ସମାଜସେବୀ ଆଦିତ୍ୟ ମୃତ୍ୟୁ ମାମଲା: ହାତ ଟେକିଦେଲା ରେଳବାଇ ପୁଲିସ, ଏବେ ରହସ୍ୟ ଖୋଜିବ କ୍ରାଇମ୍‌ବ୍ରାଞ୍ଚ…

ସମାଜସେବୀ ଆଦିତ୍ୟ ମୃତ୍ୟୁ ମାମଲା: ହାତ ଟେକିଦେଲା ରେଳବାଇ ପୁଲିସ, ଏବେ ରହସ୍ୟ ଖୋଜିବ କ୍ରାଇମ୍‌ବ୍ରାଞ୍ଚ…
ସମାଜସେବୀ ଆଦିତ୍ୟ ମୃତ୍ୟୁ ମାମଲା: ହାତ ଟେକିଦେଲା ରେଳବାଇ ପୁଲିସ, ଏବେ ରହସ୍ୟ ଖୋଜିବ କ୍ରାଇମ୍‌ବ୍ରାଞ୍ଚ…

ଓଡ଼ିଆ ଗସିପ୍ ବ୍ୟୁରୋ: ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାର ତଦନ୍ତ ଭାର ନେଇଛି କ୍ରାଇମ୍‌ବ୍ରାଞ୍ଚ । ଡେଥ୍ ମିଷ୍ଟ୍ରି ମାମଲାର ପର୍ଦ୍ଦାଫାଶ କରିବା ପାଇଁ କ୍ରାଇମ୍‌ବାଞ୍ଚ ର ଅଧିକାରୀମାନେ ତଦନ୍ତ ଆରମ୍ଭ କରିଛନ୍ତି । ପୁଲିସ ଡିଜି ଅଭୟଙ୍କ ନିର୍ଦ୍ଦେଶ ମିଳିବା ପରେ କ୍ରାଇମ୍‌ବ୍ରାଞ୍ଚର ଅଧିକାରୀମାନେ ତନାଘନା ଆରମ୍ଭ କରିଛନ୍ତି ।

କ୍ରାଇମ୍ ବ୍ରାଞ୍ଚର ଏକ ୪ଜଣିଆ ଟିମ୍ ସରକାରୀ ରେଳବାଇ ଥାନା (ଜିଆରପି)ରେ ପହଞ୍ଚି ତିନି ଘଣ୍ଟା ଧରି ଛାନ୍‌ଭିନ୍ କରିଛି । ଜିଆରପି ପ୍ରସ୍ତୁତ କରିଥିବା ସମସ୍ତ ଦସ୍ତାବିଜ୍ ସଂଗ୍ରହ କରିବା ସହ ତଦନ୍ତକାରୀ ଅଧିକାରୀଙ୍କଠାରୁ ଘଟଣା ବାବଦରେ ବିସ୍ତୃତ ଭାବରେ ଅବଗତ ହୋଇଛି ।

ଖାଲି ଏମିତି ନୁହେଁ ଏହି ଟିମ୍ ଶ୍ରୀଲିଙ୍ଗରାଜ ଷ୍ଟେସନସ୍ଥିତ ଡେଥ୍ ସ୍ପଟ୍‌କୁ ଯାଇ ତନାଘନା କରିଛି । ଘଟଣାକୁ ନେଇ କ୍ରାଇମ୍‌ବ୍ରାଞ୍ଚ ଏକ ସ୍କେଚ୍ ମଧ୍ୟ ପ୍ରସ୍ତୁତ କରିଛି । ଆଦିତ୍ୟଙ୍କ ତିନି ସାଙ୍ଗଙ୍କୁ ଡାକି ଜେରା ମଧ୍ୟ କରିଛି ।

ଅନ୍ୟପଟେ ଦୀର୍ଘ ୨୪ଦିନ ହେବ ଜିଆରପି ମାମଲାର ତଦନ୍ତ କରୁଥିଲା । ୨୪ଦିନ ଭିତରେ ଜିଆରପି ୨୪ ଜଣଙ୍କୁ ଜେରା କରିବା ସହ ୧୫୩ ପୃଷ୍ଠାର ଦସ୍ତାବିଜ୍ ପ୍ରସ୍ତୁତ କରିଥିଲା । ସିସିଟିଭି ଫୁଟେଜ୍ ସହ ଡାଏରି ଅନେକ ତଥ୍ୟ ପ୍ରମାଣ ମଧ୍ୟ ଯୋଗାଡ଼ କରିଥିଲା ।

ହେଲେ ଜିଆରପିର ତଦନ୍ତ ଧିମେଇ ଯାଇଥିଲା । ଗତକାଲି ଜାତୀୟ ମାନବାଧିକାର କମିସନ (ଏନଏଚଆରସି) ରିପୋର୍ଟ ତଲବ କରିବା ପରେ ପୁଲିସ ଡିଜି ତଦନ୍ତ ପାଇଁ କ୍ରାଇମ୍‌ବ୍ରାଞ୍ଚକୁ ନିର୍ଦ୍ଦେଶ ଦେଇଥିଲେ ।

Share this story

World Odia Language Conferene