ବଢୁଛି କରୋନା ମୃତ୍ୟୁର ଗ୍ରାଫ୍: ମାସ ଶେଷ ବେଳକୁ ସ୍ଥିତି ଥିବ କିଛି ଏମିତି…

ବଢୁଛି କରୋନା ମୃତ୍ୟୁର ଗ୍ରାଫ୍: ମାସ ଶେଷ ବେଳକୁ ସ୍ଥିତି ଥିବ କିଛି ଏମିତି…
ବଢୁଛି କରୋନା ମୃତ୍ୟୁର ଗ୍ରାଫ୍: ମାସ ଶେଷ ବେଳକୁ ସ୍ଥିତି ଥିବ କିଛି ଏମିତି…

ଓଡ଼ିଆ ଗସିପ ବ୍ୟୁରୋ: ପୂର୍ବ ମାସ ଅପେକ୍ଷା ଜୁଲାଇ ମାସରେ ସବୁଠାରୁ ଅଧିକ ଚିନ୍ତା ବଢ଼ାଇଛି ମହାମାରୀ କରୋନା ଭାଇରସ । ଏବେ ଦିନକୁ କେତେ ସଂଖ୍ୟକ ପଜିଟିଭ୍ ବାହାରୁଛନ୍ତି ଯେତିକି ମାଇନା ରଖେନି ତା ଠାରୁ ଅଧିକ ଚିନ୍ତା ବଢ଼ାଉଛି ପ୍ରତିଦିନର ମୃତ୍ୟୁ ହାର ।

ବିଶେଷ କରି ଗଞ୍ଜାମ ଜିଲ୍ଲାର ସ୍ଥିତି ଯୋଗୁଁ ଆଜି ରାଜ୍ୟର କରୋନା ଗ୍ରାଫ୍ ଉର୍ଦ୍ଧ୍ୱଗାମୀ ହୋଇଛି । ରାଜ୍ୟରେ ଚିହ୍ନଟ ସମୁଦାୟ ପଜିଟିଭ୍‌ଙ୍କ ମଧ୍ୟରୁ ୩୬ ପ୍ରତିଶତ କେବଳ ଗଞ୍ଜାମର ।

ରାଜ୍ୟରେ କରୋନା ପାଦ ‌ନ ଦେଉଣୁ ଗଞ୍ଜାମ ଜିଲ୍ଲାରେ କଟକଣା ଆରମ୍ଭ ହୋଇଥିଲା । ମାର୍ଚ୍ଚ ୧୦ ତାରିଖ ଠାରୁ ଇତିମଧ୍ୟରେ ଜିଲ୍ଳାରେ ୧୪୪ଧାରା ଜାରି, ଲକ୍‌ଡାଉନ୍‌, ସମ୍ପୂର୍ଣ୍ଣ ସଟ୍‌ଡାଉନ୍‌, ଆଂଶିକ ସଟ୍‌ଡାଉନ୍‌, ୧୪ଘଣ୍ଟା ଲକ୍‌ଡାଉନ୍‌, ସୀମା ସିଲ ଭଳି ବିଭିନ୍ନ ପଦକ୍ଷେପ ବାରମ୍ବାର ନିଆଯାଉଛି ।

ବିଭିନ୍ନ ରାଜ୍ୟରେ କାର୍ଯ୍ୟ କରୁଥିବା ପ୍ରବାସୀମାନେ ଜିଲ୍ଲାକୁ ଫେରିବା ପରେ ମେ’ ୨ତାରିଖ କରୋନା ପ୍ରଥମ ପାଦ ଥାପି ସମଗ୍ର ଜିଲ୍ଲାକୁ ଗ୍ରାସି ଗଲାଣି । ଜିଲ୍ଲାରେ କରୋନା ପାଦ ଦେବା ପରଠାରୁ ଅଧିକାଂଶ ସଂକ୍ରମିତ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହେଉଥିଲେ ।

ରାଜ୍ୟକୁ ପ୍ରାୟ ୫ଲକ୍ଷ ୮୦ହଜାର ପ୍ରବାସୀ ଫେରିଥିବା ବେଳେ ସେଥିରୁ ୨ଲକ୍ଷ ୨୫ହଜାର କେବଳ ଗଞ୍ଜାମ ଜିଲ୍ଲାକୁ ଫେରିଛନ୍ତି । ପ୍ରବାସୀମାନେ ଗୃହ ସଙ୍ଗରୋଧକୁ ଯିବା ପରେ ଜିଲ୍ଲାରେ କରୋନା ବିପତ୍ତି ବଢ଼ିବାରେ ଲାଗିଛି ।

ଜୁନ୍‌ ୩ତାରିଖ ପର ଠାରୁ ଜିଲ୍ଲରେ ପଜିଟିଭ୍‌ଙ୍କ ସଂସ୍ପର୍ଶରେ ଆସି ସ୍ଥାନୀୟ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବା ଲାଗିଛି । ଜିଲ୍ଲାରେ ସଂକ୍ରମଣ ଓ ମୃତ୍ୟୁ ହାର ମଧ୍ୟ ଉଦ୍‌ବେଗଜନକ ଭାବେ ବଢିବାରେ ଲାଗିଛି ।

ରାଜ୍ୟରେ ଆଜି ସୁଦ୍ଧା ୧୧,୨୦୨ଜଣ ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ସେଥିରେ କେବଳ ଗଞ୍ଜାମ ଜିଲ୍ଲାର ୩୦୯୬ଜଣ ରହିଛନ୍ତି । କରୋନାରେ ରାଜ୍ୟର ୫୨ଜଣଙ୍କ ମୃତ୍ୟୁ ଘଟିଥିବା ସେଥିରୁ ଗଞ୍ଜାମ ଜିଲ୍ଲା କେବେଳ ୩୦ଜଣ ପ୍ରାଣ ହରାଇଛନ୍ତି ।

ଏଥିରୁ ଜିଲ୍ଲାର ସ୍ଥିତି କେତେ ସଙ୍ଗିନ ତାହା ଜଳ ଜଳ ଦେଖାଯାଉଛି । ବର୍ତ୍ତମାନ ଜିଲ୍ଲାରେ ଯାହା ସ୍ଥିତି ରହିଛି ଏଥିରେ ଯଦି କିଛି ସୁଧାର ନ ଆସେ ସ୍ଥିତି ଆହୁରି ଗମ୍ଭୀର ହେବା ସାଙ୍ଗକୁ ସଂକ୍ରମଣ ଓ ମୃତାହତଙ୍କ ସଂଖ୍ୟା ଉପରେ ରୋକ୍‌ ଲଗାଇବା କଷ୍ଟକର ହୋଇଯିବ ।

Share this story

World Odia Language Conferene