ସିବିଆଇ ହାତକୁ ଯିବକି ସୁଶାନ୍ତ ସିଂ ମୃତ୍ୟୁ ମାମଲା; ଆଜି ବମ୍ବେ ହାଇକୋର୍ଟରେ ହେବ ପିଆଇଏଲ୍ ର ଶୁଣାଣି…

ସିବିଆଇ ହାତକୁ ଯିବକି ସୁଶାନ୍ତ ସିଂ ମୃତ୍ୟୁ ମାମଲା; ଆଜି ବମ୍ବେ ହାଇକୋର୍ଟରେ ହେବ ପିଆଇଏଲ୍ ର ଶୁଣାଣି…
ସିବିଆଇ ହାତକୁ ଯିବକି ସୁଶାନ୍ତ ସିଂ ମୃତ୍ୟୁ ମାମଲା; ଆଜି ବମ୍ବେ ହାଇକୋର୍ଟରେ ହେବ ପିଆଇଏଲ୍ ର ଶୁଣାଣି…

ଓଡ଼ିଆ ଗସିପ୍ ବ୍ୟୁରୋ: ବଲିଉଡର ଧୋନୀ ସୁଶାନ୍ତ ସିଂ ମୃତ୍ୟୁ ମାମଲାର ତଦନ୍ତ କିଏ କରିବ ? ମୁମ୍ବାଇ ପୋଲିସ, ବିହାର ପୋଲିସ ନା ଏହି ମାମଲା ସିବିଆଇକୁ ଯିବ ? ଆଜି ଏ ସବୁ ପ୍ରଶ୍ନର ଉତ୍ତର ବମ୍ବେ ହାଇକୋର୍ଟରୁ ଆଜି ମିଳିପାରେ ।

କାହିଁକିନା ସୁଶାନ୍ତ ସିଂ ମୃତ୍ୟୁ ମାମଲାର ଯାଞ୍ଚ ଭାର ସିବିଆଇକୁ ଦିଆଯାଉ ବୋଲି ଦାଏର ହୋଇଥିବା ଜନସ୍ବାର୍ଥ ମାମଲାର ଆଜି ଶୁଣାଣି କରିବେ ବମ୍ବେ ହାଇକୋର୍ଟ । ବମ୍ବେ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଦୀପଙ୍କର ଦତ୍ତଙ୍କୁ ନେଇ ଗଠିତ ବେଞ୍ଚ ଆଜି ଏହି ଆବେଦନ ଉପରେ ଶୁଣାଣି କରିବେ ।

ସୁଶାନ୍ତ ସିଂ ମୃତ୍ୟୁ ମାମଲାରେ ବର୍ତ୍ତମାନ ମୁମ୍ବାଇ ପୋଲିସ ତଦନ୍ତ କରୁଛି । ନିରପେକ୍ଷ ଯାଞ୍ଚ ପାଇଁ ଏହି କେସ୍ କୁ ସିବିଆଇକୁ ଦିଆଯାଉ ବୋଲି ମଧ୍ୟ ପୂର୍ବରୁ ଅନେକ ଦାବି କରିଛନ୍ତି ।

ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ମୁମ୍ବାଇ ପୋଲିସ ସମେତ ବିହାର ପୋଲିସ ମଧ୍ୟ ତଦନ୍ତ କରୁଛି । ସୁଶାନ୍ତଙ୍କ ବାପା କେକେ ସିଂଙ୍କ ଅଭିଯୋଗ ଆଧାରରେ ମୁମ୍ବାଇରେ ପହଞ୍ଚି ତଦନ୍ତ କରୁଛି ବିହାର ପୋଲିସ ତେବେ ଏହାକୁ ନେଇ ମୁହାଁମୁହିଁ ହୋଇଛନ୍ତି ଦୁଇ ରାଜ୍ୟର ପୋଲିସ ।

ଗତକାଲି ସୁଶାନ୍ତଙ୍କ ବାପା କେକେ ସିଂହ ଅଭିଯୋଗ କରିଥିଲେ ଯେ, ସୁଶାନ୍ତ ସିଂହ ବିପଦରେ ଥିବା କଥା ଫେବ୍ରୁଆରି ୨୫ରେ ବାନ୍ଦ୍ରା ଥାନାରେ ଅଭିଯୋଗ କରିଥିଲେ । ଏହାକୁ ଖଣ୍ଡନ କରି ମୁମ୍ବାଇ ପୋଲିସ ପକ୍ଷରୁ କୁହାଯାଇଛି ଯେ, ଫେବ୍ରୁଆରି ୨୫ରେ ବାନ୍ଦ୍ରା ଥାନାରେ ସେମିତି କୌଣସି ଲିଖିତ ଅଭିଯୋଗ ହୋଇ ନାହିଁ ।

ସୁଶାନ୍ତଙ୍କ ଭିଣେଇ ଓପି ସିଂହ ଜୋନ୍ ନାଇନ୍ ର ଡିସିପିଙ୍କୁ ଏ ସଂପର୍କରେ ଅନୁଧ୍ୟାନ କରିବାକୁ ଅନୁରୋଧ କରିଥିଲେ । ଲିଖିତ ଅଭିଯୋଗ କରିବାକୁ ତାଙ୍କୁ ପରାମର୍ଶ ଦେଇଥିଲେ ଡିସିପି । କିନ୍ତୁ ଓପି ସିଂହ ଚାହୁଁଥିଲେ, ଅଣଅପୌଚାରିକ ଭାବେ ଏହାର ସମାଧାନ ହେଉ । ଏହା ସମ୍ଭବ ନୁହେଁ ବୋଲି ସେତେବେଳେ ଜଣାଇ ଦିଆଯାଇଥିଲା ବୋଲି ମୁମ୍ବାଇ ପୋଲିସ କହିଛି ।

Share this story

World Odia Language Conferene