9 ଅଗଷ୍ଟ ବେଳକୁ ମହାପ୍ରଳୟ; ଏବେଠୁ ଘାରିଲାଣି ଜୀବନ ଜୀବିକା ଚିନ୍ତା…

9 ଅଗଷ୍ଟ ବେଳକୁ ମହାପ୍ରଳୟ; ଏବେଠୁ ଘାରିଲାଣି ଜୀବନ ଜୀବିକା ଚିନ୍ତା…
9 ଅଗଷ୍ଟ ବେଳକୁ ମହାପ୍ରଳୟ; ଏବେଠୁ ଘାରିଲାଣି ଜୀବନ ଜୀବିକା ଚିନ୍ତା…

ଓଡ଼ିଆ ଗସିପ୍ ବ୍ୟୁରୋ: ଦୁଇ ଦିନ ପୂର୍ବରୁ ହିଁ ରାଜ୍ୟର ଅନେକ ସ୍ଥାନରେ ମଧ୍ୟମରୁ ବଡ଼ ବର୍ଷା ଲାଗି ରହିଛି । ଚାଷ କାର୍ଯ୍ୟ ପାଇଁ ଏହା ଅନୁକୁଳ କୁହାଯାଉଥିଲେ ମଧ୍ୟ ଆଗକୁ ବଡ଼ ବର୍ଷାର ଆଶଙ୍କା ରହିଛି ।

ସେପଟେ ଅଗଷ୍ଟ ଦ୍ୱିତୀୟ ସପ୍ତାହରେ ଉତ୍ତର ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବ ଓ ରାଜ୍ୟରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଶେଷଜ୍ଞମାନେ କହିସାରିଛନ୍ତି ।

ଗତ ୩ ତାରିଖରୁ ବାଂଲାଦେଶ ସଂଲଗ୍ନ ଉତ୍ତର ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଯାହା ଗତକାଲି ଓଡ଼ିଶା ସଂଲଗ୍ନ ଉତ୍ତର ବଙ୍ଗୋପସାଗରରେ ପହଞ୍ଚିଛି ଏବଂ ଲଘୁଚାପରେ ପରିଣତ ମଧ୍ୟ ହୋଇ ସାରିଛି ।

ଏବେ ରାଜ୍ୟରେ ଯେଉଁ ଲଗାଣ ବର୍ଷା ଜାରି ରହିଛି ତାହା ଲଘୁଚାପ ଜନିତ ବର୍ଷା । ଯାହା ଆସନ୍ତାକାଲି ସୁଦ୍ଧା ସାମାନ୍ୟ ସ୍ଥିତିକୁ ଫେରି ଆସିବ । କିନ୍ତୁ ପୁଣି ଦ୍ୱିତୀୟ ସପ୍ତାହରେ ଏକ ବଡ଼ ଆକାରରେ ଭୁଭାଗ ଆଡ଼କୁ ମାଡ଼ି ଆସିବ ।

ସେହିପରି ୮ତାରିଖ ଦିନ ମଧ୍ୟ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ୯ ତାରିଖ ବେଳକୁ ଏହା ଲଘୁଚାପରେ ପରିଣତ ହେବ । ଫଳରେ ୮ରୁ ୧୧ ତାରିଖ ଯାଏଁ ରାଜ୍ୟରେ ଭଲ ବର୍ଷା ହେବ ବୋଲି ପାଣିପାଗ ବିଶେଷଜ୍ଞମାନେ ସୂଚନା ଦେଇଛନ୍ତି ।

ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି, ସାମ୍ଭାବ୍ୟ ଲଘୁଚାପ ଯୋଗୁଁ ମୌସୁମୀ ଟ୍ରଫ୍ ଲାଇନ୍ ଏବେ ଦକ୍ଷିଣମୁହାଁ ହୋଇଛି । ରାଜସ୍ଥାନରୁ ଏହା ବଙ୍ଗୋପସାଗର ଆଡ଼କୁ ଯାଉଛି । ଫଳରେ ରାଜ୍ୟରେ ମୌସୁମୀ ବାୟୁ ପୁଣି ସକ୍ରିୟ ହୋଇଛି ।

ଅଗଷ୍ଟ ଆରମ୍ଭରୁ ଦୁଇ ଦୁଇଟି ଲଘୁଚାପ ସୃଷ୍ଟି ହେବାକୁ ନେଇ ଭୟରେ ରହିଛନ୍ତି ମତ୍ୟଜୀବୀ । ସେମାନେ ନା ସମୁଦ୍ରକୁ ଯାଇପାରୁଛନ୍ତି ନା ସମୁଦ୍ରରୁ ମାଛ ମାରି ବେପାର କରି ପରିବାର ପୋଷୁଛନ୍ତି ।

ପ୍ରଥମେ କରୋନା ମାଡ଼ ଆଉ ଏବେ ଲଘୁଚାପ କାରଣରୁ ସମୁଦ୍ରକୁ ଯାଇ ନପାରିବା ଆର୍ଥିତ ସମସ୍ୟାକୁ ଦ୍ୱିଗୁଣିତ କରୁଛି । ଯାହା କିଛି ସଞ୍ଚୟ କରି ରଖିଥିଲେ ସେ ସବୁ ସରିଗଲାଣି । ହାତ ଉଧାରି କରିବେ ତ କାହାଠୁ ପୁଣି କରିବେ ସେ ଚିନ୍ତାରେ ଏବେ ମତ୍ସ୍ୟଜୀବୀ ।

ଅନ୍ୟପଟେ ପ୍ରକୃତିର କାହାର ପୁରା ଦେଶରେ ଏବେ ଜାରି ରହିଛି ଯେମିତି କି ମୁମ୍ବାଇରେ ଭାରି ବର୍ଷା ହେବା ଯୋଗୁ ପୁରା ମୁମ୍ବାଇ ରାସ୍ତାଘାଟ ବୁଡି ରହିଛି ।

Share this story

World Odia Language Conferene