ଭାରତରେ PUBG ଖେଳିବା ମନା : ବ୍ୟାନ ପାଇଁ ସରକାର ନେଲେ ନିଷ୍ପତ୍ତି!

ଭାରତରେ PUBG ଖେଳିବା ମନା : ବ୍ୟାନ ପାଇଁ ସରକାର ନେଲେ ନିଷ୍ପତ୍ତି!
ଭାରତରେ PUBG ଖେଳିବା ମନା : ବ୍ୟାନ ପାଇଁ ସରକାର ନେଲେ ନିଷ୍ପତ୍ତି!

ଓଡ଼ିଆ ଗସିପ୍ ବ୍ୟୁରୋ: ମୋବାଇଲରେ ଗେମ ଖେଳିବା ଆଜିକାଲିର ଯୁବପୀଢିଙ୍କ ଏକ ନିଶା ପାଲଟିଗଲାଣି । ଅନଲାଇନ୍ ଗେମ୍ କଥା ଯେତେବେଳେ ଆସେ ସବୁଠୁ ଆଗରେ ରହିଛି PUBG ।

ଗେମ ମାଧ୍ୟମରେ ସମୟ ଅତି ସହଜରେ ବିତି ଯାଉଥିବାରୁ ମୋବାଇଲରେ ଗେମ ଖେଳିବା ଏକ ଲ୍ୟାଟେଷ୍ଟ ଟ୍ରେଣ୍ଡ ହୋଇଗଲାଣି । ତେବେ ବର୍ତ୍ତମାନ ଆଣ୍ଡ୍ରଏଡ ଫୋନ ପାଇଁ ବିଭିନ୍ନ ପ୍ରକାରର ଗେମ ଆସୁଥିବା ବେଳେ ‘ପବଜି’ ସବୁଠାରୁ ଲୋକପ୍ରୟର ଆଗରେ ରହିଛି । ଚାରିଆଡେ ‘ପବଜି’ ଗେମକୁ ନେଇ ଯୁବପୀଢି ପାଗଳ । ଆଉ ରାତି ଦିନ ଭୁଲି ଯୁବପୀଢି ଏହି ଗେମ ଖେଳିବାରେ ବ୍ୟସ୍ତ ।

ଏବେ କିନ୍ତୁ ଏହି PUBGକୁ ନେଇ ଆସିଛି ବଡ଼ ଖବର । ଭାରତରେ ବ୍ୟାନ ହେବ ଏହି ଲୋକପ୍ରିୟ ଅନଲାଇନ ଭିଡିଓ ଗେମ୍ ।

ଏନେଇ ଭାରତ ସରକାର ବିଚାର ବିମର୍ଶ କରୁଥିବା ଜଣାପଡ଼ିଛି । ପୂର୍ବରୁ ଟିକଟକ, ହାଲୋ ଆଫ୍ ଭଳି 59ଟି ଚାଇନିଜ୍ ମୋବାଇଲ ଆପ୍ଲିକେସନକୁ ସରକାର ଦେଶରେ ବ୍ୟାନ କରିସାରିଛନ୍ତି । ଆଉ ଏବେ ପୁଣି ଥରେ ବିଶେଷଜ୍ଞଙ୍କ ପରାମର୍ଶ କ୍ରମେ ସାଇବର ସିକ୍ୟୁରିଟି ଏବଂ ଡାଟା ଚୋରୀ ସନ୍ଦେହ କାରଣରୁ ଏହି ଲୋକପ୍ରିୟ ଗେମ୍ କୁ ଭାରତରେ ନିଷିଦ୍ଧ କରାଯିବ ।

ସୂଚନା ଥାଉ କି ଅନଲାଇନ ଗେମ୍ ଆପ୍ଲିକେସନ PUBG ଭାରତ ସମେତ ସାରା ବିଶ୍ୱରେ ବେଶ୍ ଲୋକପ୍ରିୟ ହୋଇ ସାରିଛି । ଭାରତରେ ଏହାର ୟୁଜର୍ସ ସଂଖ୍ୟା 175 ମିଲିୟନ ରହିଛି । ଏହା ସାଉଥ କୋରିଆର ଏକ କମ୍ପାନୀ ବ୍ଲୁହ୍ୱେଲ ଦ୍ୱାରା ବିକଶିତ କରାଯାଇଥିବା ଏକ ଅନଲାଇନ ଭିଡିଓ ଗେମ୍ ।

