବସ୍ତ୍ର ଖୋଲିଦେବା ଲାଗି ବାଧ୍ୟ କରିଥିବା ଅଭିଯୋଗ ହୋଇଛି । ଜନୈକା ପରୀକ୍ଷାର୍ଥୀଙ୍କ ବାପା ପୁଲିସ ନିକଟରେ ଏପରି ଅଭିଯୋଗ କରିବା ପରେ ଏହି ମାମଲା ସାମ୍ନାକୁ ଆସିଛି।

 

ଜାତୀୟ ଗଣମାଧ୍ୟମ ଏନଡିଟିଭିରେ ପ୍ରକାଶିତ ଖବର ଅନୁସାରେ ଘଟଣାଟି ହେଉଛି କେରଳର କୋଲାମ ଜିଲ୍ଲାର । ଏକ ନିଟ୍ ପରୀକ୍ଷା କେନ୍ଦ୍ରରେ ମହିଳା ସୁରକ୍ଷା କର୍ମୀମାନେ ଛାତ୍ରୀଙ୍କୁ ମେଟାଲିକ ହୁକ୍ ପାଇଁ ଅନ୍ତବସ୍ତ୍ର ଖୋଲିବାକୁ ବାଧ୍ୟ କରିଥିଲେ । ଏହାପରେ ଛାତ୍ରୀ ଜଣକ ନିଜ ଅନ୍ତବସ୍ତ୍ର ବାହାର କରି ତାଙ୍କ ମା’ଙ୍କୁ ଦେଇଦେଇଥିଲେ । କାରଣ ଅନ୍ତବସ୍ତ୍ରରେ ଲାଗିଥିବା ମେଟାଲିକ ହୁକ୍  ସୁରକ୍ଷା ଯାଞ୍ଚ ସମୟରେ ଶବ୍ଦ କରୁଥିବା ଯୋଗୁ ତାଙ୍କୁ ପରୀକ୍ଷା ହଲରେ ବସିବାକୁ ଅନୁମତି ମିଳିନଥିଲା ।