ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା ମାମଲା; ଜେରା ପାଇଁ ଥାନାକୁ ଯିବେ ସଞ୍ଜୟ ଲିଲା ଭନସାଲୀ

ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା ମାମଲା; ଜେରା ପାଇଁ ଥାନାକୁ ଯିବେ ସଞ୍ଜୟ ଲିଲା ଭନସାଲୀ
ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା ମାମଲା; ଜେରା ପାଇଁ ଥାନାକୁ ଯିବେ ସଞ୍ଜୟ ଲିଲା ଭନସାଲୀ

ଓଡ଼ିଆ ଗସିପ ବ୍ୟୁରୋ: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ଚଳଚ୍ଚିତ୍ର ନିର୍ମାତା ସଞ୍ଜୟ ଲିଲା ଭଂସାଲିଙ୍କୁ ଜେରା କରିବ ପୋଲିସ ।

ଆସନ୍ତା ସୋମବାର ତାଙ୍କୁ ମୁମ୍ବାଇ ପୋଲିସ ଜେରା କରିବ ବୋଲି ସୂଚନା ମିଳିଛି । ପୂର୍ବରୁ ୟଶରାଜ ଫିଲ୍ମର କାଷ୍ଟିଂ ଡାଇରେକଟର ସାନୁ ଶର୍ମାଙ୍କୁ ମଧ୍ୟ ପୋଲିସ ପଚରାଉଚରା କରିସାରିଛି ।

ୟଶରାଜଙ୍କ କିଛି ଫିଲ୍ମ ପାଇଁ ସୁଶାନ୍ତଙ୍କ ଚୁକ୍ତି କରାଯାଇଥିଲା । ହେଲେ ପରେ ଏହାକୁ ବାତିଲ କରିଥିବା ନେଇ ଖବର ଆସିଥିଲା, ଯାହାକୁ ନେଇ ବିଷାଦରେ ଥିଲେ ସୁଶାନ୍ତ । ସେଥିପାଇଁ ସେ ଆତ୍ମହତ୍ୟା କରିଥିବା ଚର୍ଚ୍ଚା ଜୋର ଧରିଥିଲା ।

ଏହାପୂର୍ବରୁ ସୁଶାନ୍ତଙ୍କ ବାନ୍ଧବୀ ରିଆ ଚକ୍ରବର୍ତ୍ତୀଙ୍କୁ ମଧ୍ୟ ଜେରା କରିଥିଲା ପୋଲିସ । ଗତ ଜୁନ୍ ୧୪ ତାରିଖରେ ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ଘଟିଥିଲା । ମୁମ୍ବାଇର ଏକ ଆପାର୍ଟମେଣ୍ଟରେ ସୁଶାନ୍ତଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଥିଲା । ମୃତ୍ୟୁ ରହସ୍ୟ ନେଇ ପୋଲିସ ଏବେ ଖୋଳତାଡ଼ ଚଳାଇଛି ।

Share this story

World Odia Language Conferene