ଏହା ସାଉଥ କୋରିଆନ୍ କମ୍ପୀନୀର ହୋଇଥିଲେ ମଧ୍ୟ ଏଥିରେ ଚାଇନାର କିଛି ଭିଡିଓ ଗେମ୍ କମ୍ପାନୀ ପୁଞ୍ଜି ନିବେଶ କରିଛନ୍ତି । ଆଉ ଏହି କାରଣରୁ ଭାରତ ସରକାର ଏହାର ବ୍ୟାନ ଉପରେ ଏବେ ବିଚାର ବିମର୍ଶ କରୁଛନ୍ତି । ଯଦି ତଥ୍ୟ ଚୋରୀ ଓ ସାଇବର ସିକ୍ୟୁରିଟି ଉପରେ କୌଣସି ପ୍ରକାର ସନ୍ଦେହ କିମ୍ବା ପ୍ରଶ୍ଚବାଚୀ ସୃଷ୍ଟି ହୁଏ ତେବେ ଖୁବ ଶୀଘ୍ର ଏହା ମଧ୍ୟ ଭାରତରୁ ବ୍ୟାନ ହେବ ବୋଲି ବିଶ୍ୱସ୍ଥ ସୂତ୍ରରୁ ଜଣାପଡ଼ିଛି ।

ଭାରତରେ PUBGକୁ ନେଇ ବିଭିନ୍ନ ଅଭିଯୋଗ ଆସିବା ପରେ ଏଭଳି ପଦକ୍ଷେପ ନିଆଯାଉଥିବା ଆଲୋଚନା ହେଉଛି । ବିଭିନ୍ନ ସମୟରେ ଅଭିଭାବକମାନେ ଅଭିଯୋଗ କରିଆସୁଛନ୍ତି ଯେ, ସେମାନଙ୍କ ସନ୍ତାନମାନେ ଏହି ଅନଲାଇନ୍ ଗେମ୍ ଦ୍ୱାରା ପ୍ରଭାବିତ ହେଉଛନ୍ତି । ପିଲାମାନଙ୍କ PUBG ଖେଳିବା ଅଭ୍ୟାସ ଯୋଗୁଁ ସେମାନଙ୍କ ସହ ଅଭିଭାବକମାନେ ମଧ୍ୟ ଉଭୟ ମାନସିକ ଅବସାଦ ଏବଂ ଆର୍ଥିକ ସମସ୍ୟା ଦେଇ ଗତି କରୁଛନ୍ତି । ଆଉ ଏହି କାରଣକୁ ବିଭିନ୍ନ ରାଜ୍ୟ ସରକାର ଏହି ଅନଲାଇନ୍ ଗେମ୍ ର ସାମୟିକ ବ୍ୟାନ ସପକ୍ଷରେ ମଧ୍ୟ ନିଜ ପକ୍ଷ ରଖିସାରିଛନ୍ତି ।

ଏହି ଗେମ ଏକ ଅନଲାଇନ ଯୁଦ୍ଧ ଗେମ । ଏହି ଖେଳ ପାଇଁ ପିଲାଙ୍କ ମାନସିକ ସ୍ଥିତି ବିଗୁଡୁ ଥିବାବେଳେ ଏହାକୁ ଖେଳି ପିଲାମାନେ ଅଧିକ ରାଗୀ ଆଉ ଯୁଦ୍ଧ ପ୍ରିୟ ହୋଉଛନ୍ତି । ଯାହାର କୁ ପ୍ରଭାବ ସମାଜରେ ପଡୁଛି । ଯେଉଁଥିପାଇଁ ସ୍କୁଲଠୁ ଆରମ୍ଭ କରି ବାପା ମାଆ ସମସ୍ତେ ଚିନ୍ତିତ । ଧୀରେ ଧୀରେ ଏହି ଗେମ ସମାଜ ଉପରେ ଖରାପ ପ୍ରଭାବ ପକାଉଥିବା ସରକାର ମଧ୍ୟ ଅନୁଭବ କଲେଣି । ପୂର୍ବରୁ ମୋମୋ ଓ ବ୍ଲୁ ହ୍ୱେଲ ପରି ମାରାତ୍ମକ ଗେମକୁ ମଧ୍ୟ ଭାରତରେ ବ୍ୟାନ କରାଯାଇଥିଲା ।

Share this story

World Odia Language Conferene