ଫସିବେ କି କ୍ରିକେଟର ବିରାଟ କୋହଲି? ତାଙ୍କୁ ଗିରଫ ଦାବିରେ ହାଇକୋର୍ଟରେ ପିଟିସନ୍ ଦାଖଲ…

ଫସିବେ କି କ୍ରିକେଟର ବିରାଟ କୋହଲି? ତାଙ୍କୁ ଗିରଫ ଦାବିରେ ହାଇକୋର୍ଟରେ ପିଟିସନ୍ ଦାଖଲ…
ଫସିବେ କି କ୍ରିକେଟର ବିରାଟ କୋହଲି? ତାଙ୍କୁ ଗିରଫ ଦାବିରେ ହାଇକୋର୍ଟରେ ପିଟିସନ୍ ଦାଖଲ…

ଓଡ଼ିଆ ଗସିପ୍ ବ୍ୟୁରୋ: ଆଡ଼ୁଆରେ କ୍ରିକେଟର ବିରାଟ କୋହଲି । ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲି ଓ ଅଭିନେତ୍ରୀ ତମନ୍ନା ଭାଟିଆଙ୍କ ନାମରେ ମାଡ୍ରାସ ହାଇକୋର୍ଟରେ ଏକ ପିଟିସନ୍ ଦାଖଲ ହୋଇଛି ।

‘ଅନଲାଇନ୍ ଜୁଆ’ର ପ୍ରସାର ପ୍ରଚାରରେ ସଂପୃକ୍ତ ଥିବାରୁ ଉଭୟଙ୍କୁ ଗିରଫ କରାଯାଉ ବୋଲି ଆବେଦନକାରୀ ଜଣଙ୍କ ଦାବି କରିଛନ୍ତି ।

ସାଧାରଣତଃ କ୍ରୀଡ଼ାବିତ ହୁଅନ୍ତୁ ଅବା ଅଭିନେତା/ ଅଭିନେତ୍ରୀଙ୍କର ଷ୍ଟାଇଲ, ଫିଟନେସଙ୍କୁ ଯୁବ ପିଢ଼ି ଅନୁକରଣ କରିଥାନ୍ତି । ସୋସିଆଲ ମିଡିଆରେ ସେମାନଙ୍କର ଅନୁଗାମୀ ପାଲଟି ଯାଆନ୍ତି ।

ଯେଉଁମାନଙ୍କର ଅଧିକ ପ୍ରଶଂସକ ସେହି ସେଲିବ୍ରିଟିଙ୍କୁ ଅଧିକ ବିଜ୍ଞାପନ କରିବାର ସୁଯୋଗ ମିଳେ । ବିଜ୍ଞାପନ ସହ ଯୁବ ପିଢ଼ି ନିଜ ନିଜର ଫେବରିଟ୍ ସେଲିବ୍ରିଟିଙ୍କୁ ଦେଖିବା ପରେ ସେହି ଜିନିଷ ପ୍ରତି ଅଧିକ ଆଗ୍ରହୀ ହୋଇଥାନ୍ତି । ତାହା ବେଳେବେଳେ ପ୍ରଶଂସକଙ୍କୁ ଘୋର ସମସ୍ୟାରେ ପକାଇଥାଏ ।

କୋହଲି ଓ ତମନ୍ନାଙ୍କ ନାମରେ ଯେଉଁ ଅଭିଯୋଗ ହୋଇଛି ସେମାନେ ଏମିତି ଆପ୍‌ର ବିଜ୍ଞାପନ କରୁଛନ୍ତି, ଯେଉଁ ଆପ୍‌ରେ ଜଣେ ଲକ୍ଷ ଲକ୍ଷ ଟଙ୍କା ଜିତି ପାରିବ । ଯାହାକୁ ଅଭିଯୋଗକାରୀ ‘ଅନଲାଇନ୍ ଜୁଆ’ ବୋଲି ନାମିତ କରି ହାଇକୋର୍ଟ ଏହା ଉପରେ ବାସନ୍ଦ ଲଗାନ୍ତୁ ବୋଲି ଦାବି ଉଠାଇଛନ୍ତି ।

ଟାଇମ୍ ନାଓର ରିପୋର୍ଟ ଅନୁସାରେ, ଚେନ୍ନାଇର ଜଣେ ଆଇନଜୀବୀ ଉଭୟ ସେଲିବ୍ରିଟିଙ୍କ ନାମରେ ହାଇକୋର୍ଟରେ ପିଟିସନ କରିଛନ୍ତି । କୋହଲି ଓ ତମନ୍ନା ଯେଉଁ ଆପ୍‌ର ପ୍ରଚାର ପ୍ରସାର କରୁଛନ୍ତି ଯୁବପିଢ଼ି ଏହା ଦ୍ୱାରା ବହୁ ମାତ୍ରାରେ ପ୍ରଭାବିତ ।

ଆପ୍ ବ୍ୟବହାର କରି ସବୁ କିଛି ହରାଇବା ଏବଂ ଊଣଗ୍ରସ୍ତ ହେବା ପରେ ଯୁବକମାନେ ଆତ୍ମହତ୍ୟା କରୁଛନ୍ତି । ତାମିଲନାଡ଼ୁରେ ଏମିତି ବହୁ ମାମଲା ନଜରକୁ ଆସିଲାଣି । ତେଣୁ ହାଇକୋର୍ଟ ଏହି ଆପ୍ ଉପରେ ବାସନ୍ଦ ଲଗାନ୍ତୁ ଏବଂ ଉଭୟ ସେଲିବ୍ରିଟିଙ୍କୁ ଗିରଫ ପାଇଁ ନିର୍ଦ୍ଦେଶ ଦିଅନ୍ତୁ ବୋଲି ଆବେଦନକାରୀ ପିଟିସନରେ ଉଲ୍ଲେଖ କରିଛନ୍ତି ।

Share this story

World Odia Language Conferene