ବିଜୁଳି ବିଲ୍ ଝାମେଲା: ବିବାଦ, ବିତର୍କ ଓ ବିରୋଧୀ

ବିଜୁଳି ବିଲ୍ ଝାମେଲା: ବିବାଦ, ବିତର୍କ ଓ ବିରୋଧୀ
ବିଜୁଳି ବିଲ୍ ଝାମେଲା: ବିବାଦ, ବିତର୍କ ଓ ବିରୋଧୀ

ଭୁବନେଶ୍ୱର: ଦୁଇ ଦିନ ପରେ ସରୁଛି ସେସୁ ସିଇଓଙ୍କ ବିଜୁଳି ବିଲ୍ ପୈଠ କରିବାକୁ ଦେଇଥିବା ମହଲତ । ଆସନ୍ତା ୧୬ ତାରିଖରେ ଯେଉଁମାନେ ବିଜୁଳି ବିଲ୍ ନ ଦେବେ ସେମାନଙ୍କ ଘରୁ ବିଜୁଳି ସଂଯୋଗ କାଟି ଦିଆଯିବ । ଏହାକୁ ନେଇ ଏବେ ପ୍ରତିକ୍ରିୟାଶୀଳ ହୋଇଛି କଂଗ୍ରେସ ।

ଆଉ ଏବେ ବିଜେପି ପକ୍ଷରୁ ରାଜ୍ୟ ସରକାର ଉପରେ କଡ଼ା ଟିପ୍ପଣୀ କରାଯାଇଛି । ବିଜୁଳି କାଟ ଚେତାବନୀ ନେଇ ସରକାରଙ୍କୁ ଟାର୍ଗେଟ କରି ବଜେପି କହିଛି ଯେ, ଝିଣ୍ଟିକା ମାରି ବଣି ପୋଷିବା ନ୍ୟାୟରେ ବଡ କମ୍ପାନିଙ୍କୁ ଛାଡି ଗରିବଙ୍କ ପେଟରେ କାହିଁକି ନାତ ମାରିବାକୁ ଚାହୁଁଛନ୍ତି ସରକାର?

ବିଦ୍ୟୁତ ବିତରକ କମ୍ପାନୀଙ୍କ ଉପରେ ବାକି ଅଛି ୭୯୫୬ କୋଟି ଟଙ୍କା । ଏପଟେ ୧୧ ହଜାର ଗାଁ କୁ ଅନ୍ଧାର କରିବାକୁ କହୁଛନ୍ତି । ଆଗକୁ ମାଟ୍ରିକ ଓ ଯୁକ୍ତ ଦୁଇ ପରୀକ୍ଷା ଅଛି । ବିଜୁଳି କାଟି ପିଲାଙ୍କ ଭବିଷ୍ୟତ ଅନ୍ଧାର ଭିତରକୁ ନ ଠେଲନ୍ତୁ ।ନିଷ୍ପତ୍ତି ତୁରନ୍ତ ପ୍ରତ୍ୟାହାର କରନ୍ତୁ । ବକେୟା ଟଙ୍କା କେମିତି ଆଦାୟ ହୋଇପାରିବ ଲୋକଙ୍କ ସହ ଆଲୋଚନା କରି ବାଟ ବାହାର କରନ୍ତୁ ବୋଲି କହିଛନ୍ତି ବିଜେପି ରାଜ୍ୟ ସମ୍ପାଦିକା ଲେଖାଶ୍ରୀ ସାମନ୍ତ ସିଂହାର ।

ଏହା ପୂର୍ବରୁ ଗାଁ ରେ ବିଜୁଳି କାଟିଲେ ରାସ୍ତାରେ ଜବାବ ଦେବୁ ବୋଲି କହିଥିଲେ କଂଗ୍ରେସର ଟାଣୁଆ ନେତା ସୁରେଶ ରାଉତରାୟ । ସେ ପୁନର୍ବାର ଦାବି ଦୋହରାଇଛନ୍ତି ଯେ, ପରୀକ୍ଷା ଅଛି, ବିଜୁଳି କାଟନା । ଯଦି କାଟିବ ବିଜୁଳି ଅଫିସ ଆଗରେ ବିକ୍ଷୋଭ କରିବୁ । ଯଦି ପଇସା ଆଦାୟ କରିବାର ଅଛି, ଶିଳ୍ପପତିଙ୍କ ପାଖରୁ ଆଦାୟ କର । 

Share this story

World Odia Language Conferene