ବଡ଼ ଭଉଣୀ ସମଲିଙ୍ଗୀ ସମ୍ପର୍କରେ ଅଛନ୍ତି, ନିଜ ପ୍ରେମିକାକୁ ପାଖରେ ରଖିବା ପାଇଁ ବାଧ୍ୟ କରିଆସୁଥିଲେ ବଡ଼ ଭଉଣୀ ସରସ୍ୱତୀ: ଦୂତୀ ଚାନ୍ଦ

ବଡ଼ ଭଉଣୀ ସମଲିଙ୍ଗୀ ସମ୍ପର୍କରେ ଅଛନ୍ତି, ନିଜ ପ୍ରେମିକାକୁ ପାଖରେ ରଖିବା ପାଇଁ ବାଧ୍ୟ କରିଆସୁଥିଲେ ବଡ଼ ଭଉଣୀ ସରସ୍ୱତୀ: ଦୂତୀ ଚାନ୍ଦ
ବଡ଼ ଭଉଣୀ ସମଲିଙ୍ଗୀ ସମ୍ପର୍କରେ ଅଛନ୍ତି, ନିଜ ପ୍ରେମିକାକୁ ପାଖରେ ରଖିବା ପାଇଁ ବାଧ୍ୟ କରିଆସୁଥିଲେ ବଡ଼ ଭଉଣୀ ସରସ୍ୱତୀ: ଦୂତୀ ଚାନ୍ଦ

ଓଡ଼ିଆ ଗସିପ୍ ବ୍ୟୁରୋ: ଆଥଲେଟ୍ ଦୂତୀ ଚାନ୍ଦ ଏବଂ ତାଙ୍କ ବଡ଼ ଭଉଣୀ ସରସ୍ୱତୀ ଚାନ୍ଦଙ୍କ ମଧ୍ୟ ତିକ୍ତତା ଏବେ ଚରମ ସୀମାରେ ପଂହଚିଛି । ପରିବାର ଭିତରେ ଦୁଇ ଭଉଣୀଙ୍କ ମଧ୍ୟରେ ଝଗଡ଼ାକୁ ନେଇ ପୁରା ରାଜ୍ୟ ହୁଲୁସ୍ତୁଲୁ ହେଉଥିବା ବେଳେ ଲୋକ ଏହାକୁ ସହଜରେ ଗ୍ରହଣ କରିପାରି ନାହାନ୍ତି । ଏହା ପଛରେ କୋଉଠି ଟଙ୍କା ମୂଳ କାରଣ ବୋଲି ଦୂତୀ କହିଛନ୍ତି ।

ମାତ୍ର ୨୦ ଲକ୍ଷ ଟଙ୍କା ପାଇଁ ତାଙ୍କ ବଡ଼ ଭଉଣୀ ସରସ୍ୱତୀ ତାଙ୍କ କ୍ୟାରିୟର ନଷ୍ଟ କରିଦେବା ପାଇଁ ଧମକଚମକ ଦେଉଥିବା ଦୂତୀ କହିଛନ୍ତି । ଖାଲି ଏତିକି ନୁହେଁ ତାଙ୍କ ବିରୋଧରେ ପରିବାର ଭିତରେ ଷଡ଼ଯନ୍ତ୍ର ରଚି ତାଙ୍କୁ ଘରୁ ତଡିଦେଇଥିବା ସେ କହିଛନ୍ତି । ସରସ୍ୱତୀ ଘରର ସଦସ୍ୟ ମାନଙ୍କୁ ଏମିତି ପାଲରେ ପକାଇଛନ୍ତି ଯେ ଦୂତୀଙ୍କ ବିରୋଧରେ ଏବେ ପରିବାର ବର୍ଗ ବାହାରିଥିବା ଖୋଦ୍ କହିଛନ୍ତି ଦୂତୀ ।

ଦୂତୀଙ୍କୁ ବଡ଼ ଭଉଣୀ ବାରମ୍ବାର ଦୂତୀଙ୍କ ସୋସିଆଲ ମିଡ଼ିଆରେ କଟାକ୍ଷ କରି ମନ୍ତବ୍ୟ ରଖିଥାଆନ୍ତି ଯାହା ତାଙ୍କୁ ମାନସିକ ଯନ୍ତ୍ରଣା ଦିଏ ବୋଲି ଦୂତୀ ଅଭିଯୋଗ ଆଣିଛନ୍ତି ।

ଇତିମଧ୍ୟରେ ଦୂତୀ ବଡ଼ ଭଉଣୀଙ୍କ ବିଷୟରେ ଏକ ବଡ଼ ଖୁଲାସା କରିଛନ୍ତି । ସେ କହିଛନ୍ତି କିଛି ମାସ ତଳେ ମୁଁ ସମଲିଙ୍ଗୀ ସମ୍ପର୍କରେ ଥିବା ପୁରା ଦେଶ ଜାଣିଥିଲା । ହେଲେ ତାଙ୍କ ବଡ଼ ଭଉଣୀ ସରସ୍ୱତୀ ମଧ୍ୟ ସମଲିଙ୍ଗୀ ସମ୍ପର୍କରେ ରହିଥିବା ସେ କହିଛନ୍ତି । ଖାଲି ଏତିକି ନୁହେଁ ତାଙ୍କ ପ୍ରେମିକାକୁ ମୋ ପାଖରେ ରଖିବା ପାଇଁ ତାଙ୍କ ଭଉଣୀ ବାଧ୍ୟ କରିଆସୁଥିବା ସେ କହିଛନ୍ତି ।

କାହିଁକିନା ଦୂତୀଙ୍କ ପାଖରେ ଟଙ୍କା ଅଛି ଏବଂ ସେ ତାଙ୍କ ଜୀବନସାଥୀକୁ ଭଲରେ ରଖିପାରିବେ । ଯାହାକୁ ବିରୋଧ କରି ଆସୁଥିଲେ ଦୂତୀ । ଦିନ ଥିଲା ମୋ ଭଉଣୀ ମୋର ଆଦର୍ଶ ଏବଂ ପ୍ରେରଣା ଥିଲେ ଆଉ ପରବର୍ତ୍ତୀ ସମୟରେ ଟଙ୍କା ଲୋଭରେ ପଡ଼ି ଏବେ ମୋର କ୍ୟାରିୟର ବରବାଦ କରିଦେବା ପାଇଁ ଉଦ୍ୟମ ଜାରି ରଖିଛନ୍ତି ।

ଖେଳରୁ ବହୁତ ଟଙ୍କା ଏବଂ ପୁରଷ୍କାର ପାଇବା ପରେ ମୁଁ ସମସ୍ତ ଟଙ୍କା ଘର ପରିବାର ଚଳାଇବାରେ ଖର୍ଚ୍ଚ କରିଦେଇଛି । ତଥାପି ସେମାନଙ୍କର ମୋ ଟଙ୍କା ଉପରେ ଲୋଭ ଥିବା ଦୂତୀ କହିଛନ୍ତି ।

ଦୁଇ ଭଉଣୀଙ୍କ ଝଗଡ଼ାକୁ ଦୃଷ୍ଟିରେ ରଖି ତାଙ୍କ ମା’ କହିଛନ୍ତି, ଦୂତୀ ଆଗକୁ ଏକ ବଡ଼ ପୁରଷ୍କାର ପାଇବାକୁ ଯାଉଛି । ତାହା ପାଇସାରୁ ତା’ପରେ ସେ ଦୂତୀର ଅସଲ ମୁଖା ସାମ୍ନାକୁ ଆଣିବେ ବୋଲି କହିଛନ୍ତି ।

Share this story

World Odia Language Conferene