ପାଙ୍ଗୋଙ୍ଗ ହ୍ରଦ ନିକଟରେ ପୁଣି ମୁହାଁମୁହି ଭାରତ-ଚୀନ୍

ପାଙ୍ଗୋଙ୍ଗ ହ୍ରଦ ନିକଟରେ ପୁଣି ମୁହାଁମୁହି ଭାରତ-ଚୀନ୍
ପାଙ୍ଗୋଙ୍ଗ ହ୍ରଦ ନିକଟରେ ପୁଣି ମୁହାଁମୁହି ଭାରତ-ଚୀନ୍

ଓଡ଼ିଆ ଗସିପ୍ ବ୍ୟୁରୋ: ପୁଣି ଉଗ୍ର ହେଲା ଭାରତ-ଚୀନ୍ ସମ୍ବନ୍ଧ । ସୀମାରେ ଦୁଇ ସେନା ପୁଣି ମୁହାଁମୁହିଁ ହୋଇଛନ୍ତି । ଗତକାଲି ବିଳମ୍ବିତ ରାତିରେ ପାଙ୍ଗୋଙ୍ଗ ହ୍ରଦ ନିକଟରେ ପୁଣି ଥରେ ମୁହାଁମୁହିଁ ହୋଇଛନ୍ତି ଭାରତୀୟ ଓ ପିଏଲ୍‌ଏ ଯବାନ । ହ୍ରଦ ନିକଟରେ ଦୁଇ ପକ୍ଷ ଭିତରେ ଗୁଳି ବିନିମୟ ହୋଇଥିବା ସୂଚନା ରହିଛି ।

ବିଶେଷ ସୂତ୍ରରୁ ଜାଣିବାକୁ ମିଳିଛି ଯେ ଚୀନ ପ୍ରଥମେ ତା’ ଆଡୁ ଭାରତୀୟ ପୋଷ୍ଟ୍‌ରେ ଖୋଲାଖୋଲି ଭାବେ ଗୁଳି ଚାଳନା କରିବା ପରେ ଭାରତୀୟ ସେନା ତାହାର ଜବାବରେ ପାଲଟା ଗୁଳି ଚାଳନା କରି ଚେତାବନୀ ଦେଇଛି । ଲଦାଖର ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍(ଏଲ୍‌ଏସି)ଠାରେ ଘଟିଥିବା ଏହି ସାମୟିକ ଗୁଳିି ବିନିମୟକୁ ଉଚିତ ସମୟରେ ନିୟନ୍ତ୍ରଣକୁ ଅଣାଯାଇଛି ।

ତେବେ, ଏହି ଗୁଳି ବିନିମୟ ପାଇଁ ଭାରରତକୁ ଦାୟୀ କରିଛି ଚୀନ ସେନା । ପିଏଲ୍‌ଏ ଏକ ବିବୃତି ଜାରି କରି କହିଛି ଯେ ‘ସେପ୍ଟେମ୍ବର ୭ ତାରିଖରେ ଭାରତୀୟ ସେନା ବେଆଇନ ଭାବେ ସୀମା ପାର କରି ଚୀନ-ଭାରତୀୟ ସୀମାର ପଶ୍ଚିମ ଭାଗ ବାଙ୍ଗୋଙ୍ଗ ହୁନାନରେ ପ୍ରବେଶ କରିଥିଲା । ତେବେ ଏ ନେଇ ଭାରତୀୟ ସେନାର ସରକାରୀ ବିବୃତିକୁ ଅପେକ୍ଷା କରାଯାଇଛି ।’ ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ଅଗଷ୍ଟ ୧୫ ପରଠାରୁ ଏପରି ଗୁଳି ବିନିମୟ ଦ୍ବିତୀୟ ଥର ପାଇଁ ଘଟିଛି ।

ଉଲ୍ଲେଖଯୋଗ୍ୟ, ମସ୍କୋଠାରେ ଗତ ୫ ତାରିଖରେ ସାଂଘାଇ ସହଯୋଗ ସଂଘ (ଏସ୍‌ସିଓ) ବୈଠକରେ ଯୋଗଦେବା ପରିପ୍ରେକ୍ଷୀରେ ଭାରତ ଓ ଚୀନର ପ୍ରତିରକ୍ଷାମନ୍ତ୍ରୀସ୍ତରୀୟ ବୈଠକ ହୋଇଥିଲା ।

ଉତ୍ତେଜନାକୁ ହ୍ରାସ କରିବା ପାଇଁ ଏହି ବୈଠକରେ ଦୁଇ ପକ୍ଷ କୌଣସି ନିଷ୍କର୍ଷରେ ପହଞ୍ଚି ପାରି ନଥିଲେ । ଅର୍ଥାତ୍ ଆଲୋଚନା ଏକପ୍ରକାର ବିଫଳ ହୋଇଛି । ତେବେ ପ୍ରତିରକ୍ଷାମନ୍ତ୍ରୀସ୍ତରୀୟ ବୈଠକ ପରେ ଆସନ୍ତା ୧୦ ତାରିଖରେ ଦୁଇ ଦେଶର ବୈଦେଶିକମନ୍ତ୍ରୀସ୍ତରୀୟ ବୈଠକ ହେବାକୁ ଯାଉଛି ।

Share this story

World Odia Language Conferene