ବାଇପୋଲାର ଡିଜ୍ଅର୍ଡରରେ ପୀଡ଼ିତ ଥିଲେ ସୁଶାନ୍ତ: ଯନ୍ତ୍ରଣାହୀନ ମୃତ୍ୟୁ ସଂପର୍କରେ ଗୁଗୁଲ କରୁଥିଲେ !

ବାଇପୋଲାର ଡିଜ୍ଅର୍ଡରରେ ପୀଡ଼ିତ ଥିଲେ ସୁଶାନ୍ତ: ଯନ୍ତ୍ରଣାହୀନ ମୃତ୍ୟୁ ସଂପର୍କରେ ଗୁଗୁଲ କରୁଥିଲେ !
ବାଇପୋଲାର ଡିଜ୍ଅର୍ଡରରେ ପୀଡ଼ିତ ଥିଲେ ସୁଶାନ୍ତ: ଯନ୍ତ୍ରଣାହୀନ ମୃତ୍ୟୁ ସଂପର୍କରେ ଗୁଗୁଲ କରୁଥିଲେ !

ଓଡ଼ିଆ ଗସିପ୍ ବ୍ୟୁରୋ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ସହ ଜଡ଼ିତ ଏକ ବଡ଼ ରହସ୍ୟ ଏବେ ସାମ୍ନାକୁ ଆସିଛି । ମୃତ୍ୟୁ ପୂର୍ବରୁ ସେ କଣ କରୁଥିଲେ, କେମିତି ଥିଲା ତାଙ୍କର ମାନସିକ ସ୍ଥିତି, ଜୀବନ ଶୈଳୀ ଇତ୍ୟାଦି ଏବେ ଏବେ ସାମ୍ନାକୁ ଆସୁଛି ଯାହା ଆପଣଙ୍କୁ ସୁଶାନ୍ତଙ୍କୁ ଅତି ନିକଟରୁ ଜାଣିବାର ଆଉ ଏକ ସୁଯୋଗ ତ ଦେବ କିନ୍ତୁ ଏହା ଆପଣଙ୍କୁ ନିରାଶ ମଧ୍ୟ କରିବ ।

ମୁମ୍ବାଇ ପୋଲିସ୍ କମିଶନର ପରମବୀର ସିଂ କହିଛନ୍ତି ସୁଶାନ୍ତ ବାଇପୋଲାର ଡିଜ୍ଅର୍ଡରରେ ପୀଡ଼ିତ ଥିଲେ ଏବଂ ଏଥିପାଇଁ ମେଡିସିନ ଖାଉଥିଲେ ।

ସେ ଆହୁରି ମଧ୍ୟ କହିଛନ୍ତି ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜର ଦିଶା ସାଲିଏନଙ୍କ ମୃତ୍ୟୁ ପରେ ସୁଶାନ୍ତ ଗୁଗୁଲ୍ ରେ ଦିଶାଙ୍କ ନାଁରେ ବାରମ୍ବାର ସର୍ଚ୍ଚ କରିଥିଲେ ।

ଏଥିସହ ବାଇପୋଲାର ଡିଜ୍ଅର୍ଡର, ସିଜୋଫ୍ରେନିଆ, ପେନ୍ଲେସ୍ ଡେଥ୍ ବା ଯନ୍ତ୍ରଣାହୀନ ମୃତ୍ୟୁ ସଂପର୍କରେ ମଧ୍ୟ ଗୁଗୁଲ କରୁଥିଲେ । ଏପରିକି ମୃତ୍ୟୁର କିଛି ଘଣ୍ଟା ପୂର୍ବରୁ ତାଙ୍କ ନିଜ ନାଁକୁ ମଧ୍ୟ ସର୍ଚ୍ଚ କରିଥିବା ସୁଶାନ୍ତଙ୍କ ମୋବାଇଲ ଓ ଲାପଟପ୍ ଯାଞ୍ଚ ପରେ ଜଣାପଡ଼ିଥିବା କହିଛନ୍ତି ପରମବୀର ।

ଜୁନ ୯ରେ ଦିଶାଙ୍କ ଆତ୍ମହତ୍ୟା ପରେ ଏହି ଘଟଣା ନେଇ ତାଙ୍କୁ ଯୋଡ଼ା ଯାଇପାରେ ବୋଲି ମଧ୍ୟ ସେ ଆଶଙ୍କାରେ ଥିଲେ ବୋଲି ପୋଲିସ୍ କହିଛି ।

ତେବେ ସୁଶାନ୍ତ ଆକାଉଣ୍ଟର ୧୫ କୋଟି ଟଙ୍କା ଗାଏବ୍ ସଂପର୍କରେ ମୁମ୍ବାଇ ପୋଲିସ କମିଶନର କହିଛନ୍ତି, ତଦନ୍ତରୁ ରିୟା ଚକ୍ରବର୍ତ୍ତୀଙ୍କ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର୍ ହେବାର ତଥ୍ୟ ମିଳିନି । ଏବେ ବି ଆକାଉଣ୍ଚରେ ସାଢ଼େ ୪ କୋଟି ଟଙ୍କା ରହିଛି । ଏପର୍ଯ୍ୟନ୍ତ ତଦନ୍ତରୁ କୌଣସି ରାଜନେତାଙ୍କ ନାଁ ମଧ୍ୟ ସାମ୍ନାକୁ ଆସିନି ।

Share this story

World Odia Language Conferene