ଟ୍ବିନ୍ ସିଟିରେ ବଢୁଛନ୍ତି ଅମାନିଆ ଗାଡ଼ିଚାଳକ : ୩ ବର୍ଷରେ ଗଣିଛନ୍ତି ୧୮୬ କୋଟି ଜରିମାନା
ଓଡ଼ିଆ ଗସିପ୍ ବ୍ୟୁରୋ: ଓଡ଼ିଆ ରାଜ୍ୟ ରାଜଧାନୀ ଭୁବନେଶ୍ବର ଏବଂ ପୁରୁଣା ରାଜଧାନୀ କଟକରେ ବଢୁଛନ୍ତି ଅମାନିଆ ଗାଡ଼ିଚାଳକ। ବିନା ହେଲମେଟ, ମଦ ପିଇ, ମୋବାଇଲ ଧରି, ବିନା ସିଟବେଲ୍ଟ, ରଙ୍ଗ ରୁଟରେ ଓ ଦ୍ରୁତ ବେଗ ଗାଡି ଚାଳନା କରୁଥିବା ଲୋକଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଥିବା ବେଳେ ପୁଲିସର ଜମିମାନା ଆଦାୟ ବଢିଚାଲିଛି।
ଅଧିକ ପଢ଼ନ୍ତୁ: ଡାଇବେଟିସ ହେବା ପୂର୍ବରୁ ଶରୀରରେ ଦେଖା ଦିଏ ଏସବୁ ଲକ୍ଷଣ, ଜାଣି ନାହାନ୍ତି ଯଦି ଏବେ ହିଁ ଜାଣି ରଖନ୍ତୁ
ଗତ ୩ ବର୍ଷରେ କେବଳ ଟ୍ବିନ୍ ସିଟି କଟକ-ଭୁବନେଶ୍ବରରେ ଅମାନିଆ ଗାଡିଚାଳକ ୧୮୬ କୋଟି ଟଙ୍କା ଜରିମାନା ଗଣିଛନ୍ତି। ଯାହା ଆଜି ବିଧାନସଭାରେ କଟକ-ଚୌଦାର ବିଧାୟକ ସୈଭିକ ବିଶ୍ବାଳଙ୍କ ପ୍ରଶ୍ନର ଉତ୍ତର ଦେଇ ଗୃହ ରାଷ୍ଟ୍ରମନ୍ତ୍ରୀ କହିଛନ୍ତି।
ଅଧିକ ପଢ଼ନ୍ତୁ: କାହିଁକି ହୁଏ ବ୍ଳଡ୍ କ୍ୟାନସର, ଏହା କେତେ ପ୍ରକାର ? ଜାଣନ୍ତୁ ଏହି ରୋଗର ଲକ୍ଷଣ କଣ...
ଗୃହ ରାଷ୍ଟ୍ରମନ୍ତ୍ରୀ କଟକ-ଭୁବନେଶ୍ବର କମିଶନରେଟ୍ ପୁଲିସ ଆଦାୟ କରିଥିବା ଜରିମାନା ବିଷୟରେ କହିଛନ୍ତି ଯେ ଗତ ତିନି ବର୍ଷରେ କେବଳ ଟୁଇନ ସିଟିରେ ବିନା ହେଲମେଟ ଗାଡ଼ି ଚଳାଉଥିବା ସମୟରେ ୮ଲକ୍ଷ ୬୬ହଜାର ୪୬୪ ଜଣ ଧରାପଡ଼ିଛନ୍ତି । ସେମାନଙ୍କ ନିକଟରୁ ଆଦାୟ ହୋଇଛି ୮୫ କୋଟି ୬୭ଲକ୍ଷ ୬୭ହଜାର ୭୦୦ ଟଙ୍କା ଫାଇନ ।
ଅଧିକ ପଢ଼ନ୍ତୁ: ଲିଭର ସୁସ୍ଥ ରହିଲେ ମିଳିବ ଅନେକ ରୋଗରୁ ରକ୍ଷା, ଜାଣନ୍ତୁ ଲିଭରକୁ ସଫା କରିବାର ୭ଟି ଉପାୟ
ସେହିପରି ମୋବାଇଲରେ କଥା ହୋଇ ୧୪ହଜାର ୮ଶହ ୬୫ ଜଣ ଚାଳକ ୬କୋଟି ୬୫ଲକ୍ଷ ୧୨ ହଜାର ୮ଶହ ଟଙ୍କା ଜରିମାନା ଗଣିଛନ୍ତି । ସେହିପରି ବିନା ସିଟ୍ ବେଲ୍ଟରେ ୧୯ ହଜାର ୬୪୩ ଜଣ ଧରାପଡ଼ିଛନ୍ତି । ସେମାନଙ୍କ ପାଖରୁ ୧ କୋଟି ୮୧ ଲକ୍ଷ ୯୧ ହଜାର ୧୦୦ ଟଙ୍କା ଆଦାୟ ହୋଇଛି ।
ଅଧିକ ପଢ଼ନ୍ତୁ: ସେକ୍ସ ଟାଇମିଂକୁ ନେଇ କନଫ୍ୟୁଜ୍ କି? ପାର୍ଟନରଙ୍କ ଶୀଘ୍ର ପତନ ପାଇଁ ଚିନ୍ତିତ ? ଜାଣନ୍ତୁ କଣ କରିବେ
ରଙ୍ଗ୍ ରୁଟରେ ଗାଡି ଚଲାଇ ୧୮ ହଜାର ୭୨୫ ଜଣ ଧରାପଡିଥିବାବେଳେ ସେମାନଙ୍କଠାରୁ ୮କୋଟି ୭୭ଲକ୍ଷ ୯ହଜାର ୧୦୦ ଟଙ୍କା ଜରିମାନା ଆଦାୟ ହୋଇଛି । ମଦ୍ୟପାନ କରି ୫ହଜାର ୬୨୮ ଜଣ ଧରା ପଡିଛନ୍ତି । ସେମାନଙ୍କ ପାଖରୁ ୨କୋଟି ୮୦ଲକ୍ଷ ୮ ହଜାର ଟଙ୍କା ଜରିମାନା ଆଦାୟ ହୋଇଛି ।
ଗତ ତିନି ବର୍ଷରେ ଟ୍ବିନ ସିଟିରେ ମୋଟ ୧ କୋଟି ୮୫ ଲକ୍ଷ ୨୩୯୪ ଜଣ ଟ୍ରାଫିକ ଉଲଙ୍ଘନକାରୀ ଧରାପଡିଛନ୍ତି । ଟ୍ରାଫିକ ନିୟମ ଉଲ୍ଲଂଘନ ବାବଦରେ ୧୮୬ କୋଟିରୁ ଅଧିକ ଜରିମାନା ଆଦାୟ ହୋଇଛି ।
ଅଧିକ ପଢ଼ନ୍ତୁ: ଚାଳନ୍ତା ମେଟ୍ରୋ ଭିତରେ ଲୋକଙ୍କ ସାମ୍ନାରେ ଖୁଲମଖୁଲା ରୋମାନ୍ସ ଓ ଚୁମାଚାଟି, ଦେଖନ୍ତୁ ଭିଡିଓ