ସେ, ସ୍ତ୍ରୀ ଓ ସାଙ୍ଗ: ସାମ୍ନାକୁ ଆସୁଛି ମାନବପ୍ରେମୀଙ୍କ ମୃତ୍ୟୁର ଗୋଟିଏ ଗୋଟିଏ କାରଣ, ପୋଲିସର ତଦନ୍ତକୁ ଅପେକ୍ଷା…

ସେ, ସ୍ତ୍ରୀ ଓ ସାଙ୍ଗ: ସାମ୍ନାକୁ ଆସୁଛି ମାନବପ୍ରେମୀଙ୍କ ମୃତ୍ୟୁର ଗୋଟିଏ ଗୋଟିଏ କାରଣ, ପୋଲିସର ତଦନ୍ତକୁ ଅପେକ୍ଷା…
ସେ, ସ୍ତ୍ରୀ ଓ ସାଙ୍ଗ: ସାମ୍ନାକୁ ଆସୁଛି ମାନବପ୍ରେମୀଙ୍କ ମୃତ୍ୟୁର ଗୋଟିଏ ଗୋଟିଏ କାରଣ, ପୋଲିସର ତଦନ୍ତକୁ ଅପେକ୍ଷା…

ଓଡ଼ିଆ ଗସିପ୍ ବ୍ୟୁରୋ: ମାନବପ୍ରେମୀ ଆଦିତ୍ୟଙ୍କ ମୃତ୍ୟୁର କାରଣ କ’ଣ ହୋଇପାରେ? କାହିଁକି ଜଣେ ସମାଜସେବୀ ଆତ୍ମହତ୍ୟା ଭଳି କଠୋର ନିଷ୍ପତ୍ତି ନେବାକୁ ବାଧ୍ୟ ହେଲେ? ପାରିବାରିକ ଚାପ, ଆର୍ଥିକ ସମସ୍ୟା ନା ଆଉ କିଛି ? ଏସବୁ ପ୍ରଶ୍ନର ଉତ୍ତର ଜାଣିବାକୁ ଚାହିଁ ରହିଛନ୍ତି ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ଶୁଭେଚ୍ଛୁ ଏମିତି କି ରାଜ୍ୟବାସୀ ମଧ୍ୟ ଗଣମାଧ୍ୟମରୁ ଏ ସମ୍ପର୍କିତ ଟିକିନିଖି ଖବର ଜାଣିବାକୁ ଅନାଇ ବସିଛନ୍ତି ।

ଏହି ଘଟଣାକୁ ନେଇ ଲଗାତାର ଖବର ପ୍ରସାରଣ କରୁଥିବା ଟିଭି ମିଡିଆ, ସାମାଜିକ ଗଣମାଧ୍ୟମ ସଂସ୍ଥା ମଧ୍ୟ ସେମାନଙ୍କ ରିପୋର୍ଟିଂ ଜାରି ରଖିଛନ୍ତି । ଖବର ପ୍ରସାରଣ ସହ ଆତ୍ମହତ୍ୟାର ପ୍ରତିଟି ଦିଗ ପ୍ରତି ଦୃଷ୍ଟି ଦେଉଛି ।

ପୋଲିସ ମଧ୍ୟ ନିଜ ତଦନ୍ତ କାର୍ଯ୍ୟ ଜାରି ରଖିଛି । ଏପରିକି ପାଇଥିବା ଡାଏରୀ, କ୍ରାଇମ୍ ସିନ୍ ରୁ ସଂଗୃହିତ ତଥ୍ୟ, ପାରିପାର୍ଶ୍ୱିକ ସ୍ଥିତି ପରିବାର ଲୋକଙ୍କ ସହ ପଚରାଉଚୁରା କରୁଛି ।

ସମାଜସେବୀ ଆଦିତ୍ୟ ଦାଶଙ୍କ ସନ୍ଦେହଜନକ ମୃତ୍ୟୁ ଉପରୁ ପରଦା ଉଠିବ କ’ଣ ଦିନକୁ ଦିନ ଏହାକୁ ନେଇ ସସପେନ୍ସ ବଢୁଛି । ସେପଟେ ହତ୍ୟା ମାମଲା ରୁଜୁ କରିଥିବା ଜିଆରପି ମାଗିଛି ଟ୍ରେନ୍ ତାଲିକା ।

ସୋମବାର ସନ୍ଧ୍ୟାରୁ ମଙ୍ଗଳବାର ସକାଳ । ଲିଙ୍ଗରାଜ ରୋଡ୍ ଦେଇ କେଉଁ କେଉଁ ଟ୍ରନ୍ ଯାଇଛି ରେଲୱେକୁ ଜିଆରପି ସେସବୁର ଲିଷ୍ଟ ମାଗିଛି । ଟ୍ରେନ୍ ତାଲିକା ମିଳିବା ପରେ ଲୋକୋ ପାଇଲଟ୍ କହିପାରିବେ ସେଦିନ କେହି ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କରିଛନ୍ତି କି ନାହିଁ ।

