ରାତି ବିତିଯାଏ ହେଲେ ପାର୍ଟି ସରେନି; ବଲିଉଡକୁ ବୁଡ଼ାଇ ଦେବ ‘ଡ୍ରଗ୍ସ ପାର୍ଟି’

ରାତି ବିତିଯାଏ ହେଲେ ପାର୍ଟି ସରେନି; ବଲିଉଡକୁ ବୁଡ଼ାଇ ଦେବ ‘ଡ୍ରଗ୍ସ ପାର୍ଟି’
ରାତି ବିତିଯାଏ ହେଲେ ପାର୍ଟି ସରେନି; ବଲିଉଡକୁ ବୁଡ଼ାଇ ଦେବ ‘ଡ୍ରଗ୍ସ ପାର୍ଟି’

ଓଡ଼ିଆ ଗସିପ୍ ବ୍ୟୁରୋ: ଲାଇଟ୍ସ, କ୍ୟାମେରା, ଆକ୍ସନ । ରୂପେଲି ପରଦାର ଗୁମର ଯେତେକି ଭୟାନକ ସେତିକି ସାଙ୍ଘାତିକ ଓ ଚିନ୍ତାଜନକ । ମନି, ହନି, ଓ ନାଲି ପାଣି ପାଇଁ ବଦନାମ ହୋଇଗଲାଣି ବି-ଟାଉନ । କିଏ କଣ କଲା ଯେତିକି ଗସିପ୍ ପାଇଁ ଖୋରାକ ଯୋଗାଉଛି କିଏ କେମିତି କଲା ତାକୁ ନେଇ ଚର୍ଚ୍ଚା ବଢ଼ିଲା ।

ଆଉ ଏବେ ସେହି ବଦନାମ ବଲିଉଡର ଏକ କାହାଣୀ ସାରା ଦେଶକୁ ଚିନ୍ତାରେ ପକାଇଛି । ଏବେ ଦେଶ ଜାଣିବାକୁ ଚାହୁଁଛି କିଏ ସେ ଯେ ସୁଶାନ୍ତଙ୍କୁ ମାରିବାକୁ ଯୋଜନା କରିଥିଲା ।

ଯଦି ଏହା ସତରେ ଆତ୍ମହତ୍ୟା ନୁହେଁ ହତ୍ୟା ତେବେ ଏହା ପଛର କାରଣ କଣ । କିଏ ସେ, କାହିଁକି ଏମିତି କଲା କଣ ମିଳିବ ଆଉ କଣ ସେ ପାଇବ । ଏତେ ସାରା ପ୍ରଶ୍ନ ଓ ଉତ୍ତର ମଧ୍ୟରେ ଏବେ ସାମ୍ନାକୁ ଆସିଛି ମନି-ହନି ଓ ପଏଜନର କାହାଣୀ ।

ଡ୍ରଗ୍ସ ବଲିଉଡ ଓ ବଲିଉଡ୍ କଳାକାରଙ୍କ ପାଇଁ ନୂଆ ନୁହେଁ । ଛୋଟ ମୋଟ କଳାକାର ଡ୍ରଗ୍ସ ନିଅନ୍ତି, ମାଲ ପିଅନ୍ତୁ ଗଞ୍ଜେଇ ଟାଣନ୍ତି ଓ ଚରସ ନିଅନ୍ତି । ଏକଥା ଏବେ ବାଟରେ ପଡ଼ି ଦାଣ୍ଡରେ ଗଡିଲାଣି ।

ଫିଲ୍ମ ମାଫିଆ ବଲିଉଡ୍ ପାଇଁ ଯେତିକି ବିପଦଜନକ, ଡ୍ରଗ୍ସ ମାଫିଆ ମଧ୍ୟ ବଲିଉଡ ପାଇଁ ସେତିକି କ୍ଷତିକାରଣ । କାହିଁକିନା ଏଠି ଜୀବନ ବାଜିରେ ଲାଗେ । ଟଙ୍କା ଉଡ଼େ ରାତି କଟେ ଆଉ ନିଶା ପାଇଁ ଜୀବନ ଯାଏ । ବୋଧହୁଏ ଠିକ୍ ଏମିତି କିଛି କାରଣ ପାଇଁ ସୁଶାନ୍ତଙ୍କୁ କିଏ ଶେଷ କରିବାକୁ ଚାହିଁଛି ।

