ବୋଉ-ମଳିମୁଣ୍ଡିଆକୁ ନେଇ ଡିଜିଟାଲ କଟାକ୍ଷ, ଚର୍ଚ୍ଚାରେ ହଳଧର-ପ୍ରଧାନ

ବୋଉ-ମଳିମୁଣ୍ଡିଆକୁ ନେଇ ଡିଜିଟାଲ କଟାକ୍ଷ, ଚର୍ଚ୍ଚାରେ ହଳଧର-ପ୍ରଧାନ
ବୋଉ-ମଳିମୁଣ୍ଡିଆକୁ ନେଇ ଡିଜିଟାଲ କଟାକ୍ଷ, ଚର୍ଚ୍ଚାରେ ହଳଧର-ପ୍ରଧାନ

ଓଡ଼ିଆ ଗସିପ୍ ବ୍ୟୁରୋ: ସୋସିଆଲ ମିଡିଆରେ ଏବେ ପଦ୍ମଶ୍ରୀ ହଳଧର ନାଗ ଓ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ନେଇ ଚର୍ଚ୍ଚା, ତର୍କ ଓ ବିତର୍କ । କୌଣସି ଏକ କାର୍ଯ୍ୟକ୍ରମରେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପଶ୍ଚିମ ଓଡ଼ିଶାର ବିଶିଷ୍ଟ କବି ପଦ୍ମଶ୍ରୀ ହଳଧର ନାଗଙ୍କୁ ନେଇ ଦେଇଥିବା ଏକ ମନ୍ତବ୍ୟକୁ ବିଭିନ୍ନ ମହଲରେ ବିରୋଧ କରାଯାଉଛି ।

ଯେଉଁମାନେ ବିରୋଧ କରୁଛନ୍ତି ସେମାନଙ୍କ କହିବାର କଥା ହେଲା ଯେ, ପଶ୍ଚିମ ଓଡ଼ିଶାର ସ୍ୱାଭିମାନକୁ ଅପମାନିତ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଧର୍ମେନ୍ଦ୍ର ପ୍ରଧାନ ଏକ କାର୍ଯ୍ୟକ୍ରମକୁ ସମ୍ବୋଧନ ବେଳେ କହିଥିଲେ ଯେ, ମଳିମୁଣ୍ଡିଆ ହଳଧର ନାଗଙ୍କୁ ମୋଦି ସରକାର ପଦ୍ମଶ୍ରୀ ଉପାଧିରେ ସମ୍ମାନିତ କରିଛନ୍ତି । ଓଡ଼ିଶା ପାଇଁ ଦିଲ୍ଲୀ ଟ୍ରେଜେରୀ ଖୋଲି ଦେଇଛନ୍ତି । କଂଗ୍ରେସକୁ ସମାଲୋଚନା କରିବାକୁ ଯାଇ ଧର୍ମେନ୍ଦ୍ର ପ୍ରଧାନ ଏହି ମନ୍ତବ୍ୟ ଦେଇଥିଲେ । ଯାହାକୁ ସୋସିଆଲ ମିଡିଆରେ ତୀବ୍ର ଭର୍ସନା କରାଯାଉଛି । ଫେସବୁକ୍, ଟ୍ୱିଟର ଭଳି ସାମାଜିକ ଗଣମାଧ୍ୟମରେ ତୀବ୍ର ଭର୍ସନା କରାଯାଉଛି ।
ଏପରିକି ଏହାକୁ ନେଇ ସୋସିଆଲ ମିଡିଆ ଡିବେଟ୍ ମଧ୍ୟ ଆରମ୍ଭ ହୋଇଯାଇଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଦ୍ମଶ୍ରୀ ହଳଧର ନାଗଙ୍କୁ ଓଡିଶାର ସ୍ୱାଭିମାନ ଓ ଗୌରବ ବୋଲି କହୁଥିବା ବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଳିମୁଣ୍ଡିଆ କହିବା କେତେ ଠିକ୍ ? ଚୁପ ନରହି ଏଥର ଖୋଲନ୍ତୁ ମୁହଁ, ମାଗନ୍ତୁ ଜବାବ, ପଠାନ୍ତୁ ଭିଡିଓ ବାର୍ତ୍ତା, ପୋଷ୍ଟ କରନ୍ତୁ ଆପଣଙ୍କ ସୋସିଆଲ ମିଡିଆରେ ଅନେକ ଡିଜିଟିଲା ପ୍ଲାଟଫର୍ମ ଜନତାଙ୍କ ପ୍ରତିକ୍ରିୟା ମାଗୁଛନ୍ତି ।

ସେପଟେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ‘ମଳିମୁଣ୍ଡିଆ’ କହିବା ନେଇ ପଦ୍ମଶ୍ରୀ ହଳଧର ନାଗ କହିଛନ୍ତି, ସେ କିଛି ଭୁଲ କରିନାହାନ୍ତି । ସେ କହିଛନ୍ତି, ସେ ଏପରି କହି ଅସମ୍ମାନ କରିବା ଭଳି ଲାଗୁନାହିଁ । ମୋତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସେ ପରିଚୟ କରାଇଥିଲେ ।

ସେପଟେ ହଳଧର ନାଗଙ୍କୁ ସମର୍ଥନ କରି ଜଣେ ଫେସବୁକ୍ ୟୁଜର୍ସ ଲେଖିଛନ୍ତି ‘ହଳଧର ବାବୁ ଆପଣ ଜଣେ ପଦ୍ମଶ୍ରୀ ପୁରସ୍କାର ବିଜେତା ଆପଙ୍କ ମୁହଁରୁ ଅସମ୍ମାନ ହୋଇନି ବୋଲି ଯୋଉ କଥା ବାହାରୁଛି ସେଇଟା ଠିକ ଲାଗୁନି, ଆଜି ତମକୁ ନୁହଁ ସାରା ପଶ୍ଚିମ ଓଡିଶା ତଥା ଓଡିଶାରେ ଯେତେ ତମ ଭଳି ହଳଧର ଅଛନ୍ତି ଏହା ସମସ୍ତଙ୍କୁ ଅପମାନ, ତମେ ମଳି ମୁଣ୍ଡିଆ ବୋଲି ନିଜକୁ କାଇଁ ମାନୁଛ କଣ ମଳି ମୁଣ୍ଡିଆଙ୍କ ଏ ଦେଶରେ ସମ୍ମାନର ସହ ବଂଚିବା ଅଧିକାର ନାହିଁ?

Padmasree Dr Haldhar nag .

Posted by Byomakesh Kar on Wednesday, June 10, 2020

ଯଦି ଅପମାନ ହୋଇନି ବୋଲି ଭାବୁଛ ସେ ତ ମଳି ମୁଣ୍ଡିଆ ଜାଗାରେ ତମକୁ ସେ ଆଉ କୋଉ ନାମ ଦ୍ୱାରା ସମ୍ବୋଧନ କରିପାରିଥାନ୍ତେ, ଆଉ ରହିଲା ଆଜି ଆମ ପଶ୍ଚିମ ଓଡିଶା ପଦ୍ମଶ୍ରୀ ପୁରସ୍କାର ପାଇଁ ଓଡିଶା ତଥା ବିଶେଷ କରି ପଶ୍ଚିମ ଓଡିଶା ପାଇଁ ଗୌରବ ଆଣିଥିବା ହଳଧରକୁ ମଳିମୁଣ୍ଡିଆ କହିଥିବାରୁ ବିଶେଷ କରି ପଶ୍ଚିମ ଓଡିଶା ଲୋକଙ୍କ ମନରେ ନିହାତି ଭାବରେ କଷ୍ଟ ହୋଇଛି, ଆଉ ଏହା ପଶ୍ଚିମ ଓଡିଶା ତଥା ଆଦିବାସୀ, ହରିଜନ ତଥା ଅନେକ, ଛୋଟ ଜାତି, ପାଇଁ ଏହା ବହୁତ ବଡ ଅପମାନ ତେଣୁ କାହା ପ୍ରରୋଚନାରେ ଏମିତି କଥା ବୁଲାନ୍ତୁନି, ଆଉ ଏବେ ତମେ ଏଭଳି ଅପମାନ ପାଇଁ ମୁହଁ ଖୋଲ କାରଣ କେବଳ ଏହା ଗୋଟେ ହଳଧର ପାଇଁ ନୁହଁ ଏହା ପୁରା ଓଡିଶା ତଥା ଦେଶରେ ଯେତେ ହଳଧର ଅଛନ୍ତି ସମସ୍ତଙ୍କ ପାଇଁ ଯେପରି ଏହାପରେ ବହୁତ ହଳଧର ସମ୍ମାନ ପାଇଁ କି ନିଜକୁ ଗର୍ଵିତ ବୋଲି ମନେ କରିବେ, ବନ୍ଦେ ଉତ୍କଳ ଜନନୀ ଧନ୍ୟବାଦ’ ।

