ସୁଶାନ୍ତଙ୍କ ଆକାଉଣ୍ଟରୁ ୧୦କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ରିୟା ଚକ୍ରବର୍ତ୍ତୀ! ତଦନ୍ତ କରିବ ଇଡ଼ି, ସେପଟେ ରିୟା ଫେରାର…

ସୁଶାନ୍ତଙ୍କ ଆକାଉଣ୍ଟରୁ ୧୦କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ରିୟା ଚକ୍ରବର୍ତ୍ତୀ! ତଦନ୍ତ କରିବ ଇଡ଼ି, ସେପଟେ ରିୟା ଫେରାର…
ସୁଶାନ୍ତଙ୍କ ଆକାଉଣ୍ଟରୁ ୧୦କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ରିୟା ଚକ୍ରବର୍ତ୍ତୀ! ତଦନ୍ତ କରିବ ଇଡ଼ି, ସେପଟେ ରିୟା ଫେରାର…

ଓଡ଼ିଆ ଗସିପ୍ ବ୍ୟୁରୋ: ସୁଶାନ୍ତ ସିଂ ରାଜପୁତଙ୍କ ଆକାଉଣ୍ଟରୁ ତାଙ୍କ ପ୍ରେମିକା ରିୟା ଚକ୍ରବର୍ତ୍ତୀ ୧୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ କରିଥିବା ଅଭିଯୋଗ ହୋଇଛି । ଖାଲି ଏତିକି ନୁହେଁ ରିୟା ଓ ତାଙ୍କ ପରିବାର ଲୋକେ ସୁଶାନ୍ତଙ୍କ ଆକାଉଣ୍ଟରୁ ୧୫କୋଟିରୁ ଅଧିକ ଟଙ୍କା ଉଡ଼ାଇଦେଇଥିବା ସୁଶାନ୍ତଙ୍କ ପରିବାର ଲୋକେ ଅଭିଯୋଗ ଆଣିଛନ୍ତି ।

ଏହି ଅଭିଯୋଗ ହେବା ପରେ ସୁଶାନ୍ତଙ୍କ ଆକାଉଣ୍ଟରେ କେତେ ଟଙ୍କା ଥିଲା, ସମ୍ପତ୍ତି କେତେ ଥିଲା, ତାହାକୁ କେହି ବ୍ୟକ୍ତି ଆତ୍ମସାତ କରିଛି କି? ଏହି ସବୁ ଦିଗରେ ଇଡ଼ି (ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ୍‌) ତଦନ୍ତ କରିବ ବୋଲି ଜଣାପଡିଛି ।

ଅନ୍ୟପଟରେ ଏଭଳି ଅଭିଯୋଗ ଆସିବା ପରେ ବିହାର ପୁଲିସ ସକ୍ରୀୟ ହୋଇପଡିଛି । ଘଟଣାର ଛାନ୍‌ଭିନ୍ ପାଇଁ ମୁମ୍ବାଇ ଯାଇ ଖୋଳତାଡ କରୁଥିବା ସୂଚନା ମିଳିଛି । ହେଲେ ମୁମ୍ବାଇ ପୁଲିସ ତଦନ୍ତରେ ବିହାର ପୁଲିସକୁ ସହଯୋଗ କରୁନଥିବା ଅଭିଯୋଗ ଆସିଛି । ବିହାର ପୁଲିସ ସୁଶାନ୍ତଙ୍କ କିଛି ସମ୍ପର୍କୀୟଙ୍କୁ ପଚରାଉଚରା କରିଥିବା ବେଳେ ରିୟା ଚକ୍ରବର୍ତ୍ତୀଙ୍କୁ ବି ଜେରା କରିବା ପାଇଁ ତାଙ୍କୁ ଖୋଜାଖୋଜି କରୁଥିବା ଜଣାପଡିଛି ।

ସୁଶାନ୍ତଙ୍କ ଆକାଉଣ୍ଟରୁ ୧୦କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ରିୟା ଚକ୍ରବର୍ତ୍ତୀ! ତଦନ୍ତ କରିବ ଇଡ଼ି, ସେପଟେ ରିୟା ଫେରାର…

ହେଲେ ରିୟା ଫେରାର ହୋଇଯାଉଥିବା ପୁଲିସ ଜାଣିବାକୁ ପାଇଛି । ତେଣୁ ବିହାର ପୋଲିସ ଏହି ମାମଲାରେ ରିୟାଙ୍କ ବିରୋଧରେ ଲୁକଆଉଟ୍ ନୋଟିସ ଜାରି କରିବା ଲାଗି ବିଚାର କରୁଛି । ବିହାର ପୋଲିସ ହାତରେ ରିୟାଙ୍କ ବିରୋଧରେ ବଡ ପ୍ରମାଣ ଲାଗିଥିବା କୁହାଯାଉଛି । ଏମିତିରେ ରିୟାଙ୍କ ଜେରା ଜରୁରି ହୋଇପଡିଛି ।

ଅନ୍ୟପକ୍ଷରେ ବିହାର ପୋଲିସ ରିୟାଙ୍କୁ ଯୋଗାଯୋଗ କରିବାରେ ବିଫଳ ହୋଇଥିବା ମଧ୍ୟ ଜଣା ପଡିଛି । ରିୟାଙ୍କ ସହ ଫୋନରେ ବିହାର ପୋଲିସ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଛି । ପୋଲିସ ଅନୁସାରେ ରିୟା ଏବେ ନିଖୋଜ ରହିଛନ୍ତି ।

