ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ରହସ୍ୟ: ସସପେନ୍ସ ଦୂର କରିବ କି ସିବିଆଇ? ମିଳିବ ଏହି ସବୁ ଅଧିକାର…

ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ରହସ୍ୟ: ସସପେନ୍ସ ଦୂର କରିବ କି ସିବିଆଇ? ମିଳିବ ଏହି ସବୁ ଅଧିକାର…
ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ରହସ୍ୟ: ସସପେନ୍ସ ଦୂର କରିବ କି ସିବିଆଇ? ମିଳିବ ଏହି ସବୁ ଅଧିକାର…

ଓଡ଼ିଆ ଗସିପ୍ ବ୍ୟୁରୋ: ଅଭିନେତା ସୁଶାନ୍ତ ସିଂ ମୃତ୍ୟୁ ମାଲାର ତଦନ୍ତ ଭାର ସିବିଆଇକୁ ଯାଇପାରେ । ଆଜି ଏହି ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ସଲିସେଟର ଜେନେରାଲ ଇଙ୍ଗିତ ଦେଇଛନ୍ତି । ବିହାର ସରକାର ସୁଶାନ୍ତ ସିଂ ମୃତ୍ୟୁ ମାମଲାର ତଦନ୍ତ ଭାର ସିବିଆଇକୁ ଦିଆଯାଇଥିବା ପ୍ରସ୍ତାବ କେନ୍ଦ୍ର ସରକାର ଗ୍ରହଣ କରି ନେଇଛନ୍ତି ବୋଲି କୋର୍ଟକୁ ଜଣାଇଛନ୍ତି ସଲିସେଟର ଜେନେରାଲ ।

କୋର୍ଟରେ କେନ୍ଦ୍ରର ଏଭଳି ଆଭିମୁଖ୍ୟ ପରେ ଏବେ ଅଭିନେତ୍ରୀ ତଥା ଦିଂବଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ପ୍ରେମିକା ରିୟା ଚକ୍ରବର୍ତ୍ତୀଙ୍କ ପାଇଁ ଅଡୁଆ ବଢ଼ିବ ବୋଲି କୁହାଯାଉଛି ।

ବିହାରର ରାଜଧାନୀ ପାଟନାରେ ପଞ୍ଜିକୃତ ହୋଇଥିବା ମାମଲାକୁ ମହାରାଷ୍ଟ୍ରର ମୁମ୍ବାଇକୁ ସ୍ଥାନାନ୍ତର କରିବା ପାଇଁ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ଏକ ପିଟିସନର ଶୁଣାଣି ବେଳେ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ‌କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ବିଷୟରେ ଜଣାଇଥିଲେ ।

ପୂର୍ବରୁ ଏହି ମାମଲାରେ ଅନେକ ନାଟକୀୟ ଘଟଣା ଦେଶବାସୀ ଦେଖିଛନ୍ତି । ଅନେକ ମୋଡ ଦେଇ ଗତି କରୁଥିବା ଏହି ମାମଲା ଏବେ ସିବିଆଇ ହାତକୁ ଗଲେ ତଦନ୍ତ ନିରପେକ୍ଷ ରହିବ ବୋଲି ଆଶା କରୁଛନ୍ତି ସୁଶାନ୍ତଙ୍କ ଆତ୍ମାର ସଦଗତି ଓ ଦୋଷୀଙ୍କୁ ଦଣ୍ଡ ମିଳୁ ବୋଲି ଦାବି କରୁଥିବା ବ୍ୟକ୍ତି ବିଶେଷ ।

ମାମଲାର ତଦନ୍ତକୁ ନେଇ ପୂର୍ବରୁ ନାନା ସମାଲୋଚନାର ଶିକାର ହୋଇ ସାରିଛି ମୁମ୍ବାଇ ପୋଲିସ । ଏହା ପରେ ସୁଶାନ୍ତଙ୍କ ବାପା କେକ ସିଂଙ୍କ ଅଭିଯୋଗ ଆଧାରରେ ମୁମ୍ବାଇରେ ପହଞ୍ଚିଥିବା ପାଟନା ଏସପିଙ୍କୁ ବାଧ୍ୟତାମୂଳକ କ୍ୱାରେଣ୍ଟାଇନରେ ରଖିବା ଏବଂ ଏହାକୁ ନେଇ ପୋଲିସ –ପୋଲିସ କଳି ଲାଗିବା ମାମଲା ଉପରେ ଅଧିକ ପ୍ରଶ୍ନବାଚୀ ସୃଷ୍ଟି କରିଥିଲା ।