ଅନ୍ୟଜଣେ ଫେସବୁକ ୟୁଜର୍ସ ଲେଖିଛନ୍ତି ଯେ, ‘ଜଣେ ପଦ୍ମଶ୍ରୀଙ୍କୁ ମଳିମୁଣ୍ଡିଆ କହିବା କେତେଦୂର ଠିକ ? ଯଦି ଏଇ ପ୍ରସଙ୍ଗକୁ ବି ଆଡ଼େଇ ଦିଆଯାଏ ତେବେ ଦିଲ୍ଲୀ ଟ୍ରେଜେରୀଟା କଣ ବିଜେପିର ? ହଳଧରଙ୍କୁ ତାଙ୍କ ଖ୍ୟାତି ପାଇଁ ପଦ୍ମଶ୍ରୀ ମିଳିଥିଲା ନା ବିଜେପି ଦୟାରୁ ? ଯଦି ଧର୍ମେନ୍ଦ୍ରଙ୍କ କଥା ଠିକ ତେବେ କେନ୍ଦ୍ର ସରକାର ଦେଉଥିବା ସମସ୍ତ ପଦ୍ମଶ୍ରୀ ଦୟାର ପାତ୍ର, ସବୁ ଅଯୋଗ୍ୟ ପାଉଛନ୍ତି.. ଆଉ ଦଳୀୟ ରାଜନୀତି ପାଇଁ ସେହି ସମ୍ମାନର ଅପବ୍ୟବହାର କରାଯାଉଛି କୋଉଟା ଠିକ ? ବୋଲି ସେ ପ୍ରଶ୍ନ କରିଛନ୍ତି ।

ସୂଚନାଯୋଗ୍ୟ ବିଜେପିର ଭର୍ଚୁଆଲ ରାଲିରେ ଭାଷଣ ଦେବା ବେଳେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଓଡ଼ିଶା ଓ ଓଡ଼ିଶାର ଗରିବ ଓ ନିଷ୍ପେସିତଙ୍କ ଲାଗି କେନ୍ଦ୍ରର ବିଜେପି ସରକାର କରିଥିବା କାର୍ଯ୍ୟର ଦୃଷ୍ଟାନ୍ତ ଦେବା ସମୟରେ ହଳଧର ନାଗଙ୍କ ପରି ମଳିମୁଣ୍ଡିଆ ଲୋକଙ୍କୁ ମଧ୍ୟ ତାଙ୍କ ସରକାର ପଦ୍ମ ପୁରସ୍କାର ପ୍ରଦାନ କରି ଓଡ଼ିଆ ଜାତିକୁ ସମ୍ମାନିତ କରିଥିବା କଥା କହିଥିଲେ ।

ମନ୍ତ୍ରୀଙ୍କ ଏହି ମଳିମୁଣ୍ଡିଆ ଶବ୍ଦକୁ ନେଇ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଜୋରଦାର ଚର୍ଚ୍ଚା ଚାଲିଥିଲା । ମଳିମୁଣ୍ଡିଆ କହି ହଳଧରଙ୍କୁ ଧର୍ମେନ୍ଦ୍ର ଅପମାନିତ କରିଛନ୍ତି ବୋଲି କିଛି ସମାଲୋଚକ ମତ ଦେଇଥିଲେ । ମାତ୍ର ନିଜେ ପଦ୍ମଶ୍ରୀ ଶ୍ରୀ ନାଗ ଏ ନେଇ ଆଦୌ ଅପମାନିତ ଅନୁଭବ କରିନାହାନ୍ତି ବୋଲି ଗଣମାଧ୍ୟମକୁ କହିଛନ୍ତି ।
ଏହି ଲିଙ୍କ କ୍ଲିକ କରି ଶୁଣନ୍ତୁ ଧର୍ମେନ୍ଦ୍ର ମନ୍ତବ୍ୟକୁ ନେଇ କଣ କହୁଛନ୍ତି ପଦ୍ମଶ୍ରୀ କବି ହଳଧର ନାଗ…

କଥା ଏତିକିରେ ସରି ଯାଇନି, କିଛି ଦିନ ତଳେ ହଳଧର ନାଗ ମଧ୍ୟ ଏକ କାର୍ଯ୍ୟକ୍ରମରେ ‘ବୋଉ’ ସମ୍ବୋଧନକୁ ନେଇ ବିବାଦୀୟ ବୟାନ ଦେଇଥିଲେ । ମା, ମମି, ମଦର, ଆମ୍ମା ସମ୍ବୋଧନ ମାଆଙ୍କ ଉଦ୍ଦେଶ୍ୟରେ ଥିବା ବେଳେ ଏ ବୋଉ ଶବ୍ଦ କୁଆଡ଼େ ଆସିଲା ବୋଲି ପ୍ରଶ୍ନ କରିଥିଲେ କବି ହଳଧର ନାଗ । ଏହାକୁ ନେଇ ମଧ୍ୟ ବିବାଦ ଦେଖାଦେଇଥିଲା ।

Share this story

World Odia Language Conferene