ସାମାଜିକ ଦୂରତ୍ୱ ନିୟମ ଉଲଘଂନ କରି 100 ଟଙ୍କା ଜରିମାନା ଭରିଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ

ସାମାଜିକ ଦୂରତ୍ୱ ନିୟମ ଉଲଘଂନ କରି 100 ଟଙ୍କା ଜରିମାନା ଭରିଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ
ସାମାଜିକ ଦୂରତ୍ୱ ନିୟମ ଉଲଘଂନ କରି 100 ଟଙ୍କା ଜରିମାନା ଭରିଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ

ଓଡ଼ିଆ ଗସିପ ବ୍ୟୁରୋ: ସାମାଜିକ ଦୂରତ୍ୱ ନିୟମ ଉଲଘଂନ କରିଥିବାରୁ ନିଜ ଆଡୁ ଜିରମାନା ଭରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ସେ ଡିସିପିଙ୍କ କାର୍ଯ୍ୟାଳୟରେ 100 ଟଙ୍କା ତଣ୍ଡ ଗଣିଛନ୍ତି ।

ପ୍ରଥମେ ଶକ୍ତି ପ୍ରଦର୍ଶନ ବାହାନାରେ ସାମାଜିକ ଦୂରତ୍ୱ ଭାଙ୍ଗିଲେ । ପରେ ବିଭିନ୍ନ ମହଲରୁ ସମାଲୋଚନା ହେଲେ, ନିଜ ଭୁଲ୍ ବାବଦରେ ହୃଦୟଙ୍ଗମ ମଧ୍ୟ କଲେ । ସୋସିଆଲ ମିଡିଆରେ ଏକ ଇଂଲିସ୍ ପୋଷ୍ଟ କରି ନିଜେ ଭୁଲ୍ କରିଥିବା କଥା ମାନିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ତେବେ ପୁଣି ବିବାଦର ପରିସରକୁ ନିଜେ ନିଜେ ଟାଣି ହୋଇ ଆସିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ ।

ଗତକାଲି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କ ବାସଭାବନକୁ ଏକ ବିଶେଷ ପରିସ୍ଥିତିରେ ଯାଇଥିବା ବେଳେ ସାମଜିକ ଦୂରତା ନିୟମ ଭଙ୍ଗ ହୋଇଥିବା କଥା ହୃଦୟଙ୍ଗମ କରିଥିଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ । ସାଂସଦ ନିଜେ ଏହା ଅନୁଭବ କଲା ପରେ ନିୟମ ଅନୁଯାଇ ଭୁବନେଶ୍ୱର ଡିସିପିଙ୍କ ନିକଟକୁ ଶହେ ଟଙ୍କା ପଠାଇ ଥିଲେ l

ଏହି ପରିପ୍ରେକ୍ଷୀରେ ସାଂସଦ ଅପରାଜିତା ଷଡ଼ଙ୍ଗୀ ସମସ୍ତଙ୍କୁ ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରିବା ଏବଂ ନିୟମ ମାନିବା ସହ ସୁରକ୍ଷିତ ରହିବା ପାଇଁ ଆହ୍ୱାନ ଦେଇଛନ୍ତି ବୋଲି ସାଂସଦଙ୍କ ଫ୍ୟାନ୍ ପେଜ୍ ରେ ବି ଉଲ୍ଲେଖ ରହିଛି ।

ପ୍ରଥମେ ସାଂସଦ ନିୟମ ଭାଙ୍ଗିଲେ ଆଉ ପ୍ରହସନ କରିବାକୁ ଯାଇ ଶହେ ଟଙ୍କା ଦେବାକୁ ଲୋକେ ସହଜରେ ଗ୍ରହଣ କରିପାରୁନାହାନ୍ତି । ଆଉ ଏହାକୁ ନେଇ ଟ୍ରୋଲ୍ ର ସମ୍ମୁଖିନ ହୋଇଛନ୍ତି ସାଂସଦ ଅପରାଜିତି ଷଡ଼ଙ୍ଗୀ ।

Share this story

World Odia Language Conferene