ଏବେ ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଏକ ନୂଆ ଗୁମର ସାମ୍ନାକୁ ଆସୁଛି । ନିକଟରେ ରିୟାଙ୍କ ଚାଟ୍‌ରୁ ଜଣାପଡିଥିଲା ଯେ, ସୁଶାନ୍ତଙ୍କୁ ଡ୍ରଗ୍ସ ଦିଆଯାଉଥିଲା । ନିଜେ ରିୟା ଏକ ଇଣ୍ଟରଭ୍ୟୁରେ ଏ କଥା କହିଥିଲେ ।

ଏବେ ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜର ଶ୍ରୁତି ମୋଦି କିଛି ନୂଆ କଥା କହିଛନ୍ତି । ଶ୍ରୁତି ମୋଦି କହିଛନ୍ତି, ସୁଶାନ୍ତଙ୍କ ଭଉଣୀ ଡ୍ରଗ୍ସ ପାର୍ଟିରେ ସାମିଲ ହେଉଥିଲେ ବୋଲି ଓକିଲ ସାମ୍ନାରେ କହିଛନ୍ତି ।

ମିଡିଆ ରିପୋର୍ଟ ମୁତାବକ, ଶ୍ରୁତି ମୋଦିଙ୍କ ଓକିଲ ଅଶୋକ ସରାବଗୀ ଦାବି କରିଛନ୍ତି ଯେ, ସୁଶାନ୍ତଙ୍କ ଭଉଣୀ ‘ଡ୍ରଗ୍ସ ପାର୍ଟି’ରେ ଭାଗ ନେଉଥିଲେ । ଆଉ ସୁଶାନ୍ତଙ୍କ ଯେଉଁ ଭଉଣୀ ମୁମ୍ବାଇରେ ରହୁଛନ୍ତି, ସେ ମଦ୍ୟପାନ ମଧ୍ୟ କରନ୍ତି । ଏହାଛଡା ସେ ଡ୍ରଗ୍ସ ନଅନ୍ତି ବୋଲି ସୁଶାନ୍ତଙ୍କ ପରିବାର ଲୋକ ମଧ୍ୟ ଜାଣିଛନ୍ତି ।

ଓକିଲଙ୍କ କହିବାନୁଯାୟୀ, ଏକ ହ୍ଵାଟସଆପ୍‌ ଗ୍ରୁପ ରହିଥିଲା, ଯେଉଁଥିରେ ଡ୍ରଗ୍ସ ବିଷୟରେ ଚର୍ଚ୍ଚା ହେଇଥିଲା । ସେହି ଗ୍ରୁପରେ ସୁଶାନ୍ତ ଏବଂ ରିୟାଙ୍କ ବ୍ୟତୀତ (ଡ୍ରାଇଭର ଏବଂ ବଡିଗାର୍ଡ), ସାଙ୍ଗ ଆୟୁଷ ଶର୍ମା, ଆନନ୍ଦୀ ପ୍ରମୁଖ ରହିଛନ୍ତି ।

ସେହି ଗ୍ରୁପରେ ଥିବା ସମସ୍ତ ଲୋକ ଡ୍ରଗ୍ସ ନେଇଥିଲେ । ମ୍ୟାନେଜର ଶ୍ରୁତିଙ୍କୁ ମଧ୍ୟ ଏମାନେ ଡ୍ରଗ୍ସ ନେବା ପାଇଁ ବାଧ୍ୟ କରିଥିଲେ କିନ୍ତୁ ସେ ମନା କରିଦେଇଥିଲେ ଏବଂ ସେହି ଗ୍ରୁପ ଛାଡି ଦେଇଥିଲେ । ସେହି ଗ୍ରୁପ ଯୋଗୁଁ ସୁଶାନ୍ତଙ୍କୁ ଡ୍ରଗ୍ସ ବିଷୟରେ ସବୁକିଛି ଜଣାଥିଲା ।

Share this story

World Odia Language Conferene