ରାଖୀ ବାନ୍ଧି ଆଖି ବୁଜିଲେ ଭାଇ-ଭଉଣୀ, ସେମାନଙ୍କ ପାଇଁ ଏହା ଥିଲା ଶେଷ ରାଖୀ ପୂର୍ଣ୍ଣିମା…

ରାଖୀ ବାନ୍ଧି ଆଖି ବୁଜିଲେ ଭାଇ-ଭଉଣୀ, ସେମାନଙ୍କ ପାଇଁ ଏହା ଥିଲା ଶେଷ ରାଖୀ ପୂର୍ଣ୍ଣିମା…
ରାଖୀ ବାନ୍ଧି ଆଖି ବୁଜିଲେ ଭାଇ-ଭଉଣୀ, ସେମାନଙ୍କ ପାଇଁ ଏହା ଥିଲା ଶେଷ ରାଖୀ ପୂର୍ଣ୍ଣିମା…

ଓଡ଼ିଆ ଗସିପ୍ ବ୍ୟୁରୋ: ଭାଇ ହାତରେ ରାଖୀ ବାନ୍ଧିବାକୁ ଆସିଥିଲା ଭଉଣୀ । ହେଲେ ଏହା ସେମାନଙ୍କର ଶେଷ ରାଖୀ ହେବ ବୋଲି କିଏ ଜାଣିଥିଲା!

ରାଖୀ ପିନ୍ଧା ପରେ ଭାଇଭଉଣୀ ହସଖୁସି ହେଉଥିବା ବେଳେ ବଜ୍ରପାତ ସେମାନଙ୍କୁ ସବୁଦିନ ପାଇଁ ମୃତ୍ୟୁଶଯ୍ୟାରେ ଶୁଆଇ ଦେଲା । ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ଖନ୍ତାପଡ଼ା ଥାନା ବରୁଣସିଂ ମଣ୍ଡଗାଁରେ ଘଟିଛି ଏଭଳି ହୃଦୟ ବିଦାରକ ଘଟଣା । ବଜ୍ରପାତରେ ଭାଇଭଉଣୀଙ୍କ ମୃତ୍ୟୁ ପୂରା ଗାଁକୁ ସ୍ତବ୍ଧ କରିଦେଇଛି ।

ମୃତକ ଦୁଇ ଜଣ ହେଲେ ଗ୍ରାମର ନିରଞ୍ଜନ ଦଳେଇଙ୍କ ପୁଅ ସୁଶାନ୍ତ (୧୫) ଓ ଭାସ୍କର ବେହେରାଙ୍କ ଝିଅ ଆଶା (୧୨) । ଗତକାଲି ଅପରାହ୍ନରେ ଆଶା ସବୁ ବର୍ଷ ଭଳି ନିଜ ସମ୍ପର୍କୀୟ ଭାଇ ସୁଶାନ୍ତଙ୍କୁ ରାଖୀ ବାନ୍ଧିବାକୁ ଆସିଥିଲେ ।

ରାଖୀ ବାନ୍ଧିସାରିବା ପରେ ଘର ପିଣ୍ଡାରେ ବସି ପରିବାରର ସମସ୍ତେ ବସି ଗପସପରେ ମାତିଥିଲେ । ସେମାନଙ୍କ ସହ ମିଶିଯାଇଥିଲେ ସୁଶାନ୍ତଙ୍କ ବଡ଼ ଭଉଣୀ ରଙ୍ଗଲତା ଓ ଭିଣୋଇ ବିଜୟ ।

କରୋନା ସ୍ଥିତିରେ ଅନେକ ଦିନ ପରେ ସମସ୍ତଙ୍କର ଦେଖା ହୋଇଥିଲା । ତେଣୁ ସମସ୍ତେ ବହୁତ ଖୁସି ଥିଲେ । ହେଲେ ଏ ଖୁସି ମାତ୍ର କେଇ ମୁହୂର୍ତ୍ତ ପାଇଁ କିଏ ଜାଣିଥିଲା!

ହଠାତ୍ ପ୍ରବଳ ବର୍ଷା ସାଙ୍ଗକୁ ତୁହାକୁତୁହା ଘଡ଼ଘଡ଼ି ମାରିଥିଲା । ଘଟଣାସ୍ଥଳରେ ହିଁ ଟଳିପଡ଼ିଥିଲେ ସୁଶାନ୍ତ ଓ ଆଶା । ରଙ୍ଗଲତା ଓ ତାଙ୍କ ସ୍ୱାମୀ ବିଜୟ ମଧ୍ୟ ଗୁରୁତର ଆହତ ହୋଇଥିଲେ ।

ଆହତମାନଙ୍କୁ ଖନ୍ତାପଡ଼ା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପୁଲିସ ଆଶା ଓ ସୁଶାନ୍ତଙ୍କ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଭାଇ ଭଉଣୀଙ୍କ ମୃତ୍ୟୁକୁ ଗାଁ ଲୋକେ ସହଜରେ ବିଶ୍ୱାସ କରିପାରୁନାହାନ୍ତି । ବସ ଖାଲି ଗ୍ରାମବାସୀଙ୍କ ଆଖିରୁ ଲୁହ ଝରୁଛି ।

Share this story

World Odia Language Conferene