ରାଉରକେଲାରେ ରାତି ସାଜୁଛି ରାବଣ: ସକାଳ ହେଲେ ଅସଂଯତ ଅବସ୍ଥାରେ ଉଦ୍ଧାର ହେଉଛନ୍ତି ଯୁବତୀ

ରାଉରକେଲାରେ ରାତି ସାଜୁଛି ରାବଣ: ସକାଳ ହେଲେ ଅସଂଯତ ଅବସ୍ଥାରେ ଉଦ୍ଧାର ହେଉଛନ୍ତି ଯୁବତୀ
ରାଉରକେଲାରେ ରାତି ସାଜୁଛି ରାବଣ: ସକାଳ ହେଲେ ଅସଂଯତ ଅବସ୍ଥାରେ ଉଦ୍ଧାର ହେଉଛନ୍ତି ଯୁବତୀ

ଓଡ଼ିଆ ଗସିପ୍ ବ୍ୟୁରୋ: ରାଉରକେଲାବାସୀଙ୍କ ପାଇଁ କରୋନା କାଳର ରାତି ସତେ ଯେମିତି ଅଭିଶପ୍ତ ପାଲଟି ଯାଉଛି । ବିଶେଷ କରି ତରୁଣୀ, ଯୁବତୀ ଓ ସାବାଳିକାଙ୍କ ପାଇଁ ଯେମିତି ସବୁ ରାତି ଏବେ କାଳରାତି ହୋଇଯାଉଛି । ଆଉ ଭୋର ହେଲେ ଯେଉଁ ଚିତ୍ର ସାମ୍ନାକୁ ଆସୁଛି ତାହା ବର୍ଣ୍ଣନା କରିବା ବି ମୁସକିଲ । ଅତି ଜଘନ୍ୟ, ଅମାନୁଷିକ ଓ ସଭ୍ୟ ସମାଜ ପାଇଁ ଲଜ୍ୟା । କାହିଁକି, କେମିତି, କଣ ଓ କିପରି ଜାଣିବାକୁ ଚାହୁଁଥିଲେ ପଢ଼ନ୍ତୁ ଏହି ଖବର ।…

ଇସ୍ପାତ ସହର ରାଉରକେଲାରେ ପୁଣି ଏକ ଚାଞ୍ଚଲ୍ୟକର ଗଣଦୁଷ୍କର୍ମ ଘଟଣା ସାମ୍ନାକୁ ଆସିଛି।   ଦୁଇଟି ବଲେରୋରେ ଗୁରୁଣ୍ଡିଆ ଅଞ୍ଚଳ‌ରେ ଜଣେ ୨୨ ବର୍ଷୀୟା ଯୁବତୀଙ୍କୁ ଆଣି ଗଣଦୁଷ୍କର୍ମ କରାଯାଇଥିବା ଜଣାପଡ଼ିଛି।

ରାତି‌ରେ ଯୁବତୀ ଜଣକ ଗଣଦୁଷ୍କର୍ମର ଶିକାର ହେବା ପରେ  ପରଦିନ ସକାଳେ ଛେଣ୍ଡ ଥାନା ଅନ୍ତର୍ଗତ ଓମ୍ଫେଡ଼ କାର୍ଯ୍ୟାଳୟ ପାଖରେ ଯୁବତୀ ଜଣକ ଅସଂଯତ ଅବସ୍ଥାରେ ବସି ରହିଥିଲେ। ପ୍ରାତଃ ଭ୍ରମଣରେ ବାହାରିଥିବା କିଛି ଲୋକ ଯୁବତୀଙ୍କୁ ଦେଖିଥିଲେ। ଏହାପରେ ଘଟଣା ସମ୍ପର୍କରେ ସ୍ଥାନୀୟଲୋକ ପୁଲିସକୁ ଖବର ଦେଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ପୀଡିତାଙ୍କୁ ଉଦ୍ଧାର କରିଥିଲା। ଘଟଣା ସମ୍ପର୍କରେ ଖବର ପାଇବା ପରେ ପୀଡିତାଙ୍କ ପରିବାର ଛେଣ୍ଡ ଥାନାରେ ପହଞ୍ଚି ଏତଲା ଦେଇଛନ୍ତି। ପୁଲିସ ମାମଲା ରୁଜୁ କରି ଛାନଭିନ ଜାରି ରଖିଛି।

Share this story

World Odia Language Conferene