ଦୀପା ସାହୁଙ୍କ ଶେଷ ଫଟୋ: ଏବେ ବି ମୃତ୍ୟୁ ଖବର ମନରୁ ଯାଇନି…

ଦୀପା ସାହୁଙ୍କ ଶେଷ ଫଟୋ: ଏବେ ବି ମୃତ୍ୟୁ ଖବର ମନରୁ ଯାଇନି…
ଦୀପା ସାହୁଙ୍କ ଶେଷ ଫଟୋ: ଏବେ ବି ମୃତ୍ୟୁ ଖବର ମନରୁ ଯାଇନି…

ଓଡ଼ିଆ ଗସିପ୍ ବ୍ୟୁରୋ: ସବୁଦିନ ପାଇଁ ଆମ ସମସ୍ତଙ୍କୁ ପର କରି କେବେଠୁ ଚାଲିଗଲେଣି ଦୀପା ସହୁ । ଏବେ ବି କିନ୍ତୁ ଦୀପାଙ୍କ ମତ୍ୟୁ ଖବରକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ତାଙ୍କ ପ୍ରଶଂସକ ଓ ତାଙ୍କର ଆତ୍ମୀୟ, ପରିବାର ବର୍ଗ ।

ଅନେକ ଲୋକପ୍ରିୟ ଆଲବମ ଓ ସିରିୟଲରେ ଜୀବନ୍ତ ଅଭିନୟ କରି ଦର୍ଶକଙ୍କୁ ମନୋରଞ୍ଜନ ଯୋଗାଇ ଥିବା ଦୀପା ସାହୁ ଅବେଳାର ଚାଲିଯିବା କଥାକୁ କେହି ସହଜରେ ଗ୍ରହଣ ଗ୍ରହଣ କରିବାକୁ ପ୍ରସ୍ତୁତ ନାହାନ୍ତି ।

ଏଭଳି ସୟମରେ ଦୀପା ସାହୁଙ୍କ ଶେଷ ସମୟର ଏକ ଫୋଟ ଆଜି ବି ଭାଇରାଲ ହେଉଛି । ଲୋକେ ଏହି ଫଟୋକୁ ଅଧିକରୁ ଅଧିକ ସେୟାର କରୁଛନ୍ତି ଅନେକ ଦୀପାଙ୍କ ସ୍ମଡିଚାରଣ କରୁଛନ୍ତି । ଅନେକ ଭାବ ବିହ୍ୱଳ ହୋଇ ଦୀପାଙ୍କୁ ଶ୍ରଦ୍ଧାଞ୍ଜଳି ବି ଦେଉଛନ୍ତି ।

ଦୀପା ସାହୁଙ୍କ ଶେଷ ଫଟୋ: ଏବେ ବି ମୃତ୍ୟୁ ଖବର ମନରୁ ଯାଇନି…

ଦୀପା ସାହୁ: ୨୫ ଅକ୍ଟୋବର ୧୯୮୫ରେ ଜନ୍ମ ଗ୍ରହଣ କରିଥିଲେ ଆଲବମ ଜଗତର ଏହି କୁଇନ୍ । ଗତ ମାସ ୨୭ (ଜୁଲାଇ) ରେ ସେ ଆମ ସମସ୍ତଙ୍କୁ ପର କରି ଚାଲିଯାଇଛନ୍ତି । ସେ ମୁଖ୍ୟତଃ ଓଡ଼ିଆ ଆଲବମ୍, ଦୂରଦର୍ଶନ ଧାରାବାହିକ ଓ କଥାଚିତ୍ରରେ ଅଭିନୟ କରୁଥିଲେ ।

ଦୀପା ୨୦୦୩ ମସିହାରେ ନାରୀ ଆଖିରେ ନିଆଁ ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ ।

ଏହାପରେ ସେ ଧର୍ମର ହେବ ଜୟ, କଲେଜ ଟାଇମ ଭଳି କଥାଚିତ୍ରରେ ଅଭିନୟ କରିଥିଲେ । ସେ ହାଏ ହାଏ ତୋ ମଲ୍ଲୀ ଫୁଲ ଗଜରା, ତୋର ଲମ୍ବା ବେଣୀ, କୃଷ୍ଣ ଚୂଡ଼ା ରଙ୍ଗର ନାଲି ଓଢ଼ଣୀ, ଏକଡ଼ା ଏକଡ଼ା ରା ଭଳି ଲୋକପ୍ରିୟ ଓଡ଼ିଆ ଆଲବମ୍‌ରେ ଅଭିନୟ କରିଥିଲେ ।

ସେ ଜରାୟୁ କର୍କଟ ରୋଗରେ ପୀଡ଼ିତ ଥିଲେ । ସେ କ୍ୟାପିଟାଲ ହସ୍ପିଟାଲ, ଭୁବେନେଶ୍ୱର ଏମ୍‌ସ୍‌ ଏବଂ ମୁମ୍ବାଇରେ ମଧ୍ୟ ଚିକିତ୍ସିତ ହେଉଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୩୪ ବର୍ଷ ବୟସ ହୋଇଥିଲା ।

Share this story

World Odia Language Conferene