ମ୍ୟାଡମ୍ ବାସ୍ତବ ଜୀବନରେ ମୋର ପତ୍ନୀ ଥିଲେ ତ? ବାସ୍ତବତା କିଛି ଭିନ୍ନ କହି ପୁଣି ବର୍ଷାଙ୍କ ବିରୋଧରେ ଅଭିଯୋଗ ଆଣିଲେ ସାଂସଦ ଅନୁଭବ

ମ୍ୟାଡମ୍ ବାସ୍ତବ ଜୀବନରେ ମୋର ପତ୍ନୀ ଥିଲେ ତ? ବାସ୍ତବତା କିଛି ଭିନ୍ନ କହି ପୁଣି ବର୍ଷାଙ୍କ ବିରୋଧରେ ଅଭିଯୋଗ ଆଣିଲେ ସାଂସଦ ଅନୁଭବ
ମ୍ୟାଡମ୍ ବାସ୍ତବ ଜୀବନରେ ମୋର ପତ୍ନୀ ଥିଲେ ତ? ବାସ୍ତବତା କିଛି ଭିନ୍ନ କହି ପୁଣି ବର୍ଷାଙ୍କ ବିରୋଧରେ ଅଭିଯୋଗ ଆଣିଲେ ସାଂସଦ ଅନୁଭବ

ଓଡ଼ିଆ ଗସିପ୍ ବ୍ୟୁରୋ: ସାଂସଦ ଅନୁଭବ ମହାନ୍ତି ଟ୍ୱିଟ୍ କରି ବାରମ୍ବାର ପତ୍ନୀ ବର୍ଷାଙ୍କ ଉପରେ ନିଶାନା ସାଧିଚାଲିଛନ୍ତି । ଗତକାଲି ଅନୁଭବ ପୁଣି ଦାମ୍ପତ୍ୟ ଜୀବନକୁ ନେଇ ଅନେକ ପ୍ରଶ୍ନ କରିଛନ୍ତି । ଯାହା ବର୍ଷାଙ୍କୁ ବହୁତ ଆଘାତ ଦେଉଥିବ ବୋଲି ଚର୍ଚ୍ଚା ଜୋର ଧରିଛି ।

ନିଜ ଟ୍ୱିଟର ଆକାଉଣ୍ଟରୁ ପୁଣି ଅନୁଭବ ପତ୍ନୀ ବର୍ଷାଙ୍କ ବିରୋଧରେ ପ୍ରଶ୍ନର ବାଣ ସାଧିଛନ୍ତି । ସେ ପଚାରିଛନ୍ତି ‘ମ୍ୟାଡାମ ବାସ୍ତବ ଜୀବନରେ ମୋର ପତ୍ନୀ ହୋଇଥିଲେ ତ? ଏହା କେବଳ ଏକ ସାମାଜିକ ବିବାହ । ଏହା କେବେବି ମାନସିକ କିମ୍ବା ଶାରୀରିକ ବିବାହ ନଥିଲା । ଏହା ହିଁ ବାସ୍ତବତା । ମୁଁ ବି ଏହାକୁ ସର୍ବସାଧାରଣରେ ଲେଖି ନିଜକୁ ଲଜ୍ଜିତ ମନେକରୁଛି । ଏଥିପାଇଁ ମୁଁ ଦୁଃଖିତ ।’

ଏଥିସହିତ ଷ୍ଟାର ଦମ୍ପତ୍ତି ଦ୍ୱୟ ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ବିବାଦରେ ଏବେ ସାମାଜିକ ସଂଗଠନକୁ ନେଇ ନୂଆ ଚର୍ଚ୍ଚା ଆରମ୍ଭ ହୋଇଛି । କିଛି ସାମାଜିକ ସଂଗଠନର କର୍ମକର୍ତ୍ତା ଗତକାଲି ପୁଣି ନନ୍ଦୀ ସାହି ଘରକୁ ଯାଇ ଅନୁଭବକୁ ଭେଟିବା ପାଇଁ ଅନୁମତି ଚାହିଁଥିଲେ ହେଲେ ଅନୁଭବ ଦେଖା କରିବା ପାଇଁ ମନା କରିଦେଇଥିଲେ ।

ହେଲେ ବର୍ଷା ସେମାନଙ୍କୁ ଭେଟି ଆଲୋଚନା କରିବା ସହିତ ବିବାଦର ଆପୋସ ସମାଧାନ ଚାହୁଁଛନ୍ତି ବୋଲି ଦୋହରାଇଥିଲେ । ହେଲେ ପରବର୍ତ୍ତୀ ସମୟରେ ସାମାଜିକ ସଂଗଠନ କର୍ମୀଙ୍କ କାର୍ଯ୍ୟପନ୍ଥାକୁ ମିଛ ଦର୍ଶାଇ ଅନୁଭବ ସେମାନଙ୍କୁ ଛଳନା କରୁଥିବା କହି ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି ଏହି ସାମାଜିକ କର୍ମୀମାନେ ତାଙ୍କ ପରିବାର ସହ ଛଳନା କରିଛନ୍ତି ଏବଂ ସେମାନେ ବର୍ଷାଙ୍କ ସହିତ ରହିଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି ।

ଅନୁଭବ ଆହୁରି ମଧ୍ୟ କହିଛନ୍ତି ଯେ, ‘ମୋତେ ମୋ ମାତୃଭୂମିର ସେବା ପାଇଁ ଛାଡ଼ି ଦିଆଯାଉ । ମୋ ଜୀବନରେ କେବେବି କୌଣସି ନାରୀ ଉପରକୁ ହାତ ଉଠାଇନାହିଁ । ମୁଁ ବି ଆପଣମାନଙ୍କ ମଧ୍ୟରୁ ଜଣେ । ମୁଁ କାହାକୁ ମିଛ କହୁନାହିଁ । ହେଲେ ଯେଉଁଭଳି ଭାବେ ମୋତେ ଟାର୍ଗେଟ କରାଯାଉଛି, ଏହା ଆଦୌ ଗ୍ରହଣୀୟ ନୁହେଁ ।’

ଅନ୍ୟପଟରେ ସାମାଜିକ ସଂଗଠନ ସଦସ୍ୟମାନେ ଅନୁଭବଙ୍କୁ ତାଙ୍କ ଘରେ ଭେଟି ନ ପାରି ଫେରିବା ପରେ କଡ଼ା ପ୍ରତିକ୍ରିୟା ରଖିଛନ୍ତି । ସେମାନେ କହିଛନ୍ତି ଯେ, ଜଣେ ସାଂସଦ ହୋଇ ନିଜ କଥା ନିଜେ ରଖିପାରୁନାହାନ୍ତି । ଗତକାଲି ଅନୁଭବ କହିଥିଲେ ଯେ, ଶୁକ୍ରବାର ସକାଳେ ବର୍ଷା ଓ ସେ ଏକାଠି ହୋଇ ସାମ୍ନାସାମ୍ନି ମାନବାଧିକାର କର୍ମୀଙ୍କ ଆଗରେ ଆପୋସ ବୁଝାମଣା ପାଇଁ ଆଲୋଚନା କରିବେ । ହେଲେ ସେ କାହିଁକି ଦେଖା କରିବାକୁ ମନା କରିଦେଲେ ତାହା ଜମା ବୁଝାପଡ଼ୁନାହିଁ ବୋଲି ସଦସ୍ୟାମାନେ କହିଥିଲେ ।

Share this story

World Odia Language Conferene