ଶତାଦ୍ଦୀର ଧୂମକେତୁ: ଦେଖିବାକୁ ମିଳିବ ବିଚିତ୍ର ବ୍ରହ୍ମାଣ୍ଡର ଦୁର୍ଲଭ ଦୃଶ୍ୟ, କିଛି ଏପରି ରହିଛି ରହସ୍ୟ…

ଶତାଦ୍ଦୀର ଧୂମକେତୁ: ଦେଖିବାକୁ ମିଳିବ ବିଚିତ୍ର ବ୍ରହ୍ମାଣ୍ଡର ଦୁର୍ଲଭ ଦୃଶ୍ୟ, କିଛି ଏପରି ରହିଛି ରହସ୍ୟ…
ଶତାଦ୍ଦୀର ଧୂମକେତୁ: ଦେଖିବାକୁ ମିଳିବ ବିଚିତ୍ର ବ୍ରହ୍ମାଣ୍ଡର ଦୁର୍ଲଭ ଦୃଶ୍ୟ, କିଛି ଏପରି ରହିଛି ରହସ୍ୟ…

ଓଡ଼ିଆ ଗସିପ୍ ବ୍ୟୁରୋ: ଆସନ୍ତାକାଲିଠୁ ଆକାଶରେ ଦେଖିବାକୁ ମିଳିବ ବିଚିତ୍ର ବ୍ରହ୍ମାଣ୍ଡର ଦୁର୍ଲଭ ଦୃଶ୍ୟ । କାଲିଠୁ ୩୦ ତାରିଖ ମଧ୍ୟରେ ଦେଖାଦେବ ଶତାବ୍ଦୀର ପ୍ରଥମ ଧୂମକେତୁ ।

ସୂର୍ଯ୍ୟାସ୍ତ ପରେ ଅଧଘଣ୍ଟାରୁ ଏକ ଘଣ୍ଟା ପର୍ଯ୍ୟନ୍ତ ଏହା ଖାଲି ଆଖିରେ ଦେଖାଯିବ ବୋଲି କହୁଛନ୍ତି ମହାକାଶ ବିଜ୍ଞାନୀ । ଦୀର୍ଘ ୨୩ ବର୍ଷ ପରେ ଏହି ଧୂମକେତୁ ଦେଖାଯିବ । ଯାହାକୁ ନେଇ ବୈଜ୍ଞାନିକମାନେ ବେଶ୍ ଉତ୍ସାହିତ ।

ଜୁଲାଇ ମାସ ଆରମ୍ଭରୁ ହଠାତ୍ ଆକାଶରେ ଦେଖାଯାଇଥିଲା ଧୂମକେତୁ C/2020 F3 । ପ୍ରଥମେ ବଡ ଦୂରବୀକ୍ଷଣରେ ଦେଖାଯାଉଥିବା ଏହି ଧୂମକେତୁଟି ବର୍ତ୍ତମାନ ସାଧାରଣ ଦୂରବୀକ୍ଷଣ ଓ ବାଇନାକୁଲରରେ ଦେଖାଗଲାଣି ।

କିନ୍ତୁ ଆସନ୍ତା ୧୨ ରୁ ୩୦ ତାରିଖ ମଧ୍ୟରେ ଉତ୍ତର-ପଶ୍ଚିମ ଦିଗବଳୟ ଆକାଶରେ ଏହା ଖାଲି ଆଖିରେ ଦେଖାଯିବ । ସୂର୍ଯ୍ୟାସ୍ତ ପରେ ଅଧ ଘଣ୍ଟାରୁ ଏକ ଘଣ୍ଟା ପର୍ଯ୍ୟନ୍ତ ଖାଲି ଆଖିରେ ଦେଖାଯିବ ଶତାବ୍ଦୀର ପ୍ରଥମ ଧୂମକେତୁ ।

ଶତାଦ୍ଦୀର ଧୂମକେତୁ: ଦେଖିବାକୁ ମିଳିବ ବିଚିତ୍ର ବ୍ରହ୍ମାଣ୍ଡର ଦୁର୍ଲଭ ଦୃଶ୍ୟ, କିଛି ଏପରି ରହିଛି ରହସ୍ୟ…

