ରାଜଧାନୀରେ ଖୋଲିବ ମଲ; ବିକ୍ରି ହେବ ମାଲ୍, ଜମିବ ବେପାର; ହେଲେ ଜାରି ହେଲା ଏହି ସବୁ ଗାଇଡ଼ଲାଇନ

ରାଜଧାନୀରେ ଖୋଲିବ ମଲ; ବିକ୍ରି ହେବ ମାଲ୍, ଜମିବ ବେପାର; ହେଲେ ଜାରି ହେଲା ଏହି ସବୁ ଗାଇଡ଼ଲାଇନ
ରାଜଧାନୀରେ ଖୋଲିବ ମଲ; ବିକ୍ରି ହେବ ମାଲ୍, ଜମିବ ବେପାର; ହେଲେ ଜାରି ହେଲା ଏହି ସବୁ ଗାଇଡ଼ଲାଇନ

ଓଡ଼ିଆ ଗସିପ ବ୍ୟୁରୋ: ମଲ୍ ଖୋଲିବ ବେପାର ଜମିବ । ଲୋକେ ଅତ୍ୟାବଶ୍ୟକ ସାମଗ୍ରୀ ନିଜ ପାଇଁ ଓ ନିଜ ପରିବାର ପାଇଁ ଆଣିବେ । ବ୍ୟବସାୟୀମାନେ ମଧ୍ୟ ଦି ପଇସା ରୋଜଗାର କରିବାର ସୁଯୋଗ ପାଇବେ । କରୋନା ଭାଇରସ ମୁକାବିଲା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କୋଭିଡ୍ ଗାଇଡ ଲାଇନ୍ ରେ ପାଇଁ ପ୍ରଥମେ ମଲ୍ ଗୁଡ଼ିକୁ ବନ୍ଦ କରିଦିଆ ଯାଇଥିଲା ।

ସବୁଠୁ ପ୍ରଭାବିତ ହୋଇଥିଲେ ମଲ୍ ଗୁଡ଼ିକରେ ବେପାର କରୁଥିବା ବ୍ୟବସାୟୀ ଏବଂ ସେହି ସବୁ ସଂସ୍ଥାରେ କାମ କରୁଥିବା କର୍ମଚାରୀ । ମଝିରେ ସାମୟିକ ଅନୁମତି ମିଳିଥିଲେ ମଧ୍ୟ ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର ପୁଣି ମଲ୍ ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏବେ କିନ୍ତୁ କିଛି ନୂଆ କଟକଣା ସହ ମଲ୍ ଖୋଲିବାକୁ ଅନୁମତି ଦେଇଛି ଭୁବନେଶ୍ୱର ମହାନଗର ନିଗମ କତ୍ତୃପକ୍ଷ ।

ବିଏମ୍ସି ପକ୍ଷରୁ ମଲ୍ ଖୋଲିବା ନେଇ ଦିଆଯାଇଥିବା ଗାଇଡଲାଇନ୍:

ସାମାଜିକ ଦୂରତା, ମାସ୍କ ଓ ଅନ୍ୟ ସ୍ବାସ୍ଥ୍ୟ ସତର୍କତା ପାଳନକୁ ଗୁରତ୍ୱ ଦିଆଯିବା ସହ ଏସବୁର ଯେମିତି କଡ଼ାକଡ଼ି ଭାବେ ପାଳନ କରାଯିବ ସେ ଉପରେ ଅଧିକ ଜୋର୍ ଦିଆଯାଇଛି ।

ତେବେ ଅନେକ ସର୍ତ୍ତ ମଧ୍ୟ ରଖିଛି ବିଏମ୍ସି ମଲ୍ ଖୋଲିବାକୁ ଅନୁମତି ମିଳିଥିଲେ ମଧ୍ୟ ମଲ୍ ଭିତରେ ଥିବା ସିନେମା ହଲ, ଫୁଡ୍ କୋର୍ଟ ଓ ଗେମ୍ ଜୋନ ନ ଖୋଲିବାକୁ କୁହାଯାଇଛି ।

ଏଥିସହ ଷ୍ଟାଫ୍ ଓ ଗ୍ରାହକ ମଲ୍ ଭିତରେ ପରସ୍ପର ମଧ୍ୟରେ ୬ ଫୁଟର ସାମାଜିକ ଦୂରତ୍ୱ ବଜାୟ ରଖିବେ । ସମସ୍ତଙ୍କ ପାଇଁ ମଲ୍ ଭିତରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ମାସ୍କ ପିନ୍ଧିଥିଲେ ହିଁ, କର୍ମଚାରୀ ଓ ଗ୍ରାହକଙ୍କୁ ମଲ୍ ଭିତରକୁ ପ୍ରବେଶ ଅନୁମତି ମିଳିବ ।

ଷ୍ଟାଫ୍ ଓ ଗ୍ରାହକଙ୍କୁ ଆରୋଗ୍ୟ ସେତୁ ଓ ସଚେତକ ଆପ୍ ଡାଉନଲୋଡ୍ କରିବାକୁ ପରାମର୍ଶ ଦିଆଯାଇଛି । ପ୍ରବେଶ ପଥରେ ଥର୍ମାଲ ସ୍କ୍ରିନିଂ ହେବ ଏବଂ ଜ୍ୱର କିମ୍ବା ଥଣ୍ଡା ହୋଇଥିଲେ ପ୍ରବେଶ ମନା ।

କାହା ନିକଟରେ କରୋନା ଲକ୍ଷଣ ଥିଲେ, ସେମାନଙ୍କୁ ତୁରନ୍ତ ଅନ୍ୟମାନଙ୍କ ଠାରୁ ପୃଥକ କରିବାକୁ ଏକ ଆଇସୋଲେସନ ରୁମ୍ ବା ଏନ୍କ୍ଲୋଜର୍ ପ୍ରବେଶ ପଥ ବାହାରେ ବା ନିକଟରେ ରହିବ । ଏଭଳି ବ୍ୟକ୍ତି ନଜରକୁ ଆସିଲେ, ତୁରନ୍ତ ବିଏମ୍ସିକୁ ଖବର ଦେବାକୁ କୁହାଯାଇଛି ।

ମଲ୍ ପରିସର, ଟୟଲେଟ୍ ଓ ଓ୍ୱାସ୍ ରୁମ୍ ନିୟମିତ ଭଲଭାବେ ସଫା କରାଯିବ ଏବଂ ବାରମ୍ବାର ହାତ ଲାଗୁଥିବା ଡୋର୍ ନବ୍, ଲିଫ୍ଟର ବଟନ୍, ହ୍ୟାଣ୍ଡ୍ ରେଲ୍ ଆଦି ୧ ପ୍ରତିଶତ ସୋଡିୟମ୍ ହାଇପୋକ୍ଲୋରାଇଟ୍ ରେ ସଫା କରାଯିବ । ମଲ୍ ଭିତରେ କେହି ଛେପ ପକାଇଲେ ଜରିମାନା ଦେବାକୁ ପଡ଼ିବ ବୋଲି ଗାଇଡଲାଇନ୍ ରେ କୁହାଯାଇଛି ।

Share this story

World Odia Language Conferene