ଦାଣ୍ଡରେ ହାଟରେ ହୁରି ପଡ଼ିଛି, ରାନୀ ପଣ୍ଡା ବାହା ହେଉଛି!

ଦାଣ୍ଡରେ ହାଟରେ ହୁରି ପଡ଼ିଛି, ରାନୀ ପଣ୍ଡା ବାହା ହେଉଛି!
ଦାଣ୍ଡରେ ହାଟରେ ହୁରି ପଡ଼ିଛି, ରାନୀ ପଣ୍ଡା ବାହା ହେଉଛି!

ଓଡ଼ିଆ ଗସିପ୍ ବ୍ୟୁରୋ: ଆଉ ଲାଗିବନି ଆଇଟମ୍ ଡାନ୍ସର ଟ୍ୟାଗ୍ ଲାଇନ୍ । ଏଣିକି ହାତକୁ ଶଙ୍ଖାର ଚୁଡ଼ି, ପାଦକୁ ଅଳତା ଆଉ ମଥାରେ ସିନ୍ଦୁର ନାଇ ଗୃହଲଷ୍ମୀ ବୋଲାଇବେ କଣ୍ଟ୍ରୋଭର୍ସି କୁଇନ୍ ରାନୀ ପଣ୍ଡା । କାହିଁକି ନା ସଂସାର କରିବେ ସଂସାରି ହେବେ ସ୍ୱାମୀଙ୍କ ସହିତ ସମୟ କାଟିବେ । ଆଉ ଗାଇବେ ଇସ୍କ୍ ତୁ ହି ତୁ । ଆଉ ଏଥିପାଇଁ ଏବେ ଉଠୁଛି ପଡ଼ୁଛି ହାଟ ବଜାର । ଆଉ ସବୁଠି ଶୁଭୁଛି ରାନୀ ପଣ୍ଡା ବାହା ହଉଛି ।

ହେଲେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ କିଏ ସେ ନାୟକ ଯେ ରାନୀଙ୍କ ହାତ ଧରି ବାଟ ଚାଲିବ? ପାଦରେ ପାଦ ମିଶାଇ ଚନ୍ଦ୍ରଭାଗାର ସମୁନ୍ଦ୍ର ଢ଼େଉରେ ଇସ୍କ ଲଢ଼େଇବେ ।

ଖଣ୍ଡଗିରି ମେଳାର ଆରମ୍ଭରୁ ଅଡ଼ୁଆରେ ଥିବା ରାନୀ ପଣ୍ଡା ପିପିଲର ମହାରଥୀଙ୍କୁ ବାହୁବନ୍ଧନେ ନେବାକୁ ଆଗ୍ରହ ଦେଖାଇଥିଲେ । ବିଭିନ୍ନ ସମୟରେ ମିଡ଼ିଆରେ ସେ ପ୍ରତିକ୍ରିୟା ଦେଇ କହିଥିଲେ ଯେ ମହାରଥୀଙ୍କ ପରି ମହାବଳିଆନଙ୍କୁ ବିବାହ କରିବେ । ଏବେ ସଭିଙ୍କ ମନରେ ଗୋଟିଏ ପ୍ରଶ୍ନ କିଏ ସେ ଯିଏ ରାନୀଙ୍କ ରାତିର ନିଦ ଚୋରାଇଛି । ନିଇତି ସପନେ ଅସୁଛି ଆଉ କହି ଯାଉଛି ତୁମେ ହିଁ ସ୍ୱର୍ଗ ମୋର ।

ରାନୀ ବିବାହ କରିବେ ବୋଲି ନିଜେ ଏକ ଭିଡ଼ିଓ ଜାରି କରିଛନ୍ତି । ଭିଡ଼ିଓରେ ରାନୀ କହିଛନ୍ତି, ‘ରାନୀ ବିବାହ କରିବେ କି ନାହିଁ ତାଙ୍କୁ ଗଣମାଧ୍ୟମରେ ପଚରା ଯାଉଥିଲା । ହେଲେ ସେତେବେଳେ ରାନୀ ବିବାହ କରିବେ ନାହିଁ ବୋଲି ସଫା ସଫା ମନା କରି ଦେଇଥିଲେ । କିନ୍ତୁ ପୁଣି ରାନୀ ନିଜର ନିଷ୍ପତ୍ତି ବଦଳାଇଛନ୍ତି ।

ସେ ଆହୁରି ମଧ୍ୟ କରିଛନ୍ତି, ବହୁ ବାଧାବିଘ୍ନ ସହ ସେ ଏବେ ବାଟ ଆସିଛନ୍ତି । ସେ ଖୁବ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବେ । ସେ କାହାକୁ, କେବେ ବିବାହ କରିବେ, ତାହା ଆଉ ଏକ ଭିଡ଼ିଓ ମାଧ୍ୟମରେ କହିବେ ବୋଲି ରାନୀ ଭିଡିଓରେ କହିଛନ୍ତି ।

Share this story

World Odia Language Conferene