ସ୍ପୋର୍ଟସ ଟ୍ରେନିଂ ପାଇଁ ସ୍ୱପ୍ନର କାର୍ ବିକିବେ ଦୂତୀ: ଫେସବୁକରେ କଲେ ପୋଷ୍ଟ, ଆସିଲା ଏମିତି ଜବାବ…

ସ୍ପୋର୍ଟସ ଟ୍ରେନିଂ ପାଇଁ ସ୍ୱପ୍ନର କାର୍ ବିକିବେ ଦୂତୀ: ଫେସବୁକରେ କଲେ ପୋଷ୍ଟ, ଆସିଲା ଏମିତି ଜବାବ…
ସ୍ପୋର୍ଟସ ଟ୍ରେନିଂ ପାଇଁ ସ୍ୱପ୍ନର କାର୍ ବିକିବେ ଦୂତୀ: ଫେସବୁକରେ କଲେ ପୋଷ୍ଟ, ଆସିଲା ଏମିତି ଜବାବ…

ଓଡ଼ିଆ ଗସିପ୍ ବ୍ୟୁରୋ: ନିଜ ସ୍ୱପ୍ନର କାର୍ ବିକିବେ ଓଡ଼ିଶାର ଗର୍ବ ଓ ଗୌରବ ତାରକା ଧାବିକା ଦୂତୀ ଚାନ୍ଦ । କ୍ରୀଡା ପ୍ରଶିକ୍ଷଣ ପାଇଁ ଘୋର ଆର୍ଥିକ ସଙ୍କଟ ଦର୍ଶାଇ ସେ ନିଜର ବିଏମଡବ୍ଲୁ କାର୍ ବିକ୍ରି କରିବାକୁ ଫେସବୁକ୍ ରେ ପୋଷ୍ଟ କରିଛନ୍ତି ।

ଫେସବୁକ୍ ପୋଷ୍ଟରେ ଦୂତୀ ଲେଖିଛନ୍ତି ଯେ, ‘‘ମୋ BMW କାର୍ ବିକିବାକୁ ଚାହୁଁଛି । ଯଦି କିଏ କିଣିବାକୁ ଚାହୁଁଛନ୍ତି ମୋତେ କହିବେ । ମେସେଞ୍ଜରରେ ଏସଏମଏସ୍ କରିବେ’ ।

ଦୂତୀଙ୍କ ଫେସବୁକ୍ ପୋଷ୍ଟ ଦେଖି ଜଣେ ୟୁଜର୍ସ ସେ କାହିଁକି କାର୍ ବିକ୍ରି କରିବାକୁ ଚାହୁଁଛନ୍ତି ବୋଲି ପ୍ରଶ୍ନ କରିଥିଲେ । ଆଉ ଦୂତୀ କିଛି ଏଭଳି ଭାବେ ଉତ୍ତର ଦେଇଛନ୍ତି …

ସ୍ପୋର୍ଟସ ଟ୍ରେନିଂ ପାଇଁ ସ୍ୱପ୍ନର କାର୍ ବିକିବେ ଦୂତୀ: ଫେସବୁକରେ କଲେ ପୋଷ୍ଟ, ଆସିଲା ଏମିତି ଜବାବ…

‘ଚାକିରୀ କରି ବିଏମଡବ୍ଳୁ କାର୍ ଚଢ଼ିବା ଏତେ ସହଜ ନୁହେଁ । ବର୍ତ୍ତମାନ ସମୟରେ ସ୍ଥିତି ବହୁତ ଖରାପ ଅଛି । ଯାହା ପଇସା ଆସିଥିଲା ସବୁ ଖର୍ଚ୍ଚ ହୋଇଯାଇଛି ।

ତା ସହିତ ବଏମଡବ୍ଳୁର ମେଣ୍ଟେନାନ୍ସ ବହୁତ କଷ୍ଟ ଦେଉଛି । ମୋର୍ କାର୍ ପାର୍କିଂ ପାଇଁ ମଧ୍ୟ ଯାଗା ନାହିଁ, କାର୍ ରାସ୍ତା ଉପରେ ରହୁଛି । ଆଉ ଏବେ କରୋନା କଟକଣା ପାଇଁ କୁଆଡ଼େ ଯାଉନି, ଗାଡ଼ି ରହି ରହି ଖରାପ ହୋଇଯିବାର ଭୟ ରହିଛି ।

ତେଣୁ କରି କାର୍ ବିକ୍ରି କରିବାକୁ ଚାହୁଁଛି । ପୁଣି ଯେତେ ବେଳେ ଇଚ୍ଛା ହେବ କାର୍ କିଣିନେବି । ମୋର ଅଲିମ୍ପିକ ପାଇଁ ପ୍ରସ୍ତୁତ ହେବାର ଅଛି ତେଣୁ ମୋତେ ଟଙ୍କା ଦରକାର ଆଉ ଏଥିପାଇଁ କାର୍ ବିକ୍ରି ହୋଇଗଲେ ମୋ ଟ୍ରେନିଂ ରେ ଲାଗିଯିବ ।

Share this story

World Odia Language Conferene