୨୧ ଦିନର ଅନ୍ତିମ ଲଢ଼େଇ ପାଇଁ ପ୍ରସ୍ତୁତ ହୁଅ, ଆଗକୁ ଆସୁଛି ଏହି ସବୁ ବଡ଼ ଚ୍ୟାଲେଞ୍ଜ

୨୧ ଦିନର ଅନ୍ତିମ ଲଢ଼େଇ ପାଇଁ ପ୍ରସ୍ତୁତ ହୁଅ, ଆଗକୁ ଆସୁଛି ଏହି ସବୁ ବଡ଼ ଚ୍ୟାଲେଞ୍ଜ
୨୧ ଦିନର ଅନ୍ତିମ ଲଢ଼େଇ ପାଇଁ ପ୍ରସ୍ତୁତ ହୁଅ, ଆଗକୁ ଆସୁଛି ଏହି ସବୁ ବଡ଼ ଚ୍ୟାଲେଞ୍ଜ

ମହାମାରୀ କରୋନାକୁ ହରାଇବାକୁ ଯୁଦ୍ଧଂ ଦେହି ଡାକରା । ୨୧ ଦିନ ପାଇଁ ସାରା ଦେଶ ଲକ୍‌ ଡାଉନ୍‌ । ଘରେ ରହୁ, ସୁରକ୍ଷିତ ରୁହ । ଆଉ ମହାମାରୀ କରୋନାକୁ ହରାଅ । ସେତେକି ଜରୁରୀ ନହେଲେ ଘର ନ ବାହାରିବାକୁ କୁହ।ଯାଇଥିବା ବେଳେ ନିୟମ ନ ମାନିଲେ କଡା କାର୍ଯ୍ୟାନୁଷ୍ଠାନର ନର୍ଦ୍ଦେଶ ବି ହୋଇଛି । ତେବେ ଏହି ଲକ୍‌ ଡାଉନ୍‌ ର ଗୁରୁତ୍ୱପୂର୍ଣ୍ଣ ୨୧ ଦିନର ଲଢେଇ ଅନ୍ତିମ ଲଢେଇ । ଏଥିପାଇଁ ଦେଶବାସୀଙ୍କୁ ବହୁ କଠିନ ପରିସ୍ଥିତର ସାମ୍ନା କରିବାକୁ ପଡିବ । ଚାଲୁନ୍ତୁ ନଜର ପକାଇବା ଏହି ୨୧ ଦିନର ଲଢେଇରେ କଣ ରହିଛି ୨୧ଟି ବଡ ଚ୍ୟାଲେଞ୍ଜ ।

୧-(ସଂଯମତା ଓ ସଂକଳ୍ପ): ଆମ ସମସ୍ତେ ସଂଯମତା ରକ୍ଷା କରିବା । ଯାହା ବି ହୋଇାଉ ଆମେ ଘରର ଲକ୍ଷ୍ମଣରେଖା ଡେଁଇବାନି । ଏହା କେବଳ ଆମ ନିଜକୁ ନୁହେଁ, ରିବାର ଏବଂ ସମାଜକୁ ବି ସୁରକ୍ଷିତ ଓ ବିଦମୁକ୍ତ ରଖିବ । ଏଥିସହିତ ଆମେମାନେ ମଧ୍ୟ ସଂକଳ୍ପ ନେବା ନିଜ ଉପରେ ଆତ୍ମନିୟନ୍ତ୍ରଣ ବଜାୟ ରଖିବା । ଏବଂ କୌଣସି ବି ପରିସ୍ଥିତିରେ ନିଜ ଉପରୁ ବିଶ୍ୱାସ ତୁଟାଇବାନି ।

୨-(ବୀର ପରି ଲଢିବା): ଆମେ ଏହି ୨୧ ଦିନର ଲଢେଇରେ ଜିତି ଗଲେ । ନିଜକୁ, ଆମ ପରିବାର ଏବଂ ଆମ ସମାଜକୁ ବଂଚାଇ ପାରିବା । ଯଦି ଏହି ଯୁଦ୍ଧରେ ହାରିବା, ତେବେ ଆମେ ଅନେକ ପରିବାର, ପ୍ରିୟପରିଜନଙ୍କୁ ହରାଇବା ।

