ବିକ୍ରି ହୋଇଗଲା କି କାର୍! ଫେସବୁକ୍ ପୋଷ୍ଟ ଡିଲେଟ କଲେ ଦୂତୀ

ବିକ୍ରି ହୋଇଗଲା କି କାର୍! ଫେସବୁକ୍ ପୋଷ୍ଟ ଡିଲେଟ କଲେ ଦୂତୀ
ବିକ୍ରି ହୋଇଗଲା କି କାର୍! ଫେସବୁକ୍ ପୋଷ୍ଟ ଡିଲେଟ କଲେ ଦୂତୀ

ଓଡ଼ିଆ ଗସିପ୍ ବ୍ୟୁରୋ: ଆଗକୁ ଅଲିମ୍ପିକ ପାଇଁ ପ୍ରସ୍ତୁତ ହେବାର ଅଛି । ମୋତେ ମୋ ସ୍ପୋର୍ଟ୍ସ ଟ୍ରେନିଂ ପାଇଁ ଟଙ୍କା ଦରକାର । ଏଣୁ ମୁଁ ମୋର୍ ଡ୍ରିମ୍ କାର ବିଏମଡବ୍ଳୁ କୁ ବିକ୍ରି କରିବାକୁ ଚାହୁଁଥିବା କହି ସୋସିଆଲ ମିଡିଆରେ ନିଜ କାର୍ ସହ ପୋଷ୍ଟ କରିଛନ୍ତି ଓଡ଼ିଶାର ଗର୍ବ ଦୂତୀ ଚାନ୍ଦ ।

ତେବେ ପୋଷ୍ଟ କରିବାର କିଛି ଘଣ୍ଟା ପରେ ସେ ନିଜ ପୋଷ୍ଟଟିକୁ ଡିଲେଟ୍ କରି ଦେଇଛନ୍ତି । କିନ୍ତୁ କାହିଁକି ସେ ଏମିତି କଲେ ସେ ହିଁ ଜାଣିଥିବେ ।

ଆଜି ଫେସବୁକରେ ଦୂତୀ ନିଜ କାର୍ ସହ ଫୋଟ ପୋଷ୍ଟ କରି ଲେଖିଥିଲେ ଯେ, ମୋ BMW କାର୍ ବିକିବାକୁ ଚାହୁଁଛି । ଯଦି କିଏ କିଣିବାକୁ ଚାହୁଁଛନ୍ତି ମୋତେ କହିବେ। ମେସେଞ୍ଜରରେ ଏସଏମଏସ୍ କରିବେ’ ।

ଦୂତୀ ଉଲ୍ଲେଖ କରିଛନ୍ତି ଯେ ‘ ଚାକିରୀ କରି ବିଏମଡବ୍ଳୁ କାର୍ ଚଢ଼ିବା ଏତେ ସହଜ ନୁହେଁ । ବର୍ତ୍ତମାନ ସମୟରେ ସ୍ଥିତି ବହୁତ ଖରାପ ଅଛି । ଯାହା ପଇସା ଆସିଥିଲା ସବୁ ଖର୍ଚ୍ଚ ହୋଇଯାଇଛି । ତା ସହିତ ବଏମଡବ୍ଳୁର ମେଣ୍ଟେନାନ୍ସ ବହୁତ କଷ୍ଟ ଦେଉଛି ।

ମୋର୍ କାର୍ ପାର୍କିଂ ପାଇଁ ମଧ୍ୟ ଯାଗା ନାହିଁ, କାର୍ ରାସ୍ତା ଉପରେ ରହୁଛି । ଆଉ ଏବେ କରୋନା କଟକଣା ପାଇଁ କୁଆଡ଼େ ଯାଉନି, ଗାଡ଼ି ରହି ରହି ଖରାପ ହୋଇଯିବାର ଭୟ ରହିଛି । ତେଣୁ କରି କାର୍ ବିକ୍ରି କରିବାକୁ ଚାହୁଁଛି ।

ପୁଣି ଯେତେ ବେଳେ ଇଚ୍ଛା ହେବ କାର୍ କିଣିନେବି । ମୋର ଅଲିମ୍ପିକ ପାଇଁ ପ୍ରସ୍ତୁତ ହେବାର ଅଛି ତେଣୁ ମୋତେ ଟଙ୍କା ଦରକାର ଆଉ ଏଥିପାଇଁ କାର୍ ବିକ୍ରି ହୋଇଗଲେ ମୋ ଟ୍ରେନିଂ ରେ ଲାଗିଯିବ ।

Share this story

World Odia Language Conferene