ସତ ପ୍ରମାଣିତ ହେଲା ମାଳିକା ବଚନ; କଳି ଯୁଗରେ ମାତିଛି କରୋନା, ବ୍ୟାପୁଛି ଯେତିକି ମାରୁଛି ସେତିକି…

ସତ ପ୍ରମାଣିତ ହେଲା ମାଳିକା ବଚନ; କଳି ଯୁଗରେ ମାତିଛି କରୋନା, ବ୍ୟାପୁଛି ଯେତିକି ମାରୁଛି ସେତିକି…
ସତ ପ୍ରମାଣିତ ହେଲା ମାଳିକା ବଚନ; କଳି ଯୁଗରେ ମାତିଛି କରୋନା, ବ୍ୟାପୁଛି ଯେତିକି ମାରୁଛି ସେତିକି…

ଓଡ଼ିଆ ଗସିପ୍ ବ୍ୟୁରୋ: ଭାଇରବୀ ରୂପରେ ଭାଇରସ ଆସିଛି । ସାରା ଦୁନିଆରେ ତବାହୀ ମଚାଇବା ପରେ ଏବେ ଭାରତରେ ମୃତ୍ୟୁର କୋକୁଆ ଭୟ ସୃଷ୍ଟି କରୁଛି । ଆମେରିକାକୁ ପଛରେ ପକାଇ ଆଜି ଗୋଟିଏ ଦିନରେ ଭାରତ ଉଭୟ ସଂକ୍ରମଣ ଏବଂ ମୃତ୍ୟୁ ତାଲିକାରେ ଆଗରେ ରହିଛି ।

ଏଥିରୁ ପ୍ରମାଣିତ ହେଉଛି ଏଣିକି ଆଉ ନିସ୍ତାର ନାହିଁ କାହିଁକିନା ସତରେ ଶେଷ ହୋଇଯିବ ସଂସାର । ଏହି ଆଶଙ୍କା ଏବେ ଆମ ସମସ୍ତଙ୍କ ମନରେ ଏହି ଡର ଘର କରି ନେଇଛି ।

ଆମେରିକା ଏବଂ ବ୍ରାଜିଲ୍‌ ପରେ ଭାରତ ବିଶ୍ବରେ ତୃତୀୟ ସର୍ବାଧିକ କରୋନା ପ୍ରଭାବିତ ରାଷ୍ଟ୍ର । ଅଗଷ୍ଟ ୪ ତାରିଖ ପରଠାରୁ ଭାରତରେ ଦୈନିକ ସଂକ୍ରମଣ ମାମଲା ବଢ଼ିଚାଲିଛି । ଦେଶରେ କରୋନା ସଂକ୍ରମଣ ୩୫ ଲକ୍ଷ ଅତିକ୍ରମ କରିବା ପାଇଁ ୨୧୩ ଦିନ ଲାଗିଛି ।

ଗତ ସପ୍ତାହକ ମଧ୍ୟରେ ଦେଶରେ ୫ ଲକ୍ଷରୁ ଅଧିକ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ତାମିଲନାଡ଼ୁ ଏବଂ ଉତ୍ତରପ୍ରଦେଶରୁ ସର୍ବାଧିକ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି ବୋଲି ସରକାରୀ ତଥ୍ୟରୁ ଜଣାପଡ଼ିଛି ।

ତେବେ ଗତ କିଛି ଦିନ ମଧ୍ୟରେ ଦୈନିକ ସଂକ୍ରମଣ ବଢ଼ିବା ସହ ସକ୍ରିୟ ମାମଲା ମଧ୍ୟ ବୃଦ୍ଧି ପାଇଛି । ଗତ ୪ ଦିନ ମଧ୍ୟରେ ସକ୍ରିୟ ମାମଲା ପ୍ରାୟ ୪୯ ହଜାର ବୃଦ୍ଧି ପାଇଛି । ଦେଶରେ ‌ଏବେ ମୋଟ୍‌ ୭ ଲକ୍ଷ ୬୬ ହଜାର ୨୨୬ ସକ୍ରିୟ ମାମଲା ରହିଛି । ତେବେ ୫ ଦିନରେ ପ୍ରଥମ ଥର ପାଇଁ ଦେଶରେ କରୋନା ମୃତ୍ୟୁ ୧ ହଜାରରୁ କମ୍‌ ରହିଛି ।

ଆସାମରେ ପ୍ରଥମ ସଂକ୍ରମଣ ଚିହ୍ନଟ ହେବାର ୫ ମାସ ପରେ ଗତକାଲି ସଂକ୍ରମଣ ମାମଲା ୧ ଲକ୍ଷ ଟପିଛି । ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ତାମିଲନାଡ଼ୁ ଏବଂ ଉତ୍ତରପ୍ରଦେଶରେ ଲଗାତାର ସଂକ୍ରମଣ ବଢ଼ିଚାଲିଛି ।

ଗତ ଜୁଲାଇ ୨୫ରେ ଆମେରିକାରେ ସର୍ବାଧିକ ୭୮ ହଜାର ୪୨୭ ସଂକ୍ରମଣ ମାମଲା ଚିହ୍ନଟ ହୋଇଥିଲା । ଗତ କିଛି ସପ୍ତାହ ମଧ୍ୟରେ ଭାରତରେ ସଂକ୍ରମଣ ବଢ଼ିଚାଲିଛି । ଗତ କିଛିଦିନ ହେଲା ଦୈନିକ ସଂକ୍ରମଣ ମାମଲା ୭୦ ହଜାରରୁ ଅଧିକ ରହିବା ସହ ମୋଟ୍‌ ସଂକ୍ରମଣ ମାମଲା ୩୫ ଲକ୍ଷ ଟପିଯାଇଛି। ତେବେ ଗତକାଲିର ସଂକ୍ରମଣ ମାମଲା ବିଶ୍ବରେ ସର୍ବାଧିକ ରହିଛି ।

ଗତ ୨୪ ଘଣ୍ଟା ମଧ୍ୟରେ ୯୪୮ ଜଣଙ୍କ କରୋନରେ ମୃତ୍ୟୁ ହୋଇଛି। ଦେଶରେ ମୋଟ୍‌ ୩୫ ଲକ୍ଷ ୪୨ ହଜାର ୭୩୪ ଜଣ କରୋନା ସଂକ୍ରମିତ ହୋଇଥିବାବେଳେ ୬୩ ହଜାର ୪୯୮ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି । ଆରୋଗ୍ୟଙ୍କ ସଂଖ୍ୟା ୨୭ ଲକ୍ଷ ଟପିଯାଇଛି । ଦେଶରେ ଆରୋଗ୍ୟ ହାର ୭୬.୬୧ ପ୍ରତିଶତକୁ ବୃଦ୍ଧି ପାଇଛି । ଅନ୍ୟପକ୍ଷରେ ଦେଶରେ କରୋନା ଜନିତ ମୃତ୍ୟୁ ହାର ୧.୭୯ ପ୍ରତିଶତକୁ ହ୍ରାସ ପାଇଛି ।

Share this story

World Odia Language Conferene