୩-(ଜରୁରୀ ସେବା): ଏହି ୨୧ ଦିନ ଜନସାଧରଣଙ୍କ ନିକଟରେ ଅତ୍ୟାବଶ୍ୟକ ସେବା ଅର୍ଥାତ୍‌ ସାମଗ୍ରୀ ଯୋଗାଇ ଦେବା । ଏଥିରେ କଳାବଜାରୀ ନହୁଏ, ସେଥିପ୍ରତି ନିଘା ରଖିବା ସରକାରଙ୍କ ପାଇଁ ସବୁଠୁ ବଡ ଚ୍ୟାଲେଞ୍ଜ । ଗୋଟିଏ ପଟେ ଲୋକଙ୍କୁ ଘର ନ ବାହାରିବାକୁ କୁହାଯାଇଛି । ନାକାବନ୍ଦୀରେ ଅତିଷ୍ଠ ହୋଇ ପେରି ଜନସାଧାରଣ କିଛି ଅ୍ରୀତିକର ରିସ୍ଥିତ ନକରନ୍ତୁ । ସେଥ୍ରିତି ପୋଲିସ ଓ ପ୍ରଶାସନ ଦୃଷ୍ଟି ଦେବା ସହ ଜନତାଙ୍କ ଉରେ ବିଶ୍ୱାସ ବଜାୟୀ ରଖିବାକୁ ପଡିବ ।

୪-(କ୍ଷତି ଭରଣ ଚ୍ୟାଲେଞ୍ଜ): ମହାମାରୀ କରୋନା ଯୋଗୁଁ ଦେଶର ଅର୍ଥନୀତି ପ୍ରଭାବିତ ହେବାରେ ଲାଗିଛି । ଆଗକୁ ବି ସ୍ଥିତି ଆହୁରି ସାଙ୍ଘାତିକ ହେବ । ଆଗାମୀ ଦିନରେ ଏହି କ୍ଷତିର ଭରଣା କରିବା ସହ ପୁଣିଥରେ ଦେଶର ଅର୍ଥନୈତିକ ବ୍ୟବସ୍ଥାକୁ ସୁଦୃଢ କରିବା ସରକାରଙ୍କ ପାଇଁ ସବୁଠୁ ବଡ ଚ୍ୟାଲେଞ୍ଜ ହେବ ।

୫-(ଭୋକିଲା ଖଟିଖିଆ): ଦେଶର ଏଭଳି ସାଙ୍ଘାତିକ ସ୍ଥିତିରେ ଦି କିଏ ଅଧିକ ହଇରାଣ ହେଉଛନ୍ତି, ସେମାନେ ହେଲେ ଖଟିଖିଆ ଦିନ ମଜୁରିଆ । ଯିଏ କେବଳ ଖଟିଲେ ଖାଆନ୍ତି । ଯାହାଙ୍କ ରୋଜଗାର ସହ ଟୋଟଣା ବି ଠପ୍ ହୋଇଛି । ଏପରି ଲୋକଙ୍କୁ ଦେଖିଲେ ଖାଇବାକୁ ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନୁରୋଧ କରିଛନ୍ତି । ଏଥିସହ ଏପରି ଗରିବଗୁରୁବାଙ୍କୁ ମାଗଣାରେ ଖାଦ୍ୟ ୋଗାଇ ଦେବାର ବ୍ୟବସ୍ଥା କରିବାକୁ ରାଜ୍ୟ ସରକାରଙ୍କୁ ମଧ୍ୟ ଅନୁରୋଧ କରିଛି ।

୬-(କିଲ୍ କରୋନା): ଦିନକୁ ଦିନ କାୟା ବିସ୍ତାର କରି ମାଡି ଚାଲିଛି କରୋନା । ଜଣଙ୍କ ଠାରୁ ଆରମ୍ଭ ହୋଇଥିବା ଏହି ଭାଇରାସ୍‌୍ ହଜାର ହଜାର ମୁଣ୍ଡ ନେଉଛି । ଏହି ମହାମାରୀକୁ କିଲ୍‌ମାନେ ବନ୍ଦ କରିବା ସରକାରଙ୍କ ପାଇଁ ବଡ ଚ୍ୟାଲେଞ୍ଜ ।

