ବିବାହ ପୂର୍ବରୁ ପିତା ହୋଇଛନ୍ତି ଏହି ସବୁ କ୍ରିକେଟର, କେଉଁ ଭାରତୀୟ ଖେଳାଳୀଙ୍କ ନାମ ଅଛି ଜାଣନ୍ତୁ…

ବିବାହ ପୂର୍ବରୁ ପିତା ହୋଇଛନ୍ତି ଏହି ସବୁ କ୍ରିକେଟର, କେଉଁ ଭାରତୀୟ ଖେଳାଳୀଙ୍କ ନାମ ଅଛି ଜାଣନ୍ତୁ…
ବିବାହ ପୂର୍ବରୁ ପିତା ହୋଇଛନ୍ତି ଏହି ସବୁ କ୍ରିକେଟର, କେଉଁ ଭାରତୀୟ ଖେଳାଳୀଙ୍କ ନାମ ଅଛି ଜାଣନ୍ତୁ…

ଓଡ଼ିଆ ଗସିପ୍ ବ୍ୟୁରୋ: ଭାରତୀୟ କ୍ରିିକେଟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ପିତା ହେବାକୁ ଯାଉଛନ୍ତି । ସୋସିଆଲ ମିଡିଆରେ ଫଟୋ ଶେୟାର କରି ଏହି ଖୁସି ଖବର ନିଜ ଫ୍ୟାନଙ୍କୁ ଜଣାଇଛନ୍ତି ।

ହାର୍ଦ୍ଦିକ ଏବଂ ତାଙ୍କ ଗର୍ଲଫ୍ରେଣ୍ଡ ନତାଶା ଷ୍ଟାନକୋଭିକ୍ ରେ ଉଭୟ ନୂଆବର୍ଷରେ ନିର୍ବନ୍ଧ କରିଥିବା ଫଟୋ ଶେୟାର କରିଥିଲେ । କିନ୍ତୁ ଏପର୍ଯ୍ୟନ୍ତ ସେ ବିବାହ କରିଥିବା କଥା କୌଣସି ଯାଗାରେ ଉଲ୍ଲେଖ କରିନାହାନ୍ତି ।

ହଠାତ୍ ହାର୍ଦ୍ଦିକ ପିତା ହେବା ଖବର ତାଙ୍କ ଫ୍ୟାନ୍ ଙ୍କୁ ଆଶ୍ଚର୍ଯ୍ୟ କରିଛି । ତେବେ ହାର୍ଦ୍ଦିକଙ୍କ ପୂର୍ବରୁ ୪ କ୍ରିକେଟର ମଧ୍ୟ ବିବାହ ପୂର୍ବରୁ ପିତା ହେବାର ସୌଭାଗ୍ୟ ଲାଭ କରିଥିଲେ ।

ୱେଷ୍ଟଇଣ୍ଡିଜର ଦୁର୍ଦ୍ଦଶ ବ୍ୟାଟ୍ସମ୍ୟାନ୍ ଭିଭିଆନ୍ ରିଚାର୍ଡସ ବିବାହ ପୂର୍ବରୁ ପିତା ହୋଇଥିଲେ । ଭାରତୀୟ ଅଭିନେତ୍ରୀ ନିନା ଗୁପ୍ତାଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଥିଲା । ଉଭୟଙ୍କ ଔରସକୁ ମସାବା ଗୁପ୍ତା ନାମ୍ନୀ ଏକ କନ୍ୟା ସନ୍ତାନ ମଧ୍ୟ ଅଛି ।

ଇଂଲଣ୍ଡ କ୍ରିକେଟର ଜୋ ରୁଟ୍ ମଧ୍ୟ ଏହି ତାଲିକାରେ ଆସୁଛନ୍ତି । ବିବାହ ପୂର୍ବରୁ ତାଙ୍କ ଗର୍ଲଫ୍ରେଣ୍ଡ୍ କେରି କୋଟରେଲ୍ ଗର୍ଭବତୀ ହୋଇଥିଲେ । ଭାରତୀୟ କ୍ରିକେଟର ବିନୋଦ କାମ୍ବଲୀ ବିନା ବିବାହରେ ପିତା ହୋଇଥିଲେ । ସେ ପ୍ରଥମ ପତ୍ନୀଙ୍କୁ ଛାଡପତ୍ର ଦେବା ପରେ ତାଙ୍କ ଆଫୟେର ଫ୍ୟାଶନ୍ ଡିଜାଇନର ଆଣ୍ଡିୟା ହୈୱିଟ୍ ଙ୍କ ସହ ହୋଇଥିଲା ।

ତେବେ ବିବାହ ପୂର୍ବରୁ କାମ୍ବଲୀ ପିତା ହୋଇଥିଲେ । ଅଷ୍ଟ୍ରେଲିଆ କ୍ରିକେଟର ଡେଭିଡ୍ ୱାର୍ଣ୍ଣରଙ୍କ ପତ୍ନୀ କ୍ୟାଣ୍ଡିସ୍ ବିବାହ ପୂର୍ବରୁ ୨୦୧୪ରେ ଝିଅ ଇଭିଙ୍କୁ ଜନ୍ମ ଦେଇଥିଲେ । ୨୦୧୫ରେ ଉଭୟ ବିବାହ କରିଥିଲେ ।

Share this story

World Odia Language Conferene