ସୀମା ଉପରକୁ ଗଲା ଭାରତ: ଇଟାର ଜବାବ ଏବେ ପଥରରେ ଦେବ ସେନା

ସୀମା ଉପରକୁ ଗଲା ଭାରତ: ଇଟାର ଜବାବ ଏବେ ପଥରରେ ଦେବ ସେନା
ସୀମା ଉପରକୁ ଗଲା ଭାରତ: ଇଟାର ଜବାବ ଏବେ ପଥରରେ ଦେବ ସେନା

ଓଡ଼ିଆ ଗସିପ୍ ବ୍ୟୁରୋ:ଚୀନ୍ ର ସବୁ ପ୍ରକାର ଚାଲାକିକୁ ଭଣ୍ଡୁର କରିବା ପାଇଁ ଏବେ ଚାଲ୍ ଖେଳିଛି ଭାରତ । ଭାରତ ରାଡାରରେ ଏବେ ଚୀନ୍ ର ସୀମାନ୍ତ ଅଞ୍ଚଳ । ଯଦି ଚୀନ୍ ସେନା ଚାଲାକି କରେ ତେବେ ଭାରତ ଘରେ ପଶିବ ଆଉ କଡ଼ା ଜବାବ ମଧ୍ୟ ଦେବ । କାହିଁକିନାଏବେ ଲଦାଖ୍‌ରେ ଉତ୍ତେଜନା ମଧ୍ୟରେ ସୀମାନ୍ତର ଉଚ୍ଚାସ୍ଥାନରେ ଭାରତୀୟ ସେନା ପହଞ୍ଚିସାରିଥିବା ଏବଂ ସେଠାରହେ କ୍ୟାମ୍ପ କରିଥିବା କଥା ନିଜେ ଚୀନ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିବା ଫଟୋରୁ ଜଣାପଡ଼ୁଛି  । 

ଚୀନ ଗୁଇନ୍ଦା ସଂସ୍ଥା detresfa ଅନୁଯାୟୀ ଚୀନ ସୋସିଆଲ୍ ମିଡିଆରେ ଫଟୋ ସେୟାର କରାଯାଉଛି ଯେଉଁଥିରେ ଭାରତୀୟ କ୍ୟାମ୍ପର ସ୍ଥିତିକୁ ଦର୍ଶାଯାଇଛି । କୁହାଯାଉଛି ଯେ, ଫଟୋ ଗୁଡ଼ିକ ଚୀନ ସେଟଲାଇଟ୍ Gaofen-2ର । ଏଥିରେ ଭାରତୀୟ କ୍ୟାମ୍ପଗୁଡ଼ିକ ଉଚ୍ଚାସ୍ଥାନମାନକରେ ଲଗାଯାଇଥିବା ଦେଖିବାକୁ ମିଳିଛି, ଅପରପକ୍ଷରେ ଚୀନର କ୍ୟାମ୍ପ ତଳେ ରହିଛି ।

ଏହା ପୂର୍ବରୁ ମଧ୍ୟ ଚୀନ ସୋସିଆଲ୍ ମିଡିଆରେ, ସୀମାରେ ନିୟୋଜିତ ହୋଇଥିବା  ଭାରତୀୟ ସେନାର ସ୍ଥିତି ନେଇ ଫଟୋ ସେୟାର କରାଯାଇଥିଲା । ଏଥିରେ ପେଙ୍ଗାଙ୍ଗର ଦକ୍ଷିଣ ପାହାଡ଼ ଉପରେ ପିଏଲଏ କ୍ୟାମ୍ପ ଉପରେ ନଜର ରଖୁଥିବା ଭାରତୀୟ ସେନାର କ୍ୟାମ୍ପ ଦେଖାଯାଇଥିଲା ।

ଉଚ୍ଚାସ୍ଥାନରେ ଭାରତର କବ୍‌ଜା

ଚୀନର ଗତିବିଧିକୁ ନଜରରେ ରଖି ଭାରତୀୟ ସୈନିକ ପିଏଲଏର କ୍ୟାମ୍ପ ଠାରୁ ବହୁତ ଉଚ୍ଛ ସ୍ଥାନରେ କ୍ୟାମ୍ପ ଲଗାଇଛି । ଭାରତର ସାମରିକ ଠିକାଣରେ କ୍ୟାମ୍ପ ଲଗାଇବା ସହ ଫିଙ୍ଗର ୨ ଏବଂ ଫିଙ୍ଗର ୩ ଅଞ୍ଚଳରେ ସୈନ୍ୟ ସଂଖ୍ୟାରେ ବୃଦ୍ଧି କରିଛି । ଅସ୍ତ୍ରଶସ୍ତ୍ର ଏବଂ ଭାରି ଯୁଦ୍ଧ ଉପକରଣ ସହ ପ୍ରସ୍ତୁତ ଭାରତୀୟ ସୈଅନିକ ଠାକୁଙ୍ଗ ଠାରୁ ନେଇ ରେକ୍ ଇନ୍ ଦରୋ ପର୍ଯ୍ୟନ୍ତ ଅଞ୍ଚଳରେ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ନିଜ ପାଟ୍ରୋଲିଂ ମଜବୁତ୍ କରିଛି ।

Share this story

World Odia Language Conferene