୭-(ସ୍ୱାସ୍ଥ୍ୟସେବା ସୁଦୃଢ): ଲକ୍‌ ଡାଉନର ଏହି ୨୧ ଦିନରେ ଯଥାଶୀଘ୍ର ସ୍ୱାସ୍ଥ୍ୟସେବାକୁ ଅଧିକ ମଜଭୁତ କରିବା ସରକାରଙ୍କ ଲାଗି ବଡ ଚ୍ୟାଲେଞ୍ଜ । ଏଥିପାଇଁ ସବୁ ଦେଶର ସବୁ ରାଜ୍ୟକୁ ନିର୍ଦ୍ଦେଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଏବଂ ଏଥିଲାଗି ସ୍ୱତନ୍ତ୍ର ପ୍ୟାକେଜ ମଧ୍ୟ ଘୋଷଣା କରିଛନ୍ତି ।

୮-(ଘରେ ପିଲାଙ୍କୁ ପଢାଅ): ଏହି ୨୧ ଦିନ କେବଳ ଘରେ ବସି ନରହି ପିଲାଙ୍କୁ ପାଠପଢାଇବାକୁ ମାଆବ।।ଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପରାମର୍ଶ ଦେଇଛନ୍ତି । ପରୀକ୍ଷା ସ୍ଥଗିତ ସହ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ହୋଇଥିବାରୁ ଏହା ପ୍ରଭାବ ଯେପରି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଉରେ ନ ପଡୁ ସେଥ୍ରିତି ଯତ୍ନବାନ ହେବାରୁ କହିଛନ୍ତି ।

୯-(ଗୁଜବଠୁ ଦୂରରେ ରୁହ): କରୋନାକୁ ନେଇ ବିଭିନ୍ନ ଗୁଜବ ପ୍ରଚାର ହେଉଛି । ଏସବୁ ଠାରୁ ନିଜେ ଦୂରରେ ରହିବା ସହ ଅନ୍ୟମାନଙ୍କୁ ସଚେତନ କରିବା ଆମର ଦାୟିତ୍ୱ । କାରଣ ଭାଇରସ୍‌ ଠାରୁ ଅଧିକ ବିଦ ଗୁଜବ । ଏହାଦ୍ୱାରା ଦେଶରେ ଆତଙ୍କ ସୃଷ୍ଟି ହୋଇଥାଏ ।

୧୦-(ଛୋଟି ଭୁଲ ହେବ ମହଙ୍ଗା): ଆମ ସମେସ୍ତଙ୍କ ଛୋଟିଆ ଭୁଲ ବଡ ବିପଦକୁ ଡାକି ଆଣିବ । ତେଣୁ ସତର୍କ ରହିବା ଅତ୍ୟାନ୍ତ ଜରୁରୀ । ତା ନହଲେ କରୋନା କବଳରେ ପୁରା ବିଶ୍ୱ ଧ୍ୱଂସ ହୋଇଯିବ ।

୧୧-(ସନ୍ଦେହ ହେଲେ ଜଣାଅ): ଆମ ସମସ୍ତଙ୍କୁ ଧ୍ୟାନ ଦେବାକୁ ଡିବ ଯଦି ଆମ ଆଖାଖରେ କୌଣସି ବ୍ୟକ୍ତିଙ୍କ ଠାରେ ଏହି ଭାଇରସର କୌଣସି ଲକ୍ଷଣ ଦେଖାଯାଏ, ତାହାଲେ ତୁରନ୍ତ ହେଲ୍ପ ଲାଇନ ନମ୍ବରରେ ଜଣାଇବା । ଏବଂ ସଂପୃକ୍ତ ବ୍ୟକ୍ତିଙ୍କ ପରିବାରକୁ ପରାମର୍ଶ ଦେବା କି ସେ ତାଙ୍କୁ ଡାକ୍ତର ପାଖକୁ ନେଇ ଚିକିତ୍ସା କରାଇବେ । ଏବଂ ନିଜେ ବି ସତର୍କ ରହିବେ ।