ଅନ୍ୟପଟରେ ମନି ଲଣ୍ଡରିଂ ମାମଲା ରୁଜୁ ହେବା ପରେ ରିୟା ଚକ୍ରବର୍ତ୍ତୀ ଏବଂ ତାଙ୍କ ପରିବାର ପକ୍ଷରୁ ଖର୍ଚ୍ଚ ହୋଇଥିବା ଟଙ୍କା ନେଇ ଅନୁସନ୍ଧାନ ଜାରି ରହିଛି । ଏବେ ସୁଶାନ୍ତ ସିଂ ରାଜପୁତଙ୍କ ବ୍ୟାଙ୍କ ଆକାଉଣ୍ଟ ବିଷୟରେ ସବିଶେଷ ତଥ୍ୟ ମିଳିଛି ।

ସୂଚନାଯୋଗ୍ୟ ଯେ, ୯୦ ଦିନ ମଧ୍ୟରେ ସୁଶାନ୍ତ ସିଂ ରାଜପୁତଙ୍କ ବ୍ୟାଙ୍କ ଆକାଉଣ୍ଟରେ ବାଲାନ୍ସ ୪.୬୪ କୋଟିରୁ ୧.୪ କୋଟିକୁ ହ୍ରାସ ପାଇଥିଲା । ଅନୁସନ୍ଧାନରୁ ଜଣା ପଡିଛି ଯେ, ରିୟା ଚକ୍ରବର୍ତ୍ତୀଙ୍କ ବ୍ୟକ୍ତିଗତ ଖର୍ଚ୍ଚ ପାଇଁ ତାଙ୍କ ପରିବାର ସଦସ୍ୟଙ୍କ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର କରାଯାଇଥିଲା ।

ସୁଶାନ୍ତଙ୍କ ଆକାଉଣ୍ଟରୁ ୧୦କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ରିୟା ଚକ୍ରବର୍ତ୍ତୀ! ତଦନ୍ତ କରିବ ଇଡ଼ି, ସେପଟେ ରିୟା ଫେରାର…

ବ୍ୟାଙ୍କ ଆକାଉଣ୍ଟ ଡିଟେଲ୍ସ ଅନୁଯାୟୀ, ୨୦୧୯ ମସିହା ଅକ୍ଟୋବର ମାସ୧୪ ତାରିଖରେ ସୁଶାନ୍ତ ସିଂଙ୍କ ଆକାଉଣ୍ଟରେ ୪.୭ କୋଟି ଟଙ୍କାରୁ ଅଧିକ ଟଙ୍କା ଥିଲା । ସେହି ଦିନ ରିୟାଙ୍କ ଭାଇ ଶୋଭିକଙ୍କ ଆକାଉଣ୍ଟକୁ ବିମାନ ଟିକେଟ ପାଇଁ ୮୧, ୯୦୧ ଟଙ୍କା ଟ୍ରାନ୍ସଫର କରାଯାଇଥିଲା ।

ତା’ ପର ଦିନ ଅର୍ଥାତ୍ ଅକ୍ଟୋବର ୧୫ ତାରିଖରେ, ରିୟାଙ୍କ ଭାଇଙ୍କ ହୋଟେଲ ଖର୍ଚ୍ଚ ପାଇଁ ୪.୭ ଲକ୍ଷ ଟଙ୍କା ଟ୍ରାନ୍ସଫର କରାଯାଇଥିଲା । ସେହି ଦିନ ଦିଲ୍ଲୀର ହୋଟେଲ ତାଜରେ ରହିବା ପାଇଁ ୪.୩ ଲକ୍ଷ ଟଙ୍କା ଟ୍ରାନ୍ସଫର କରାଯାଇଥିଲା । ଅକ୍ଟୋବର ୧୬ ତାରିଖରେ, ଦିଲ୍ଲୀ ଯିବାକୁ ରିୟା ଏବଂ ଶୋଭିକଙ୍କ ଟିକେଟ ପାଇଁ ୭୬,୦୦୦ ଟଙ୍କା ଟ୍ରାନ୍ସଫର କରାଯାଇଥିଲା ।

ସୁଶାନ୍ତ ସିଂଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଜଣାପଡିଛି ଯେ, ତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ କିଛି ଦିନ ପାଇଁ ଲକ୍ଷ ଲକ୍ଷ ଟଙ୍କା ଟ୍ରାନ୍ସଫର କରାଯାଇଥିଲା । ନଭେମ୍ବର ମାସ ୧୪ ତାରିଖରେ, ରିୟାଙ୍କ ନାଁରେ ୧.୫ଲକ୍ଷ ଟଙ୍କାର ଆଉ ଏକ କାରବାର ହୋଇଥିଲା । ୨୦୧୯ ମସିହା ନଭେମ୍ବର ମାସ ୨୦ ଓ ୨୧ ତାରିଖରେ, ରିୟାଙ୍କ ମେକଅପ୍ ଏବଂ ସପିଂ ପାଇଁ ୭୫,୦୦୦ ରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଥିଲା । ନଭେମ୍ବର ୨୪ ତାରିଖରେ, ରିୟା ୨୨,୨୨୦ ଟଙ୍କାରେ ସପିଂ କରିଥିଲେ । ୨୫ ତାରିଖରେ ରିୟାଙ୍କ ଭାଇଙ୍କ ଟ୍ୟୁସନ ଫି ପାଇଁ ସୁଶାନ୍ତ ସିଂ ମଧ୍ୟ ଟଙ୍କା ଦେଇଥିଲେ ।

ତେବେ ଅଭିନେତାଙ୍କ ପରିବାର ଦାବି କରିଛନ୍ତି ଯେ, ରିୟା ଚକ୍ରବର୍ତ୍ତୀଙ୍କ ପରିବାର ସୁଶାନ୍ତଙ୍କଠାରୁ ୧୫ କୋଟି ଟଙ୍କା ଠକିଛନ୍ତି ।

Share this story

World Odia Language Conferene