ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ପୋଲିସ-ପୋଲିସ କଳି, IPS ବିନୟ ତିଓ୍ୱାରୀଙ୍କୁ କ୍ୱାରେଣ୍ଟିନ୍ ମୁକ୍ତ କର, ଚିଠି ଲେଖିଲେ ପାଟନା ରେଞ୍ଜ ଆଇଜି…

ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ପୋଲିସ-ପୋଲିସ କଳି, IPS ବିନୟ ତିଓ୍ୱାରୀଙ୍କୁ କ୍ୱାରେଣ୍ଟିନ୍ ମୁକ୍ତ କର, ଚିଠି ଲେଖିଲେ ପାଟନା ରେଞ୍ଜ ଆଇଜି…
ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ପୋଲିସ-ପୋଲିସ କଳି, IPS ବିନୟ ତିଓ୍ୱାରୀଙ୍କୁ କ୍ୱାରେଣ୍ଟିନ୍ ମୁକ୍ତ କର, ଚିଠି ଲେଖିଲେ ପାଟନା ରେଞ୍ଜ ଆଇଜି…

ଓଡ଼ିଆ ଗସିପ୍ ବ୍ୟୁରୋ: ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ପ୍ରତିଦିନ ନୂଆ ନୂଆ ମୋଡ ସାମ୍ନାକୁ ଆସୁଛି । ଏବେ କିନ୍ତୁ ସବୁଠୁ ଅଧିକା ଚର୍ଚ୍ଚାରେ ରହିଛି ପୋଲିସ-ପୋଲିସ କଳି ।

କ୍ରମିନାଲକୁ ଧରିବେ କଣ ବରଂ କ୍ରିମିନାଲଙ୍କୁ ଛାଡ଼ିବାକୁ ବୋଧେ ରୀତିମତ ଷଡ଼ଯନ୍ତ୍ର ଚାଲିଥିବା ଲୋକେ ଅଭିଯୋଗ କରିଛନ୍ତି । କାବହିଁକିନା ତଦନ୍ତ ପାଇଁ ମୁମ୍ବାଇ ଯାଇଥିବା ପାଟନା ଏସପିଙ୍କୁ ଯେଉଁଭଳି ଭାବେ ବାଧ୍ୟତାମୂଳକ କ୍ୱାରେଣ୍ଟିନ୍ ରେ ରଖାଯାଇଛି ତାକୁ ବିଭିନ୍ନ ମହଲରୁ ନିନ୍ଦା କରାଯାଇଛି ।

ଏଭଳି ଏକ ସମୟରେ ପାଟନା ଏସ୍ପି ବିନୟ ତିଓ୍ୱାରୀଙ୍କୁ ତୁରନ୍ତ ଛଡ଼ା ଯାଉ ବୋଲି ବିଏମ୍ସିକୁ ପତ୍ର ଲେଖିଛନ୍ତି ପାଟନା ରେଞ୍ଜ ଆଇଜି । ବିଏମ୍ସି କମିଶନର ଇକବାଲ ସିଂ ଚହଲଙ୍କୁ ପତ୍ର ଲେଖିଛନ୍ତି ପାଟନା ରେଞ୍ଜ ଆଇଜି ସଞ୍ଜୟ ସିଂହ, ଯେଉଁଥିରେ ସେ ଉଲ୍ଲେଖ କରିଛନ୍ତି ଯେ, ଏହା ଦ୍ୱାରା ତଦନ୍ତ ପ୍ରକ୍ରିୟାରେ ବାଧା ଉପୁଜୁଛି ।

ସେପଟେ ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କୁ ନେଇ ଆଉ ଏକ ବଡ଼ ତଥ୍ୟ ସାମ୍ନାକୁ ଆସିଛି । ସେ ବାଇପୋଲାର ଡିଜ୍ଅର୍ଡରରେ ପୀଡ଼ିତ ଥିଲେ ଏବଂ ଏଥିପାଇଁ ମେଡିସିନ ଖାଉଥିଲେ ବୋଲି କହିଛନ୍ତି ମୁମ୍ବାଇ ପୋଲିସ କମିଶନର ପରମବୀର ସିଂହ ।

ମୃତ୍ୟୁର କିଛି ଘଣ୍ଟା ପୂର୍ବରୁ ସେ ନିଜ ନାଁରେ ମଧ୍ୟ ଗୁଗୁଲ କରିଥିଲେ । ସେ ଯେଉଁ ରୋଗରେ ପୀଡ଼ିତ ଥିଲେ, ସେ ସଂପର୍କରେ ମଧ୍ୟ ଇଣ୍ଟରନେଟ ସର୍ଫିଂ କରିଥିଲେ । ଆଶ୍ଚର୍ଯ୍ୟର କଥା ଯନ୍ତ୍ରଣାହୀନ ମୃତ୍ୟୁ କିପରି ହୋଇପାରିବ, ତାହା ମଧ୍ୟ ଗୁୁଗୁଲରେ ଖୋଜିଥିଲେ । ସୁଶାନ୍ତଙ୍କ ମୋବାଇଲ ଓ ଲାପଟପ୍ ଯାଞ୍ଚ କରିବା ପରେ ଏହି ତଥ୍ୟ ମିଳିଥିବା କହିଛନ୍ତି ପରମବୀର ସିଂହ । ହେଲେ ଏହାର ସତ୍ୟତା କେତେ ରହିଛି ତାହା ବିହାର ପୋଲିସ ହିଁ ଖୋଳତାଡ଼ କରି ବାହାର କରିପାରିବ ।

Share this story

World Odia Language Conferene