ସୋସିଆଲ ମିଡିଆରେ ନିଆଁ ଲଗାଇଲେ ଉଲାଲା ଅଭିନେତ୍ରୀ; ଶୁଣିବାକୁ ମିଳନ୍ତି ସେ ଅଟନ୍ତି ଓଡ଼ିଶାର

ସୋସିଆଲ ମିଡିଆରେ ନିଆଁ ଲଗାଇଲେ ଉଲାଲା ଅଭିନେତ୍ରୀ; ଶୁଣିବାକୁ ମିଳନ୍ତି ସେ ଅଟନ୍ତି ଓଡ଼ିଶାର
ସୋସିଆଲ ମିଡିଆରେ ନିଆଁ ଲଗାଇଲେ ଉଲାଲା ଅଭିନେତ୍ରୀ; ଶୁଣିବାକୁ ମିଳନ୍ତି ସେ ଅଟନ୍ତି ଓଡ଼ିଶାର

ଓଡ଼ିଆ ଗସିପ୍ ବ୍ୟୁରୋ: ରାତା ରାତି ଫେମସ । ଯିଏ ଥରେ ଦେଖୁଛି ପୁଣି ଥରେ ଦେଖିବାକୁ ବାଧ୍ୟ ହେଉଛି । ଏମିତି ଜଣେ ରୂପବତୀଙ୍କୁ ନେଇ ଏବେ ଉଠୁଛି ପଡ଼ୁଛି ପୂରା ବଲିଉଡ, ଓଲିଉଡ୍ ଏବଂ ବିଶେଷ କରି ସୋସିଆଲ ମିଡିଆ । କାରଣ କିଛି ଏମିତି …

ନିର୍ଦ୍ଦେଶକ ଓ ପ୍ରଯୋଜକ ରାମ ଗୋପାଳ ବର୍ମା ଏକ ନୂଆ ଫିଲ୍ମ ତିଆରି କରିବାକୁ ଯାଉଛନ୍ତି । ଏ ଫିଲ୍ମର ନାଁ ରଖିଛନ୍ତି ‘ଥ୍ରୀଲର୍‌’ । ଏହି ଫିଲ୍ମରେ ସେ ଯାହାଙ୍କୁ ଅଭିନେତ୍ରୀ ଭାବେ ନେବା ପାଇଁ ଚୟନ କରିଛନ୍ତି, ସେ ଓଡ଼ିଶାର । ତାଙ୍କ ନାଁ ଅପ୍‌ସରା ରାଣୀ । ତାଙ୍କ ପୁରା ନାଁ ଆଂକେତା ମହାରଣା ।

ଆଉ ରାମ ଗୋପାଳ ବର୍ମାଙ୍କ ଏହି ନୂଆ ହିରୋଇନ୍ ଏବେ ରାତାରାତି ଇଣ୍ଟରନେଟ୍‌ ସେନ୍‌ସେସନ୍‌ ପାଲଟି ଯାଇଛନ୍ତି । ତାଙ୍କ ଫଟୋ ଖୁବ୍ ଭାଇରାଲ୍‌ ହେଉଛି । ରାମ ଗୋପାଳ ବର୍ମା ମଧ୍ୟ ଅପ୍‌ସରାଙ୍କ ଉପରେ ବେଶ୍ ଫିଦା ଓ ତାଙ୍କୁ ବହୁତ ପ୍ରଶଂସା କରୁଛନ୍ତି ।

ରାମ ଗୋପାଳ ବର୍ମା ସୋମବାର ଟ୍ୱିଟ୍ କରି ଲେଖିଥିଲେ- ଆର୍‌ଜିବି ୱାର୍ଲ୍ଡ ଥିଏଟରର ପରବର୍ତ୍ତୀ ଫିଲ୍ମରେ ଅପ୍‌ସରା ରାଣୀ ହିରୋଇନ୍ ହେବେ । ଏହି ଫିଲ୍ମର ନାଁ ହେଉଛି ‘ଥ୍ରୀଲର’ ।

ଏହା ପରେ ସେ ଅପ୍‌ସରାଙ୍କ କିଛି ଫଟୋ ଶେଆର କରିଥିଲେ । ରାମୁଙ୍କ କହିବା ଅନୁଯାୟୀ, ଅପ୍‌ସରା ଜଣେ ବହୁତ ବଢ଼ିଆ ନୃତ୍ୟଶିଳ୍ପୀ । ତା’ ସହିତ ସେ ଜଣେ ଖୁବ୍ ଭଲ ଅଭିନେତ୍ରୀ ।

ରାମ ଗୋପାଳଙ୍କ ଟ୍ୱିଟ୍‌ର ୭ ଘଣ୍ଟା ଭିତରେ ଅପ୍‌ସରାଙ୍କ ଫୋଲଅର୍ସ ସଂଖ୍ୟା ୧୦ ହଜାର ବଢ଼ି ଯାଇଛି । ଏହା ଦେଖି ସେ କହିଛନ୍ତି ଯେ କୌଣସି ନୂଆ ଅଭିନେତ୍ରୀଙ୍କ କ୍ଷେତ୍ରରେ ଏହା ଏକ ରେକର୍ଡ ।

ସେହିପରି ଅପସରା ମଧ୍ୟ ଗତକାଲି ଏନେଇ ଏକ ଟ୍ୱିଟ୍ କରି ଲେଖିଛନ୍ତି ଯେ ଫୋଲଅର୍ସ ବଢ଼ିଥିବାରୁ ସେ ବହୁତ ଉତ୍ସାହିତ ଅଛନ୍ତି ।

ସୂଚନାଯୋଗ୍ୟ, ଅପ୍‌ସରା ଓଡ଼ିଶାର। ତେବେ ସେ ଡେରାଡୁନ୍‌ରେ ଜନ୍ମ ହୋଇଛନ୍ତି ଓ ସେଠାରେ ବଢ଼ିଛନ୍ତି । ତାଙ୍କର ପଢ଼ାପଢ଼ି ବି ସେଠି ହୋଇଛି । ଏବେ ସେ ହାଇଦ୍ରାବାଦରେ ରହୁଛନ୍ତି । ସେ ‘ଉଲାଲା ଉଲାଲା’ ଓ ‘ଫୋର୍ ଲେଟର୍ସ’ ଭଳି ତେଲୁଗୁ ଫିଲ୍ମରେ କାମ କରିଛନ୍ତି ।

Share this story

World Odia Language Conferene