ସୁଶାନ୍ତଙ୍କୁ ଝୁରି ହେଉଛନ୍ତି ପ୍ରଶଂସକ, ସେମାନଙ୍କ ପାଇଁ ଆସୁଛି ଏହି ଫିଲ୍ମ

ସୁଶାନ୍ତଙ୍କୁ ଝୁରି ହେଉଛନ୍ତି ପ୍ରଶଂସକ, ସେମାନଙ୍କ ପାଇଁ ଆସୁଛି ଏହି ଫିଲ୍ମ
ସୁଶାନ୍ତଙ୍କୁ ଝୁରି ହେଉଛନ୍ତି ପ୍ରଶଂସକ, ସେମାନଙ୍କ ପାଇଁ ଆସୁଛି ଏହି ଫିଲ୍ମ

ଓଡ଼ିଆ ଗସିପ୍ ବ୍ୟୁରୋ: ସୁଶାନ୍ତ ଆଉ ନାହାନ୍ତି ସତ, ସେ କିନ୍ତୁ ସବୁଦିନ ପାଇଁ ଆମ ମନ ଓ ହୃଦୟରେ ରହିବେ । ସୁଶାନ୍ତଙ୍କ ସ୍ୱର୍ବାରୋହଣର ଏତେ ଦିନ ବିତିଯାଇଥିଲେ ମଧ୍ୟ ଏ ଯାଏ ଏତେ ବଡ଼ ସକ୍ ରୁ ବାହାରିପାରୁନାହାନ୍ତି ସୁଶାନ୍ତଙ୍କ ପ୍ରଶଂସକ ଓ ଶୁଭେଚ୍ଛୁ । ଆଉ ଏଭଳି ସମୟରେ ସୁଶାନ୍ତଙ୍କ ଫ୍ୟାନଙ୍କ ପାଇଁ ଆସିଛି ଗୋଟେ ଖୁସି ଖବର ।

ସୁଶାନ୍ତ ଟେଲିଭିଜନ୍‌ରୁ କ୍ୟାରିୟର ଆରମ୍ଭ କରିଥିବା ବେଳେ ପରବର୍ତ୍ତି ସମୟରେ ବଲିଉଡ୍‌ରେ ନିଜର ଦବଦବା ଜାହିର କରିଥିଲେ । ଟେଲିଭିଜନରେ ମଧ୍ୟ ନିଜର ଆକର୍ଷଣୀୟ ଅଭିନୟ ଯୋଗୁଁ ଘରେ ଘରେ ପରିଚିତ ହୋଇଥିଲେ । ଏହାସହ ବଲିଉଡ୍‌ରେ ପାଦଦେବା ପରେ ତାଙ୍କ ନିଖୁଣ ଅଭିନୟ ଯୋଗୁଁ ସେ ଆହୁରି ଲୋକପ୍ରିୟ ହୋଇପାରିଥିଲେ ।

ଦର୍ଶକଙ୍କ ମନରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିବାରେ ସକ୍ଷମ ହୋଇଥିଲେ ସୁଶାନ୍ତ । ହେଲେ ସୁଶାନ୍ତ ହଠାତ ସମସ୍ତଙ୍କୁ ଛାଡ଼ି ଆରପାରିକୁ ଚାଲିଗଲେ । ଦର୍ଶକଙ୍କ ମନରେ ଯେଉଁ ଖାଲି ସ୍ଥାନ ସୃଷ୍ଟି କରିଦେଲେ ହୁଏତ ତାହା କେବେ ଭରିବ ନାହିଁ ।ତେବେ ବଲିଉଡ୍‌ରେ ସୁଶାନ୍ତ ସିଂହ ରାଜପୁତ୍‌ଙ୍କ ପ୍ରଥମ ଫିଲ୍ମ ଥିଲା ‘କାଇ ପୋ ଚେ’ । ଏହି ଫିଲ୍ମକୁ ଦର୍ଶକ ବେଶ ଉପଭୋଗ କରିଥିଲେ । ସୁଶାନ୍ତ ନିଜ ଅଭିନୟକୁ ନେଇ ବେଶ ପ୍ରଶଂସା ମଧ୍ୟ ସାଉଁଟିଥିଲେ ।

ହେଲେ ଏବେ ତାଙ୍କର ଶେଷ ଫିଲ୍ମ ରିଲିଜ୍‌ ହେବାକୁ ଯାଉଛି । ଏନେଇ ପୋଷ୍ଟର ରିଲିଜ୍‌ ହୋଇସାରିଛି । ସୁଶାନ୍ତ ଅଲବିଦା କହିବା ପରେ ତାଙ୍କର ଶେଷ ଫିଲ୍ମ ହେଉଛି ‘ଦିଲ୍ ବେଚାରା’ ଖୁବଶୀଘ୍ର ମୁକ୍ତିଲାଭ କରିବାକୁ ଯାଉଛି । ତେବେ ଏହି ସିନେମା ରିଲିଜ୍‌ ପରେ ଦର୍ଶକଙ୍କ ପ୍ରଶଂସା ସାଉଁଟିବାକୁ ଆଉ ନାହାନ୍ତି ସୁଶାନ୍ତ ।

ଫିଲ୍ମଟି ଜୁଲାଇ ୨୪ରେ ଓଟିଟି ପ୍ଲାଟଫର୍ମରେ ମୁକ୍ତିଲାଭ କରିବାକୁ ଯାଉଥିବା ବେଳେ ଏହି ଫିଲ୍ମଟିର ନିର୍ଦ୍ଦେଶନା ମୁକେଶ ଛାବଡ଼ା ଦେଇଛନ୍ତି । ନିକଟରେ ନିର୍ଦ୍ଦେଶକଙ୍କଠାରୁ ଆରମ୍ଭ କରି ଫିଲ୍ମ ନିର୍ମାତା ପର୍ଯ୍ୟନ୍ତ ସମସ୍ତେ ସୁଶାନ୍ତଙ୍କୁ ସମ୍ମାନ ଦେବା ସହ ତାଙ୍କର ଶେଷ ଫିଲ୍ମକୁ ଦେଖିବାକୁ ଅପେକ୍ଷା କରିଛନ୍ତିି । ‘ଦିଲ୍ ବେଚାରା’ ବିଷୟରେ କହିବାକୁ ଗଲେ ଏହା ହଲିଉଡ୍‌ ଚଳଚ୍ଚିତ୍ର ଦି ଫଲ୍ଟ ଇନ୍ ଆମ ଷ୍ଟାର୍ସର ରିମେକ୍ ଅଟେ । ଏହି ଫିଲ୍ମରେ ସୁଶାନ୍ତଙ୍କ ଅପୋଜିଟ୍‌ରେ ସଞ୍ଜନା ସାଙ୍ଗୀ ଅଭିନୟ କରିଛନ୍ତି ।

Share this story

World Odia Language Conferene