୧୨-(ମାତ୍ର ୨୧ ଦିନ): ଏହି ୨୧ ଦିନରେ ମହାମାରୀ କରୋନାକୁ ରୋକି ନପାରିଲେ, ଆଗାମୀ ଦିନରେ ଏହା ଭୟଙ୍କର ହେବ । ଯାହାକୁ ରୋକିବା କେବଳ ମୁସ୍କିଲ ନୁହେଁ ଅସମ୍ଭବ ହୋଇପଡିବ ।

୧୩-(ସାମାଜିକ ଦୂରତା): ଏହି କୋରନା ଭାଇରାସ ଜଣଙ୍କ ଠାରୁ ଅନ୍ୟମାନଙ୍କୁ ବ୍ୟାପୁଥିବାରୁ ଏହାକୁ ରୋକିବାକୁ ସମାଜିକ ଦୂରତା ହିଁ ଏକମାତ୍ର ଅସ୍ତ୍ର । ତେଣୁ ଲୋକଙ୍କୁ ସାମାଜିକ ଦୂରତା ରଖିବାକୁ କୁହାଯାଇଛି । ବିଶ୍ୱ ସ୍ୱାସ୍ଥ ସଂଗଠନ ବି ସମାନ ପରାମର୍ଶ ଦେଇଛି । ତେଣୁ ଲୋକଙ୍କ ସ୍ୱାର୍ଥ ଦୃଷ୍ଟିରୁ ଏହାକୁ ବଜାୟୀ ରଖିବା ଆମର ଦାୟିତ୍ୱ ।

୧୪-(ସଚେତନତା): ରୋଗ କେବଳ ଆକ୍ରାନ୍ତ ଠାରେ ସୀମିତ ନ ଥାଏ । ଏହା ଜଣଙ୍କରୁ ଅନ୍ୟମାନଙ୍କୁ ବ୍ୟାପେ । ଏ ଦିଗରେ ଲୋକେ ଯେତିକି ସଚେତନ ହେବ ସେତେକି ଭଲ । କରୋନା ବିଶେଷ କରି ବୟସ୍କଙ୍କ ପାଇଁ ଅଧିକ ବିଦ ହୋଇଥିବା ବେଳେ ଯୁବକମାନେ ଏଥିରୁ ବଂଚି ପାରିବେ ନାହିଁ । ଏନେଇ ଚେତବନୀ ଦେଇଛି ବିଶ୍ୱ ସ୍ୱସ୍ଥ୍ୟ ସଂଗଠନ ।

୧୫-(ପ୍ରସ୍ତୁତ ରୁହ): ଆମେ ଆଜି ସଜାଗ ରହି କାର୍ଯ୍ୟ କଲେ ହିଁ ଏହି ବିର୍ଯ୍ୟୟରୁ ମୁକୁଳି ପାରିବା ପ୍ରତି ମୂର୍ତ୍ତରେ ଚ୍ୟାଲେଞ୍ଜକୁ ସାମ୍ନ କରିବାକୁ ଆମେ ପ୍ରସ୍ତୁତ ରହିବା ଦରକାର ।

୧୬-(ଧାର୍ଯ୍ୟ): ଏହି ଲକ୍‌ ଡାଉନ ସମୟରେ ଆମେ ଧାର୍ଯ୍ୟ ସହ ପ୍ରତିଟି ପରିସ୍ଥିତିର ମୁକାବିଲା କରିବା । ବରମ୍ବାର ଆମର ସଂକଳ୍ପକୁ ସୁଦୃଢ କରି ଆଗକୁ ବଢିଲେ ହିଁ କରୋନାକୁ ମାରି ପାରିବା ।