ଦୁଇ ରାଜ୍ୟର ପୋଲିସ ତଦନ୍ତ କରିବେ କଣ ମାମଲା କ୍ଷେତ୍ରକୁ ନେଇ ନିଜ ନିଜ ଜିଦ୍ ରେ ଅଟଳ ଥିଲେ ।

ଉଚ୍ଚଅଧିକାରୀଙ୍କ ମିଡିଆ ବାଇଟରେ ମଧ୍ୟ ତାଳମେଳ ନ ରହିବା ଏହାକୁ ନେଇ ରାଜନୈତିକ ବୟାନବାଜି ହେବା ଏବଂ ଲୋକେ ଟ୍ରୋଲ କରିବା ପରେ ଏବେ ସୁଶାନ୍ତ ମୃତ୍ୟୁ ମାମଲାର ତଦନ୍ତ ସଠିକ୍ ଦିଗରେ ଚାଲିପାରିବ ବୋଲି ଅନେକ ଆଶା କରୁଛନ୍ତି ।

ସେପଟେ ଆଜି ଏହି ମାମଲାର ଶୁଣାଣି ବେଳେ କୋର୍ଟ ମୁମ୍ବାଇ ପୋଲିସର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠାଇବା ସହ କଡ଼ା ଟିପ୍ପଣି କରିଛନ୍ତି । ମୁମ୍ବାଇ ପୁଲିସର ଭଲ ବୃତ୍ତିଗତ ପ୍ରତିଷ୍ଠା ଥିବା ସତ୍ତ୍ୱେ ବିହାର ପୁଲିସ ଅଧିକାରୀଙ୍କୁ ବାଧ୍ୟତାମୂଳକ ଭାବେ ସଙ୍ଗରୋଧ କରିବା ଖବର ଏକ ଭଲ ସଙ୍କେତ ନୁହେଁ ବୋଲି କହିଛନ୍ତି ସୁପ୍ରିମକୋର୍ଟ ।

ସୂଚନା ଥାଉ କି, ମଙ୍ଗଳବାର ସନ୍ଧ୍ୟାରେ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ବିହାରର ରାଜ୍ୟପାଳ ଫଗୁ ଚୌହାନ ମଧ୍ୟ ସିବିଆଇ ଯାଞ୍ଚ ପାଇଁ ସହମତି ପ୍ରକାଶ କରିଥିଲେ । ଏହା ସହ ସିବିଆଇ ସୁଶାନ୍ତ ସିଂ ରାଜପୁତଙ୍କ ପିତା କେ.କେ ସିଂଙ୍କ ଦ୍ୱାରା ପାଟନାରେ ପଞ୍ଜିକୃତ ହୋଇଥିବା ମାମଲାର ତଦନ୍ତ, ତଦାରଖ ଏବଂ ଅନୁସନ୍ଧାନ କରିବା ଉଚିତ୍ ବୋଲି ସେ କହିଥିଲେ ।

ରାଜପୁତଙ୍କ ପିତା କେ.କେ ସିଂ ଚଳିତ ମାସ ଆରମ୍ଭରେ ପାଟଣାର ରାଜୀବ ନଗର ପୁଲିସ ଷ୍ଟେସନରେ ସୁଶାନ୍ତ ସିଂ ରାଜପୁତଙ୍କ ପ୍ରେମିକା ରିୟା ଚକ୍ରବର୍ତ୍ତୀ ଏବଂ ତାଙ୍କ ପରିବାର ଉପରେ ସୁଶାନ୍ତଙ୍କୁ ଆତ୍ମହତ୍ୟା କରିବା ପାଇଁ ଉସୁକାଇଥିବାର ଅଭିଯୋଗ କରିଥିଲେ ।

Share this story

World Odia Language Conferene