ସୂଚନା ଥାଉ କି ସୋମବାର ସନ୍ଧ୍ୟାରେ ପତି-ପତ୍ନୀଙ୍କ ମଧ୍ୟରେ ସାମାନ୍ୟ ଝଗଡ଼ା ପରେ ଘରୁ ଚାଲି ଆସିଥିଲେ ଆଦିତ୍ୟ । ବୁଲାବୁଲି କରିବା ପରେ ସେ ଲିଙ୍ଗରାଜ ରୋଡ୍ ଷ୍ଟେସନରେ ବସିଥିଲେ । ପରେ ଏପଟ ପ୍ଲାଟଫର୍ମରୁ ସେପଟ ପ୍ଲାଟଫର୍ମକୁ ଯାଇଥିଲେ । ତା’ପରେ କୁଆଡ଼େ ଗଲେ ଆଦିତ୍ୟ, କେହି ଜାଣିପାରିଲେନି ।

ସ୍ତ୍ରୀ ବିଦ୍ୟାଶ୍ରୀ ବାରମ୍ବାର ଫୋନ୍ କରିବା ସତ୍ତ୍ୱେ ସେ ରିସିଭ୍ କରିନଥିଲେ । ବିଦ୍ୟାଶ୍ରୀ ଆଦିତ୍ୟଙ୍କ ସାଙ୍ଗମାନଙ୍କୁ ଏକଥା ଜଣାଇବା ପରେ ଖୋଜାଖୋଜି କରିଥିଲେ ସାଙ୍ଗମାନେ । ହେଲେ, ସୋମବାର ରାତିରେ ମିଳିନଥିଲା ଆଦିତ୍ୟଙ୍କ ଖବର ।

ଟ୍ରେନ୍ ଟ୍ରାକରୁ ମାନବ ପ୍ରେମୀ ଆଦିତ୍ୟ ଦାଶଙ୍କ ମୃତଦେହ ମିଳିବା ପରେ ଏହାକୁ ସମସ୍ତେ ଆତ୍ମହତ୍ୟା ବୋଲି କହୁଥିଲେ । କାରଣ ଘରୁ ଆସିବାର କିଛି ସମୟ ପୂର୍ବରୁ ଆଦିତ୍ୟଙ୍କ ଫେସବୁକରେ ଲେଖାଥିଲା ‘ମୃତ୍ୟୁ ଯେତେବେଳେ ଆସେ ଧିରେ ଧିରେ ଆସେ, କେହି ଜାଣିପାରନ୍ତି ନାହିଁ ।

ଏହି ପୋଷ୍ଟ ଆଦିତ୍ୟଙ୍କ ଆତ୍ମହତ୍ୟାର ଆଲୋଚନାକୁ ଆଉ ଟିକିଏ ଖୋରାକ୍ ଯୋଗାଇ ଥିଲା । ତା’ପରେ ୮ ତାରିଖରେ ଜିଆରପିକୁ ମିଳିଥିଲା ଆଦିତ୍ୟଙ୍କ ଡାଏରୀ । ସୁଇସାଇଡାଲ ନୋଟରେ ତାଙ୍କ ମୃତ୍ୟୁ ପାଇଁ କେହି ଦାୟୀ ନୁହଁନ୍ତି ବୋଲି ଲେଖା ଯାଇଥିଲା ।

ଅନ୍ୟପଟେ ତାଙ୍କୁ ହତ୍ୟା କରାଯାଇଥିବା ନେଇ ଆଦିତ୍ୟ ଗଢ଼ି ତୋଳିଥିବା ସ୍ୱେଚ୍ଛାସେବୀ ସଙ୍ଗଠନ ‘ପିପୁଲ୍ ଫର ସେବା’ର ସଦସ୍ୟ ଜିଆରପିରେ ଏତଲା ଦେଇଥିଲେ । ପୋଲିସ ହତ୍ୟା ମାମଲା ରୁଜୁ କରି ତଦନ୍ତ କରୁଛି ।

ଆଉ ଏବେ ଆଦିତ୍ୟଙ୍କ ମୃତ୍ୟୁ ନେଇ ତାଙ୍କ ପତ୍ନୀ ଓ ସାଙ୍ଗମାନଙ୍କ କଥାବାର୍ତ୍ତାରେ ତାଳ ମେଳ ରହୁନଥିବାରୁ ସେମାନଙ୍କୁ ଜେରା ପରେ ହିଁ ପ୍ରକୃତ କାରଣ କ’ଣ ତାହା ସମସ୍ତଙ୍କ ସାମ୍ନାକୁ ଆସିବ ବୋଲି ଆଶା କରାଯାଇପାରେ ।

Share this story

World Odia Language Conferene