୧୭-(ବେପରୁଆ ହୁଅନି): ଆମେ ଏହି ୨୧ ଦିନ ଆମେ ଅଧିକରୁ ଅଧିକ ଯତ୍ନବାନ ହେବା । ଯେଉଁମାନେ ଏହି ମହାମାରି ସହ ଲଢୁଛନ୍ତି ତାଙ୍କ କାମରେ ବାଧା ସୃଷ୍ଟି କରିବାନି । ବେପରୁଆ ନ ହୋଇ ସମାଜର ମଙ୍ଗଳ ପାଇଁ କାମ କରିବା ଆବଶ୍ୟକ ।

୧୮- ନାକାବନ୍ଦୀର ଏହି ୨୧ ଦିନରେ ଜନତା ଓ ସରକାରଙ୍କ ବହୁ ସମସ୍ୟାର ସାମ୍ନା କରିବେ । ଏଥିପାଇଁ ବିଚଳିତ ନହୋଇ ନିଷ୍ଠାର ସହ ନିଜେ ଆଗକୁ ବଢିବା ଏବଂ ଅନ୍ୟମାନଙ୍କୁ ବି ସାହାର୍ଯ୍ୟ କରିବା । କାରଣ ଭାରତ ଯଦି କରୋନାକୁ ହରାଇ ଦେବ, ତାହାଲେ ତାକୁ ରୋକିବା ସମ୍ଭବ ।

୧୯-(ବଡ ବିପଦ): କରୋନା ମହାମାରୀ ଯେତିକି ବଡ, ତାକୁ ରୋକିବାକୁ ଠିକ୍‌ ସେମିତି ବଡ ପଦକ୍ଷେ ନେବାକୁ ଡିବ । ଲକ୍‌ ଡାଉନ ପ୍ରକ୍ରିୟା କେବଳ ଆରମ୍ଭ ମାତ୍ର । ସେହିଭଳି ଏହି ରୋଗର ଯାଂଚ ପାଇଁ ଦେଶର ଛୋଟବଡ ସହରରେ ଅତ୍ୟାବଶ୍ୟକ ସୁବିଧା ଯୋଗାଇ ଦେବାକୁ ପଡିବ । ଏହା ସରକାରଙ୍କ ପାଇଁ ବଡ ଚ୍ୟାଲେଞ୍ଜ । ସବୁଠାରୁ ଗୁରୁତୂର୍ଣ୍ଣ କଥା ହେଲା-କରୋନା ଭାଇରାସ କିରି ବ୍ୟାୁଛି, ସେ ସମ୍ପର୍କରେ କୌଣସି ଠୋସ୍ ସୂଚନା ଏଯାଏ ମିଳିନି । ଭାରତ ଏବେ ଷ୍ଟେଜ-ଥ୍ରୀର ପାଖାପାଖି ଅଛି । ଯଦି ବେଳ ଥାଉ ଥାଉ ଆମେ ସତର୍କତା ଅବଲମ୍ବନ ନ କଲେ ଏହା ପୁରା ବିଶ୍ୱକୁ ନିପାତ କରିଦେବ ।

୨୦-(ମେଡିସିନ ଚ୍ୟାଲେଞ୍ଜ): ସରକାରଙ୍କ ପାଇଁ ଏହି ସମୟରେ ସବୁଠୁ ବଡ ଚ୍ୟାଲେଞ୍ଜ ହେଉଛି କରୋନା ଭାଇରସ ପାଇଁ ଔଷଧ ତିଆରି କରିବା । ଏବଂ ଜ୍ୱର, କାଶ ଓ ଥଣ୍ଡା ହେଲେ ଡାକ୍ତରଙ୍କ ପରମର୍ଶ ନେବାକୁ ଲୋକଙ୍କୁ ସଚେତନ କରିବା ।

୨୧-ସରକାରଙ୍କ ପାଇଁ ଆଉ ଏକ ଚ୍ୟାଲେଞ୍ଜ ହେଉଛି, ଯେତେ ସମ୍ଭବ ଲୋକଙ୍କୁ ଘରେ ମାସ୍କ ଯୋଗାଇ ଦେବା । ଏଥିସହ ଗାଁଠୁ ସହର ସବୁଠି ପରିଷ୍କାର, ପରିଚ୍ଛନ ରଖିବା ।

Share this story

World Odia Language Conferene