ପୁଣି ସାଙ୍ଘାତିକ ରୂପ ନେଇପାରେ ଆଉ ଏକ ଲଗୁଚାପ, ପୁର୍ବାନୁମାନ କଲା ପାଣିପାଗ ବିଭାଗ

ପୁଣି ସାଙ୍ଘାତିକ ରୂପ ନେଇପାରେ ଆଉ ଏକ ଲଗୁଚାପ, ପୁର୍ବାନୁମାନ କଲା ପାଣିପାଗ ବିଭାଗ
ପୁଣି ସାଙ୍ଘାତିକ ରୂପ ନେଇପାରେ ଆଉ ଏକ ଲଗୁଚାପ, ପୁର୍ବାନୁମାନ କଲା ପାଣିପାଗ ବିଭାଗ

ଓଡ଼ିଆ ଗସିପ୍ ବ୍ୟୁରୋ: ଦେଶ ହେଉ ବା ଆମ ରାଜ୍ୟରେ ଲଘୁଚାପ ଛାଡିଯିବାର ନାଁ ନେଉନାହିଁ । ଲଗାତାର ଗୋଟିଏ ପରେ ଗୋଟିଏ ଲଘୁଚାପ ଜନସାଧାରଣଙ୍କୁ ଅସ୍ତବ୍ୟସ୍ତ କଲାଣି ।

ଏହି କିଛି ଦିନ ତଳେ ୩ଟି ଲଘୁଚାପ ଯୋଗୁ ଓଡ଼ିଶା ଓ ଅନ୍ୟ ରାଜ୍ୟର ବିଭିନ୍ନ ଜିଲ୍ଲା ଜଳମଗ୍ନ ହୋଇଥିବା ବେଳେ ଓଡ଼ିଶାରେ ଅନେକ ସ୍ଥାନ ବନ୍ୟା ପାଣିରେ ଉବୁଟୁବୁ ହୋଇଛି । ତଥାପି ଲଘୁଚାପ ଯେମିତି ଯିଦ ଧରି ବସିଛି ।

କାରଣ ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ । ପଶ୍ଚିମ-କେନ୍ଦ୍ର ବଙ୍ଗୋପସାଗରର ଆନ୍ଧ୍ର ଉପକୂଳରେ ଆସୁଛି ଏକ ଲଘୁଚାପ ।

୧୩ ତାରିଖ ସୁଦ୍ଧା ଲଘୁଚାପ ସୃଷ୍ଟି ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।

Share this story

World Odia Language Conferene