24 ଜୁଲାଇରେ ଆପ୍ ରେ ରିଲିଜ ହେବ ସୁଶାନ୍ତଙ୍କ ଶେଷ ଫିଲ୍ମ, ଜାଣନ୍ତୁ ଅଧିକ ତଥ୍ୟ

24 ଜୁଲାଇରେ ଆପ୍ ରେ ରିଲିଜ ହେବ ସୁଶାନ୍ତଙ୍କ ଶେଷ ଫିଲ୍ମ, ଜାଣନ୍ତୁ ଅଧିକ ତଥ୍ୟ
24 ଜୁଲାଇରେ ଆପ୍ ରେ ରିଲିଜ ହେବ ସୁଶାନ୍ତଙ୍କ ଶେଷ ଫିଲ୍ମ, ଜାଣନ୍ତୁ ଅଧିକ ତଥ୍ୟ

ଓଡ଼ିଆ ଗସିପ୍ ବ୍ୟୁରୋ: ମୋବାଇଲ ପରଦାରେ ଆପଣ ଦେଖିପାରିବେ ଦିଂବଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଶେଷ ଫିଲ୍ମ ‘ଦିଲ୍ ବେଚାରା’ । ନେଇ ପୋଷ୍ଟର ରିଲିଜ୍‌ ହୋଇସାରିଛି । ସୁଶାନ୍ତ ଅଲବିଦା କହିବା ପରେ ତାଙ୍କର ଶେଷ ଫିଲ୍ମ ହେଉଛି ‘ଦିଲ୍ ବେଚାରା’ ଯାହା ଖୁବଶୀଘ୍ର ମୁକ୍ତିଲାଭ କରିବାକୁ ଯାଉଛି ।

ତେବେ ଏହି ସିନେମା ରିଲିଜ୍‌ ପରେ ଦର୍ଶକଙ୍କ ପ୍ରଶଂସା ସାଉଁଟିବାକୁ ଆଉ ନାହାନ୍ତି ସୁଶାନ୍ତ । ବଲିଉଡ୍‌ରେ ସୁଶାନ୍ତ ସିଂହ ରାଜପୁତ୍‌ଙ୍କ ପ୍ରଥମ ଫିଲ୍ମ ଥିଲା ‘କାଇ ପୋ ଚେ’ । ଏହି ଫିଲ୍ମକୁ ଦର୍ଶକ ବେଶ ଉପଭୋଗ କରିଥିଲେ । ସୁଶାନ୍ତ ନିଜ ଅଭିନୟକୁ ନେଇ ବେଶ ପ୍ରଶଂସା ମଧ୍ୟ ସାଉଁଟିଥିଲେ ।

ଫିଲ୍ମଟି ଜୁଲାଇ ୨୪ରେ ଓଟିଟି ପ୍ଲାଟଫର୍ମରେ ମୁକ୍ତିଲାଭ କରିବାକୁ ଯାଉଥିବା ବେଳେ ଏହି ଫିଲ୍ମଟିର ନିର୍ଦ୍ଦେଶନା ମୁକେଶ ଛାବଡ଼ା ଦେଇଛନ୍ତି । ନିକଟରେ ନିର୍ଦ୍ଦେଶକଙ୍କଠାରୁ ଆରମ୍ଭ କରି ଫିଲ୍ମ ନିର୍ମାତା ପର୍ଯ୍ୟନ୍ତ ସମସ୍ତେ ସୁଶାନ୍ତଙ୍କୁ ସମ୍ମାନ ଦେବା ସହ ତାଙ୍କର ଶେଷ ଫିଲ୍ମକୁ ଦେଖିବାକୁ ଅପେକ୍ଷା କରିଛନ୍ତିି । ‘ଦିଲ୍ ବେଚାରା’ ବିଷୟରେ କହିବାକୁ ଗଲେ ଏହା ହଲିଉଡ୍‌ ଚଳଚ୍ଚିତ୍ର ଦି ଫଲ୍ଟ ଇନ୍ ଆମ ଷ୍ଟାର୍ସର ରିମେକ୍ ଅଟେ । ଏହି ଫିଲ୍ମରେ ସୁଶାନ୍ତଙ୍କ ଅପୋଜିଟ୍‌ରେ ସଞ୍ଜନା ସାଙ୍ଗୀ ଅଭିନୟ କରିଛନ୍ତି ।

ସୁଶାନ୍ତ ଟେଲିଭିଜନ୍‌ରୁ କ୍ୟାରିୟର ଆରମ୍ଭ କରିଥିବା ବେଳେ ପରବର୍ତ୍ତି ସମୟରେ ବଲିଉଡ୍‌ରେ ନିଜର ଦବଦବା ଜାହିର କରିଥିଲେ । ଟେଲିଭିଜନରେ ମଧ୍ୟ ନିଜର ଆକର୍ଷଣୀୟ ଅଭିନୟ ଯୋଗୁଁ ଘରେ ଘରେ ପରିଚିତ ହୋଇଥିଲେ । ଏହାସହ ବଲିଉଡ୍‌ରେ ପଦଦେବା ପରେ ତାଙ୍କ ନିଖୁଣ ଅଭିନୟ ଯୋଗୁଁ ସେ ଆହୁରି ଲୋକପ୍ରିୟ ହୋଇପାରିଥିଲେ ।

ଦର୍ଶକଙ୍କ ମନରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିବାରେ ସକ୍ଷମ ହୋଇଥିଲେ ସୁଶାନ୍ତ । ହେଲେ ସୁଶାନ୍ତ ହଠାତ ସମସ୍ତଙ୍କୁ ଛାଡ଼ି ଆରପାରିକୁ ଚାଲିଗଲେ । ଦର୍ଶକଙ୍କ ମନରେ ଯେଉଁ ଖାଲି ସ୍ଥାନ ସୃଷ୍ଟି କରିଦେଲେ ହୁଏତ ତାହା କେବେ ଭରିବ ନାହିଁ ।

Share this story

World Odia Language Conferene