ଧୂମକେତୁ ସି-୨୦୨୦ ଏଫ୍ ୩କୁ ବୈଜ୍ଞାନିକମାନେ ପ୍ରଥମେ ନିଓୱାଇଜ୍ ନାମକ ଦୂରବୀକ୍ଷଣରେ ଆବିଷ୍କାର କରିଥିଲେ । ଆଲୋକ ଓ ବାୟୁ ପ୍ରଦୂଷଣ ନଥିବା କିଛି ସ୍ଥାନରେ ଏହା ଖାଲି ଆଖିରେ ବି ଦେଖାଗଲାଣି । ମହାକାଶରେ ଥିବା ସ୍ପେସ୍ ଷ୍ଟେସନର ବୈଜ୍ଞାନିକମାନେ ଏହା ଫଟୋ ମଧ୍ୟ ଉଠାଇଛନ୍ତି ।

ଧୂମକେତୁଗୁଡିକ କଠିନ ଅବସ୍ଥାରେ ସୂର୍ଯ୍ୟ ଚାରିପାଖେ ବୁଲୁଥାନ୍ତି । ସୂର୍ଯ୍ୟର ନିକଟକୁ ଆସିଲେ ଏହା ତରଳି ଯାଏ । ବାଷ୍ପ ଓ ଧୂଳିରେ ତାର ଏକ ବିରାଟ ଲାଞ୍ଜ ସୃଷ୍ଟି ହୁଏ । ସେ ସମୟରେ ଏହା ପୃଥିବୀରୁ ସ୍ପଷ୍ଟ ଦେଖାଯାଏ ।

ଧୂମକେତୁ ପ୍ରତି ୭୬ ବର୍ଷରେ ଥରେ ଖାଲି ଆଖିରେ ଦେଖାଯାଏ । ଏହା ପୂର୍ବରୁ ୧୯୯୭ ମସିହାରେ ଶେଷ ଥର ପାଇଁ ‘ହେଲ୍ ବଫ୍’ ନାମକ ଧୂମକେତୁ ଖାଲି ଆଖିକୁ ଦେଖାଯାଇଥିଲା । ଆଉ ଗୋଟେ ଧୂମକେତୁ ଦେଖିବାକୁ ଆମକୁ ୨୦୬୧ ମସିହାକୁ ଅପେକ୍ଷା କରିବାକୁ ପଡିବ ।

ଧୂମକେତୁ କ’ଣ ଓ କେଉଁଠୁ ଆସେ?

ଧୂମକେତୁ ବା ଲଞ୍ଜାତାରା ହେଉଛି ବିରାଟ ଲାଞ୍ଜ ଥିବା ତାରା । ଲକ୍ଷଲକ୍ଷ ସଂଖ୍ୟକ ଧୂମକେତୁ ସୂର୍ଯ୍ୟ ଚାରିପାଖରେ ଉପବୃତ୍ତାକାର କକ୍ଷ ପଥରେ ଘୂରି ବୁଲୁଛନ୍ତି । ସୂର୍ଯ୍ୟ ଚାରିପାଖରେ ଥରେ ବୁଲିବାକୁ କେତେକଙ୍କୁ ଅଳ୍ପ କିଛି ବର୍ଷ ଲାଗୁଥିବା ବେଳେ ଆଉ କେତେକଙ୍କୁ ବହୁ ବର୍ଷ ଲାଗିଥାଏ । ତେଣୁ ଧୂମକେତୁ ଥରେ ସୂର୍ଯ୍ୟ ନିକଟକୁ ଆସି ଦେଖା ଦେଇ ଚାଲିଗଲା ପରେ ଆଉ ଥରେ ଫେରିବାକୁ ଅନେକ ବର୍ଷ ନିଅନ୍ତି ।

‘ହାଲି’ ନାମକ ଧୂମକେତୁ ୭୬ ବର୍ଷ ବ୍ୟବଧାନରେ ଦେଖାଯାଏ । ଏହା ପୁଣି ୨୦୬୧ ମସିହାରେ ଦେଖାଯିବ । ଧୂମକେତୁଗୁଡ଼ିକ କିଛି କିଲୋମିଟର ବ୍ୟାସର ପଥର, ବରଫ ଓ ଧୂଳିର କଠିନ ପିଣ୍ଡ । ଅତ୍ୟନ୍ତ ଥଣ୍ଡା ଅବସ୍ଥାରେ ସୂର୍ଯ୍ୟ ଚାରିପାଖେ ବୁଲୁଥାଏ । ସୂର୍ଯ୍ୟ ନିକଟକୁ ଆସିଲେ ତାହା ତରଳି ଯାଇ ବାଷ୍ପ ଓ ଧୂଳିର ବିରାଟ ଲାଞ୍ଜ ସଦୃଶ ସୃଷ୍ଟି ହୁଏ ।

Share this story

World Odia Language Conferene